-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
08-Jun-2025
(ଡୋଲେଶ୍ୱର ବାଗ)
ନୂଆପଡ଼ା ଜିଲ୍ଲା ବିଭିନ୍ନ ସ୍ଥାନ ସହ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ଦ୍ବାରା ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଅଛି ସିନାପାଲି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ପରିସର ମଧ୍ୟରେ ବିଶ୍ବ ପରିବେଶ ପାଳିତ ହୋଇଯାଇଅଛି।ପରିବେଶ ଦୂଷିତ ହୋଇଥିବା ବେଳେ ପରିବେଶ ପ୍ରଦ୍ୟୁଷଣ ନିୟନ୍ତ୍ରଣ, ଜଙ୍ଗଳ ସୃଷ୍ଟି, ଚାରା ରୋପଣ ସହ ପ୍ଲାଷ୍ଟିକ ବର୍ଜନ ଉପରେ କାମ କରିବାକୁ ଆହ୍ବାନ କରିଛନ୍ତି। ସିନାପାଲି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟେଟ ପ୍ରଜ୍ଞା ପରିମିତ ମହାନ୍ତି ଯୋଗ ଦେଇ ସଚେତନ ହୋଇ ସମାଧାନ ପଥରେ ଅଗ୍ରସର ହେବାକୁ ଆହ୍ବାନ କରିଥିଲେ। ସଭାରେ ଆଇନଜୀବୀ ବାଣୀ ବଲ୍ଲଭ ପାଣିଗ୍ରାହୀ, ଋଷବ ମେହେର, ଅନନ୍ତ ନାରାୟଣ ସିଂ ଦେଓ, ଏପିପି ଗଣେଶ ମେହେର, କୋର୍ଟ କର୍ମଚାରୀ, ପ୍ରମୁଖ ଯୋଗ ଦେଇଥିଲେ। କୋର୍ଟ ପରିସର ମଧ୍ୟରେ ଚାରା ରୋପଣ ହୋଇଥିଲା।