-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
12-Jun-2025
ନବରଙ୍ଗପୁର (ମିହିର ଶଙ୍କର ପାତ୍ର) ଓଡିଶା ସରକାରଙ୍କ ଦ୍ବାରା ସ୍ଥିରୀକୃତ ବିକାଶ ବାହନ ଯାତ୍ରା ର ଶୁଭାରମ୍ଭ ଡାବୁଗାଁ ପଞ୍ଚାୟତ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ବିଡ଼ିଓ ଶରତ ମାଝୀ, ନଡାଲ୍ ଅଧିକାରୀ ଟୋଭା ଭତ୍ରା, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ତଥା ଆଇନଜୀବୀ ଜୟନ୍ତ କୁମାର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଷୟୀ, ଡାବୁଗାଁ ମଣ୍ଡଳ ବିଜେପି ସଭାପତି ମନୋଜ କୁମାର ପାତ୍ର, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ, ଜେ ରାଜଶେଖର ରାଓ, ଜି କିରଣ କୁମାର ଆର ଶଙ୍କର ରାଓ, ଜି ସତ୍ୟ ରାଓ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୨୧ ତାରିଖ ଦିନ ଏହି କାର୍ଯ୍ୟକ୍ରମ ଚଚରାଗୁଡାରେ ସମାପନ ହେବ । ସରକାର ଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ବିକାଶ ବାହନ ଯାତ୍ରା ର ଶୁଭାରମ୍ଭ କରା ଯାଇଛି।