-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
08-Jun-2025
ବୌଦ୍ଧ(ଜୟାନନ୍ଦ ମିଶ୍ର): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦନ୍ତାପାଲି ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଠାରେ ସାମୂହକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ସମ୍ବାଦ ବୌଦ୍ଧ ଜିଲ୍ଲା ପ୍ରତିନିଧି ଜ୍ଞାନ ନାରାୟଣ ରଥ,ଶିକ୍ଷ୍ୟାବିତ ଶମ୍ଭୁ ଗିରି,ଶେଷ ଦେବ ଗାଈଗୌରିଆ, ସାମାଜିକ କର୍ମୀ ଇଂ ବିକାଶ ମହାକୁଡ଼, ମନୋଜ କୁମାର ମହାକୁଡ଼, ଶେଷଦେବ ଛନ୍ଦ, ଜ୍ୟୋତି ରଞ୍ଜନ
ପ୍ରଧାନ, ବିଭୁତି ଭୂଷଣ ମହାକୁଡ଼ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ମାହେଶ୍ୱରୀ ଗୋଶାଳା ର ଅଧକ୍ଷ ନିର୍ଗୁଣ ମହାକୁଡ଼, ସମ୍ପାଦକ କୃତ୍ତିବାସ ପଲିଆ, କୋଷାଧକ୍ଷ୍ୟ ଉଦ୍ଧବ କଳତା, ସଦସ୍ୟ ଭଗବାନ ଲୌରିଆ, ଗୋସେବକ ଅଭିମନ୍ୟୁ ବେହେରା, ଆଦିତ୍ୟ ପ୍ରଧାନ, ଯାଦବ ପୁଟେଲ ପ୍ରମୁଖ ସହଯୋଗ କରିଥିବା ବେଳେ ଗୋଶାଳା ପୃଷ୍ଟପୋଷାକ ଭାଗ୍ୟଧର ମହାକୁଡ଼ ଉପସ୍ଥିତ ଥିଲେ l