-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
06-Jun-2025
ସୁବର୍ଣ୍ଣପୁର:- (ମନୋରଞ୍ଜନ ତ୍ରିପାଠୀ)
ସୋନପୁର କଲେଜର ନୂତନ ଆଲୁମନି ଆସୋସିଏସନର ପ୍ରଥମ ଜରୁରୀ କାଳୀନ ଅଧିବେଶନ ସୁରେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଆସୋସିଏସନ ର ସଭାପତି ଡ. ପ୍ରଫୁଲ୍ଲ ରଥ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକରେ ସଂପାଦକ ଭରତ ଭୂଷଣ ଦାଶ ଏବଂ କମିଟି ର ସମସ୍ତ କର୍ମକର୍ତା ପ୍ରଥମେ ମା ସୁରେଶ୍ଵରୀ ଙ୍କ ଆଶିର୍ବାଦ ଭିକ୍ଷା କରିବା ସହ ସୋନପୁର କଲେଜ ର ଉନ୍ନତି ସକାଶେ ବିଭିନ୍ନ ଗଠନ ମୂଳକ ଆଲୋଚନା କରଯାଇଥିଲା । ଏବଂ ଆସନ୍ତା ୭ ତାରିଖରେ ଚୂଡ଼ାନ୍ତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ସୋନପୁର ଗସ୍ତ ସମୟରେ ସୋନପୁର କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ଦାବିରେ ସ୍ମାରକ ପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଗଲା। ଏବଂ ଆଗକୁ କଲେଜର ବିଭିନ୍ନ ସମସ୍ୟା ଉପରେ ତର୍ଜମା କରାଯିବା ସହ ବିଭିନ୍ନ ପଦକ୍ଷେପ ନେବା ପାଇଁ ସ୍ଥିର କରାଯାଇଛି।