-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
08-Jun-2025
ମାଲକାନଗିରି(କେଶବ ଚନ୍ଦ୍ର ନାୟକ): ଜିଲ୍ଲାସ୍ତରୀୟ ସପ୍ତ ଦିବସୀୟ ସନ୍ତରଣ ତାଲିମ କାର୍ଯ୍ୟକ୍ରମ ( ବ୍ୟାଚ୍-୧) ଉଦଯାପିତ ହୋଇଯାଇଛି। ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ଯୋଗ ଦେଇ ଏହି ସନ୍ତରଣ ତାଲିମ ପାଣି ସହ ଲଢ଼ିବାର କୌଶଳ ଶିଖାଇବା ସହିତ ଯେ କୌଣସି ପ୍ରତିକୂଳ ପରିସ୍ଥିତିକୁ ଅଭ୍ୟାସ ମାଧ୍ୟମରେ ଅତିକ୍ରମ କରିବାର ସାହସ ଯୋଗାଇ ଦେବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ବରିଷ୍ଠ ରାଜସ୍ବ ସହାୟକ କୁନା ନାୟକ ସମସ୍ତଙ୍କୁ ସ୍ୱାଗତ କରି ସପ୍ତ ଦିବସ ସନ୍ତରଣ ତାଲିମ ଓସଡମା ସହାୟତାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦ୍ୱାରା ସଫଳତାର ସହିତ ସମାପନ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଆଗକୁ ଆହୁରି ୯ ଟି ବ୍ୟାଚ୍ରେ ୨୭୦ ଜଣ ପିଲାଙ୍କୁ ତାଲିମ୍ ପ୍ରଦାନ କରି ୱାଟର ସ୍ମାର୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।