-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
07-Jun-2025
ଲୋଇସିଂହା, (ବିନୋଦ ଦୀପ) ଆଜି ଲୋଇସିଂହା ବ୍ଲକ ପଂଚାୟତ ସମିତି ସଭା ଗୃହ ରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହେବାର ଥିଲା l ଏଥି ସକାଶେ ପ୍ରଶାସନ ତରଫରୁ ଦିନ ୧୦ ଟା ୩୦ ମିନିଟ ସମୟ ଧାର୍ଯ୍ୟ କରାଯାଇଥିଲା।ବୈଠକ ସ୍ଥଳ କୁ ବ୍ଲକ ର ସମସ୍ତ ପଂଚାୟତ ର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟା ଓ କେତେକ ବିଭାଗୀୟ ଅଧିକାରୀ ସଠିକ ସମୟରେ ପହଂଚିଥିଲେ। ହେଲେ ବି. ଡି. ଓ ଏବଂ ବ୍ଲକ ଅଧକ୍ଷ ବିଳମ୍ବରେ ପହଂଚି ଥିବାରୁ ବୈଠକ କୁ ବର୍ଜନ କରିଥିଲେ ବ୍ଲକ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ଲୋକ ପ୍ରତିନିଧି l ଏ ନେଇ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ବିଡ଼ିଓ ଙ୍କୁ ଦାୟୀ କରିବା ସହ, ବୈଠକ ପାଇଁ ସପ୍ତାହେ ପୂର୍ବରୁ ପ୍ରଶାସନ ତରଫରୁ ନୋଟିସ ହେବା କଥା କିନ୍ତୁ ତିନି ଦିନ ପୂର୍ବରୁ ସେ ଖବର ପାଇଥିଲେ ବୋଲି ବ୍ଲକ ଅଧ୍ୟକ୍ଷ କହିବା ସହ ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି l ସେହିପରି ସରପଞ୍ଚ ସଂଘ ସଭାପତି ସଞ୍ଜୟ ଗଡତ୍ୟା ବିଡ଼ିଓ ଓ ବ୍ଲକ ଅଧକ୍ଷ୍ୟ ଙ୍କ ବିଳମ୍ବ କୁ ନେଇ ବୈଠକ ବର୍ଜନ କରାଗଲା ବୋଲି କହି ଅସନ୍ତୋଷ ପ୍ରକାଶ କରିବା ସହ ପୂର୍ବ ବୈଠକ ଗୁଡିକର ସିଦ୍ଧାନ୍ତ କାର୍ଯ୍ୟକାରୀ ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି l