-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
09-Jun-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ମୁଖ୍ୟମନ୍ତ୍ରୀ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଅବସର ରେ ସ୍ଥାନୀୟ ସର୍କିଟ ହାଉସ୍ ଠାରେ ଖଲିଆପାଲି ଭୀମଭୋଇ ଟ୍ରଷ୍ଟ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ସ୍ଵାଗତ ସଂବର୍ଦ୍ଧନା ଜ୍ଞାପନ କରିବାସହ ଆସନ୍ତା ମାଘ ମେଳାରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ରାମେଶ୍ବର ଷ୍ଟାଡିୟମ ରେ ଜନସାଧାରଣ ଙ୍କୁ ସମ୍ବୋଧିତ କରିବା ଅବସରରେ ପବିତ୍ର ଏହି ମାଟିର ସ୍ଵତନ୍ତ୍ର ମହକ କୁ ସ୍ଵୀକାର କରି ଭୀମଭୋଇ ଙ୍କ କାଳଜୟୀ କବିତା ର ପଂକ୍ତିର ଉଦ୍ଧାର କରିଥିଲେ। ସର୍କିଟ ହାଉସ୍ ଠାରେ ଭୀମଭୋଇ ଟ୍ରଷ୍ଟ୍ ର ମେନେଜିଂ ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ, ସଂପାଦକ ଜନ୍ମେଜୟ ସ୍ଵାଇଁ, ମଠାଧୀଶ ବାବା ସନ୍ୟାସୀ ଦାସ୍ ପ୍ରମୁଖ ମୁଖ୍ୟମନ୍ତ୍ରୀ ଙ୍କୁ ମାଘ ମେଳାରେ ଆସିବାପାଇଁ କରିଥିବା ଅନୁରୋଧ ର ପ୍ରତ୍ୟୁତ୍ତର ସେ ନିଶ୍ଚିତ ଚେଷ୍ଟା କରିବେ ବୋଲି କହିଥିଲେ।