-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
10-Jun-2025
କଳାହାଣ୍ଡ,କୋକସରା( ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆଞ୍ଚଳିକ ଡମ୍ବ ସମାଜ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କୋକସରା ଧାନ ମଣ୍ଡି ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ଡମ୍ବ ସମାଜ ର ବ୍ଲକ ସଭାପତି ବନମାଳୀ ବାଗ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା, ଏହି ବୈଠକ ରେ ମୁଖ୍ୟଅତିଥୀ ଭାବରେ ଦେବାନନ୍ଦ ନାଏକ,ଗୋବର୍ଦ୍ଧନ ବାଗ,ମାର୍କଣ୍ଡ ବେମାଲ, ହୀରାଲାଲ ବାଗ,ବଳରାମ ବାଗ ଓ ବ୍ଲକ ସମ୍ପାଦକ ଧବଳେଶ୍ବର ନାଗ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ବୈଠକରେ ବ୍ଲକ ରେ ନିର୍ମାଣଧିନ ଡମ୍ବ ସମାଜ ର କୋକସରା ଓ କାଉଡୋଲା ଭବନ କୁ ଶୀଘ୍ର ନିର୍ମାଣ କାର୍ଯ୍ୟ ସାରିବାକୁ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରି ସମ୍ପାଦନ କରିବାକୁ ଆଲୋଚନା କରିଥିଲେ। କୋକସରା ଠାରେ ନିର୍ମିତ ଡମ୍ବ ସମାଜ ର ଭବନ ପାଇଁ ପୂର୍ବରୁ ଗୋବର୍ଦ୍ଧନ ବାଗ ୨ ଡିସମିଲ ଜାଗା ଦାନ କରିଥିବା ବେଳେ ପୁଣି ୨ ଡିସମିଲ ଜାଗା ଦାନ ସହ ରେଜିଷ୍ଟ୍ରେସନ କରିବାକୁ ଘୋଷଣା କରିଥିଲେ। ତେବେ ଏହି ବୈଠକ ସମୟରେ ବିଶୃଙ୍ଖଳିତ ଆଚରଣ କାର୍ଯ୍ୟ ପାଇଁ ବଳରାମ ବାଗ ଙ୍କୁ ୧ ବର୍ଷ ପାଇଁ ପ୍ରାଥମିକ ସଦସ୍ୟ ରୁ ନିଲମ୍ବନ କରା ଯାଇଥିବା ଜଣାପଡିଛି।ଏହି ବୈଠକରେ ଡମ୍ବ ସମାଜ ର କମିଟି ର ଖାଲି ପଡିଥିବା ସ୍ଥାନ ରେ ଉପ ସଭାପତି ଭାବେ ପୁରୁଷୋତ୍ତମ ନାଏକ,କୋଷାଧ୍ୟକ୍ଷ ଭାବେ ଖଗେଶ୍ବର ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ଭାବେ ରମେଶ ଦୁର୍ଗା ଙ୍କୁ ସର୍ଵ ସମ୍ମତ୍ତି କ୍ରମେ ମନୋନୀତ କରାଯାଇଛି। ନୂତନ ପଦାଧିକାରୀ ଙ୍କୁ ଦେବାନନ୍ଦ ନାଏକ ଶପଥ ପାଠ କରାଇଥିଲେ। କାର୍ଯ୍ୟକ୍ରମ ରେ ମଞ୍ଚ ସଂଯୋଜନା ବୈକୁଣ୍ଠ ଜାଲ ଓ ଗୋବର୍ଦ୍ଧନ ବେମାଲ କରିଥିଲେ। ଉକ୍ତ ବୈଠକରେ କ୍ଷେତୁରାମ ପାତ୍ର, ଅଜୟ ଦୀପ,ଯୁଗେଶ୍ୱର ବେଶ୍ରା, ଉଗ୍ରେସନ ବାଗ,ରାମଚନ୍ଦ୍ର ପାଣିଗ୍ରାହୀ,କୌଶିକ ଦୁରିଆ,ରତ୍ନାକର ବେମାଲ,ପୁରୁଷୋତ୍ତମ ମହାନନ୍ଦ, ଗଜେନ୍ଦ୍ର ବେଶ୍ରା,ପରମେଶ୍ବର ପାଣିଗ୍ରାହୀ,ଧ୍ଵଜ ମହାନନ୍ଦ, କୁରୁକ୍ଷେତ୍ର ପାଣିଗ୍ରାହୀ,ଚୈତନ୍ୟ ପାଣିଗ୍ରାହୀ, ଡମ୍ବରୁ ଦୁର୍ଗା,ଦୁର୍ଯୋଧନ ଠାକୁର, ଚିନିଲାଲ ବାଗ,ରଘୁନାଥ ଖମାରି, ରସାନନ୍ଦ ଦୁର୍ଗା,ତ୍ରିନାଥ ବେଶ୍ରା ଓ ଅନ୍ୟ ସାମାଜିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।।ପରିଶେଷରେ ଶ୍ରୀ ବାଗ ଧନ୍ୟବାଦ ଅର୍ପଣ ପୂର୍ବକ ସମାଜ ର ଉତ୍ତରୋତ୍ତର କାମନା କରିଥିଲେ।