-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
06-Jun-2025
ବୀରମହାରାଜପୁର,(ବିନୋଦ ପାଣ୍ଡେ ):
ଆଜି ବିଶ୍ୱ ପରିବେଶ ଦିବସ କୁ ଲୋକଙ୍କୁ ନେଇ ପାଳନ କରିଛି ସୁବର୍ଣ୍ଣପୁର ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗ୍ରୀନୋଭାଇବ୍ । ଆଜି ର ବିଶ୍ୱ ପରିବେଶ ଦିବସର ବିଷୟ ପ୍ଲାଷ୍ଟିକ ପ୍ରଦୂଷଣ ବିରୋଧ ରେ ଲଢେଇ ଭଳି ବିଷୟ କୁ ଗୁରୁତ୍ଵ ର ସହ ଗ୍ରହଣ କରି, ସକାଳୁ ସକାଳୁ ବିରମହାରାଜପୁର୍ ମିନି ଷ୍ଟାଡିୟମରେ ଠାରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଫେଇ କାର୍ଯ୍ୟକ୍ରମ କରା ଯାଇଥିଲା ଯେଉଁଥିରେ ୩୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ଅଭିଭାବକ ତଥା ଶିକ୍ଷକ ଭାଗ ନେଇଥିଲେ । ଦିନ ବେଳେ ଜଙ୍ଗଲ ଓ ପରିବେଶ ବିଭାଗ ର ସହଯୋଗ ରେ ୩୦୦ ବୃ୍ଷ ଚାରା ଲୋକଙ୍କ ମଧ୍ୟରେ ବାଣ୍ଟିବା ସହ ଗଛ ସହ ସମ୍ପର୍କ ତଥା ପରିବେଶ ଓ ବୃକ୍ଷ ର ଉପକାରିତା କୁ ଲୋକଲୋଚନର ପ୍ରସାରିତ କରିଥିଲେ ଅନୁଷ୍ଠାନ ର ସ୍ବେଚ୍ଛାସେବୀ। "ବିଟ୍ ଦ ହିଟ୍" ର ନାରା ଦେଇ ଲୋକଙ୍କ ମନରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରିଥିଲା ଅନୁଷ୍ଠାନ । ଏହି କାର୍ଯ୍ୟକ୍ରମ ରେ ସମସ୍ତ ବିରମହାରାଜପୁର୍ ର ଜନସାଧାରଣ ତଥା ବୁଦ୍ଧିଜୀବୀ ଆଶାନୁରୂପ ଭାବେ ସହଯୋଗ କରିଥିବା କହିଛନ୍ତି ଗ୍ରୀନୋଭାଇବ୍ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବନୀ କୁମାର । ଆଗାମୀ ଦିନରେ ଏଭଳି ଆହୁରି କାର୍ଯ୍ୟକ୍ରମ କରି ପରିବେଶ କୁ ସନ୍ତୁଳିତ କରିବାକୁ ଅନୁଷ୍ଠାନର ଉତ୍ତର ଦାୟିତ୍ଵ ବୋଲି ମଧ୍ୟ ମତ ପୋଷଣ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସଭ୍ୟ ଅଶ୍ଵିନୀ କୁମାର, ଶୁଭ ଚାନ୍ଦ୍, ଚିତ୍ତ ରଂଜନ ପାତ୍ର, ମନରଞ୍ଜନ ଜଗଦଲା ସହ ଅନ୍ୟ ସେଚ୍ଛାସେବୀ ମାନେ ରହି ସଫଳ କରିଥିଲେ ।