-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
15-Jun-2025
ବରୀ(ରଞ୍ଜିତ ମହାନ୍ତିଙ୍କରିପୋର୍ଟ): ଓଡିଶାର ଗଣପର୍ବ ରଜ ତିନି ଦିନକୁ ଲୋକମାନେ ବେଶ ଧୁମଧାମ ରେ ପାଳନ କରିଥାନ୍ତି । ହେଲେ ରଜ ଅଛି ନାହିଁ ମଉଜ କୃଷିଭିତ୍ତିକ ପର୍ବ ଥୁବାରୁ କୃଷକ ଭାଇ ଚାଷ କାର୍ଯ୍ୟ ସାରି ଏହି ରଜ ତିନି ଦିନ ବିଶ୍ରାମ ନେଇଥାନ୍ତି । ରଜ ପାଇଁ ଗାଁ ଠାରୁ ସହର ଉତ୍ସବ ମୁଖର ହେଇଉଠେ । ସେଥିଲାଗି ରଜ ଆଗଦିନ ସଜବାଜ ହୋଇଥାଏ । ବିଶେଷ ଭାବେ ଘରେ ଘରେ ପୋଡ଼ପିଠା, ଆରିଷ ପିଠା ପ୍ରସ୍ତୁତି ହେଇଥାଏ । ଦାନ୍ତ କାଠି କଟା ହେଇ ରହିଥାଏ । ରଜ ଦୋଳି ଲାଗିଥାଏ । ତାହା ସହିତ ତାସ ଖେଳ, ଲୁଡୁ ଖେଳ, ପାଳିଖେଳ, ବାଗୁଡ଼ି ଖେଳ, ସହିତ ରଜର ପାନ ଖାଇଥାନ୍ତି । ଧୀରେ ଧୀରେ ସବୁ ଲୋପ ପାଇବାକୁ ବସିଲାଣି । ଏବେ ରଜରେ ଆମିଷ ଉପରେ ବେଶୀ ରହୁଛି ଚାହିଁଦା ବରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ରଜମହୋତ୍ସବ ଅନୁଷ୍ଠିତ ହେଇଥିବା ଦେଖିବାକୁ ମିଳୁଛି ।