-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
09-Jun-2025
* ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ବିଗତ ୧୯୯୨ମସିହା ରୁ ରାଜ୍ୟ ର ଯୋଗ୍ୟ ବିବେଚିତ ବହୁ ପୁରାତନ ୧୧୦ ବାଳିକା ଉଚ୍ଚ ବିଦ୍ୟାଳୟ କୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ରେ ଥିବା ମୁଖ୍ୟମନ୍ତ୍ରୀ ଙ୍କୁ ସଂଗଠନ ଦାବିପତ୍ର ପ୍ରଦାନ କରିଛିl ରାଜ୍ୟ ରେ ନାରୀ ଶିକ୍ଷା ର ଉନ୍ନତି ଓ ନାରୀ ଶଶକ୍ତି କରଣ ର କଥା କହୁଥିବା ସରକାର ପାଇଁ ଏହା ଏକ ଆହ୍ୱାନ। ନାରୀ ଶିକ୍ଷା ର ବିକାଶ ପାଇଁ ୧୯୮୭ ମସିହାରେ ରାଜ୍ୟର ବିଭିନ୍ନ ଜିଲ୍ଲା ରେ ପ୍ରତିଷ୍ଠା କରାଯାଇଥିଲା ୧୧୦ ବାଳିକା ବିଦ୍ୟାଳୟ l ଯେଉଁ ବିଦ୍ୟାଳୟ ଗୁଡିକ କି ୧୯୯୨ ମସିହା ରୁ ପୂର୍ଣ୍ଣ ଅନୁଦାନ ପାଇବା ପାଇଁ ଯୋଗ୍ୟ କିନ୍ତୁ ସେମାନେ ଆଜି ପର୍ଯ୍ୟନ୍ତ ଅବହେଳିତ ରହିଛନ୍ତି l ଏ ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଜୁନିଅର ଟିଚର୍ ଠାରୁ ମଧ୍ୟ କମ ବେତନ ପାଉଛନ୍ତି । ଆହୁରି ଦୁଃଖ ଓ ପରିତାପ ର ବିଷୟ ଯେ ଏହି କର୍ମଚାରୀ ମାନେ ୩୩ ବର୍ଷ କାଳ କାର୍ଯ୍ୟ କରି ଅବସର ନେଲାପରେ ଟଙ୍କାଟିଏ ମଧ୍ୟ ପାଉଣା ପାଉନାହାନ୍ତି l ଯା ଫଳରେ କି ସାମାଜିକ, ଆର୍ଥିକ ଓ ମାନସିକ ସ୍ତରରେ ଏ ମାନେ ପ୍ରତାରଣା ର ଶିକାର ହେଉଛନ୍ତି । ସେଥିପାଇଁ ଲୋକଙ୍କ ମୁଖ୍ୟମନ୍ତ୍ରୀ ଗତ ୭ ତାରିଖ ସୁବର୍ଣପୁର ଗସ୍ତ ସମୟରେ ୧୧୦ ବାଳିକା ଉଚ୍ଚ ବିଦ୍ୟାଳୟ ର ଆବାହକ କେଶବ ପୂଜାହାରୀ, ସୁନିଲ କୁମାର ହୋତା ଓ ସଂଗଠନ ର ଅନ୍ୟ କର୍ମଚାରୀଙ୍କ ଉପସ୍ଥିତି ରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରିଛନ୍ତି । ଏବଂ ୧୧୦ ବାଳିକା ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ସରକାରୀ ରୁ ବଞ୍ଚିତ ହୋଇଥିବା ୮୦ ବାଳିକା ବିଦ୍ୟାଳୟ କୁ ତୁରନ୍ତ ସରକାରୀ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ସରକାରଙ୍କ ପାଖରେ ଦାଵୀ ଉପସ୍ଥାପନ କରିଛନ୍ତି l