-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
22-Jan-2021
୨୨.୦୧.୨୦୨୧ ବଲାଙ୍ଗୀର, ଆଜି ମାହେଶ୍ଵରୀ ଅନୁଷ୍ଠାନ ରେ ମାହେଶ୍ଵରୀ ର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ସମାଜ ସେବୀ ଶ୍ରୀ ଲଲିତ ନାୟକ ଙ୍କ ଦେହାନ୍ତ ରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସଭା ରେ ସ୍ବର୍ଗତ ନାୟକ ଙ୍କ ସ୍ମୃତି ଚରଣ ଓ ତାଙ୍କର ବିରଳ ବ୍ୟକ୍ତିତ୍ଵ ଉପରେ ସଦସ୍ୟ ମାନେ ଆଲୋକପାତ କରି ଥିଲେ। ସତ ରେ କୋଣ ନ ଥିଲେ ସେ, ତାଙ୍କ ଭିତରେ ସଟ୍ ଯେମିତି ଲୋକଙ୍କ ପାଇଁ ଭଲ ପାଇବା ଖୁନ୍ଦି ଖୁନ୍ଦୀ ହୋଇ ରହି ଥିଲା, ସେ ଥିଲେ ସର୍ବହରା ଙ୍କ ସାହାରା, ଛାତ୍ର ରାଜନୀତି ରୁ ଆରମ୍ଭ ହୋଇ ଅନୁନ୍ୟ ୫୦ ରୁ ଅଧିକ ସଂଘ ର ନେତୃତ୍ୱ ନଉ ଥିଲେ, ସେ ଥିଲେ ନିର୍ବିବଦ୍ୟ ନେତା, ସେ ଥିଲେ ମୁକୁଟ ବିହୀନ ସମ୍ରାଟ। ପ୍ରଭୁ ଇଚ୍ଛା ରେ ପ୍ରଭୂଳିନ ହେଲେ, ତାଙ୍କ ବିୟୋଗ ରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଠି ହେଲା ତାହା ଅପୂରଣୀୟ। ଏହି ଦୁଃଖ ରୁ ବାହାରି ପାରି ନ ଥିଲୁ ଓ ହଠାତ୍ ଆଉ ଏକ ଦୁଃଖଦ ଖବର ଆମ ନୀକଟ କୁ ପହୁଞ୍ଚିଲା ଯେ ଆମ କୁଡ଼ାସିଂହା ଶାଖା ସଭାପତି ଶ୍ରୀ ଚଟାରଞ୍ଜନ ପଧାନ ଙ୍କ ଅକାଳ ବିୟୋଗ ଘଟିଛି। ଆମ ମାହେଶ୍ଵରୀ ପରିବାର ପାଇଁ ଏହି ୨ ଅମୂଲ୍ୟ ଜୀବନ ର ଅସମୟ ରେ ଅନ୍ତ ଆମକୁ ବହୁତ୍ ମର୍ମାହତ କରିଛି, ପ୍ରଭୁ ଇଚ୍ଛା ଆଘ ରେ ମଣିଷ ଛାର ପ୍ରଭୁ ଇଚ୍ଛା କୁ ସମ୍ମାନ ଦେଇ ଆମେ ଆମ ମାର୍ଗଦର୍ଶକ ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ସମାଜ ସେବୀ ଶ୍ରୀ ଲଲିତ ନାୟକ ଙ୍କ ଓ ଆମ କୁଡ଼ାସିଂହ ଶାଖା ସଭାପତି ଚିତ୍ତରଞ୍ଜନ ପଧାନ ଙ୍କ ଆତ୍ମ ର ସତଗତି କାମନା କରୁଛୁ। ଆଜି ଶ୍ରୀ ନାୟକ ଙ୍କ ସ୍ମୃତି ରକ୍ଷା ନିମନ୍ତେ ମାହେଶ୍ଵରୀ ପରିବାର ର ନିଷ୍ପତ୍ତି କ୍ରମେ ପ୍ରତି ବର୍ଷ ମାହେଶ୍ଵରୀ ର ବାର୍ଷିକ ଉତ୍ସବ ରେ ଜଣେ ସମାଜ ସେବୀ ଙ୍କୁ ଲଲିତ ନାୟକ ସମ୍ମାନ ଓ ମେଗା ରକ୍ତଦାନ ଶିବିର ଆୟୋଜନ କରିବା କୁ ନିଷ୍ପତ୍ତି ହୋଇଛି। ଆଜି ବଲାଙ୍ଗୀର ମାହେଶ୍ଵରୀ ର ସମସ୍ତ ଶାଖା କୁଡାସିଂହ, ଆଗଲପୁର, ଲୋଇସିଂହା, ବିଜେପୁର ଏକ ସାଙ୍ଗ ରେ ଦୀପ ପ୍ରଜ୍ବଳନ କରି ଆମର ଆତ୍ମା ର ସାତଗତି କାମନା କରୁଛୁ। ଏହି ସଭା ରେ ମାହେଶ୍ଵରୀ ର ଉପଦେଷ୍ଟା ଶ୍ରୀ ଲୋଟସ ଷଡ଼ଙ୍ଗୀ, ବ୍ୟାସଦେବ ନନ୍ଦ, ଦିନେଶ ଶର୍ମା, ଲଲିତ ସାହୁ, ମାହେଶ୍ଵରୀ ର ମୁଖ୍ୟ ପରିଚାଳକ ଅଙ୍କୁଶ କୁମାର୍ ପାଣ୍ଡିଆ, ସଭାପତି ଶୋଭନ ଅଗ୍ରୱାଲ, ମହିଳା ଶାଖା ର ସଂଯୋଜୀକା ସୋନିଆ ବେଜ, ସହ ସଂଯୋଜିକ, ପ୍ରିୟଙ୍କା ପଟ୍ଟନାୟକ ଓ ମାହେଶ୍ଵରୀ ପରିବାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।