-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
06-Jun-2025
କଟକ (ପ୍ରେରଣା ଖବର): ସାମ୍ପ୍ରତିକ ପରିସ୍ଥିତିରେ ରାଜ୍ୟରେ ତଥା ଦେଶରେ ଅହେତୁକ ତାପମାତ୍ରା ବୃଦ୍ଧି ହୋଇ ପରିବେଶ ଧିରେ ଧିରେ ପ୍ରଦ୍ୟୁଶିତ ହୋଇ ସମସ୍ତଙ୍କ ଭିତରେ ଅହେତୁକ ଉଦବେଗ ପ୍ରକାଶ ପାଇଛି। ଏହି ତାପମାତ୍ରା ବୃଦ୍ଧି ଓ ପରିବେଶ ପ୍ରଦୂଷଣ କୁ ଦୃଷ୍ଟିରେ ରଖି ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ ଉପଲକ୍ଷେ ସଂଘର ସଭାନେତ୍ରୀ
ଡ଼. ପ୍ରତିମା ମହାପାତ୍ର ଙ୍କ ନେତୃତ୍ୱରେ ନାରୀ ସେବା ସଦନର ଉଦ୍ୟାନରେ ବିଭିନ୍ନ ଔଷଧୀୟ ଚlରl, ଫୁଲ ଓ ଫଳ ଗଛର ଚାରାରୋପଣ କରାଯାଇଥିଲା। ସଂଘର ସମ୍ପlଦିକl ଆଭା କାନୁନଗୋ, ହଲ୍ ସମ୍ପଦିକl ମଞ୍ଜୁ ସିଂ, ସଂଗଠନ ସମ୍ପଦିକl ମୀରା ବେଉରା, କୋଷାଧ୍ୟକ୍ଷl ନୟନତାରl ନନ୍ଦ, ଗିତlଶ୍ରୀ
ଦାସ୍, ନଳିନୀ ଦାସ୍, ନିବେଦିତା ମହାନ୍ତି ଓ ବବିତା ଦାସ୍ ମହାପାତ୍ର ପ୍ରମୁଖ ଯୋଗ ଦେଇ ଏହି ଫଳ ଫୁଲ ଚାରl ଗୁଡ଼ିକୁ ସଦନର ଉଦ୍ୟାନରେ ରୋପଣ କରିଥିଲେ। ପ୍ଲାଷ୍ଟିକ ମୁକ୍ତ ପରିବେଶ ସୃଷ୍ଟି କରିବା ନିମିତ୍ତ ସଂଘ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ ଉପଲକ୍ଷେ ସଂଘର ସଦସ୍ୟା ମାନେ ଶପଥ ପାଠ ମଧ୍ଯ କରିଥଲେ।