-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
10-Jun-2025
ବଲାଙ୍ଗିର(ଦେବାଶିଷ ବହିଦାର)- ମାଲପଡା ନାଗରିକ କମିଟିର ମାସିକିଆ ବୈଠକ ସଭାପତି ଗୋପବନ୍ଧୁ ପୁରୋହିତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ପଂଚାନନ ସେଠ ଗତ ମାସର ଆୟ ବିବରଣୀ ପାଠ କରିଥିଲେ । ମାଲପଡାର ୧୪ ଓ ୧୫ ନଂ ୱାର୍ଡର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ବଲାଙ୍ଗିର ର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବା ପାଇଁ ସଂପାଦକ ପଂଚାନନ ସେଠ ପ୍ରସ୍ତାବ ଦେଇଥିଲେ । ଆଗାମୀ ଦିନରେ ବରିଷ୍ଠ ନାଗରିକମାନଙ୍କର ମାଗଣା ସ୍ୱାସ୍ଥ୍ୟ ଶିବିର କରିବା ପାଇଁ ଗୃହିତ ହୋଇଥିଲା । ମାଲପଡାର ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧନା କରିବାରେ ପ୍ରସ୍ତାବ ଗୃହିତ ହୋଇଥିଲା । ଏହି ବୈଠକରେ ଆକୁଳ ବେହେରା, ପ୍ରଫେସର ତରୁଣ କୁମାର ମିଶ୍ର, ଦେବଜିତ ମିଶ୍ର, କମଲ ଚକ୍ରବର୍ତ୍ତି, ଉମାକାନ୍ତ ନାଥ, ଅଶୋକ ଚାନ୍ଦ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଦେବାକର ହୋତା ଧନ୍ୟବାଦ ଦେଇଥିଲେ ।