-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
22-Jan-2021
ନିଶ୍ଚିନ୍ତକୋଇଲି(ପ୍ରେରଣା ଖବର) :: ଜନ୍ମିତ ବାପାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ପୁଅ-ବୋହୂ। ଶ୍ବଶୁରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ବୋହୂ। କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ଏ ନେଇ ମାହାଙ୍ଗା ଥାନାରେ ବୋହୂ ଅଭିଯୋଗ କରିଛନ୍ତି।
ଆଜି ଭୋରୁ ୬୩ ବର୍ଷୀୟ ଶ୍ବଶୁର ବୋହୂକୁ ଏକୁଟିଆ ଦେଖି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ଠିକ୍ ଏହି ସମୟରେ ଘଟଣାସ୍ଥଳରେ ପୁଅ ପହଞ୍ଚି ଯାଇଥିଲେ। ଏହାପରେ ବୋହୂକୁ ଛାଡି ପୁଅକୁ ମାଡ ମାରି ଲହୁଲୁହାଣ କରି ଦେଇଥିଲା ବାପା। ବାହାଘରର ୫ ବର୍ଷ ପରେ ବି ବୋହୂର ସନ୍ତାନ ସନ୍ତତି ନାହାନ୍ତି। ଏହାର ସୁଯୋଗ ନେଇ ଶ୍ବଶୁର ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ପୁଅ- ବୋହୂ କହିଛନ୍ତି।
ବୋହୂର ଅଭିଯୋଗ ଅନୁସାରେ, ଏହା ପୂର୍ବରୁ ମଧ୍ୟ ନିଜ ବୋହୂକୁ ଦୁଷ୍କର୍ମ କରିବାକୁ ବାରମ୍ବାର ଉଦ୍ୟମ କରିଥିଲେ ଶ୍ବଶୁର। ପୀଡିତା ଆହୁରି ମଧ୍ୟ କହିଛନ୍ତି, ରୋଜଗାର କରିବା ଲାଗି ତାଙ୍କ ସ୍ବାମୀଙ୍କୁ ବାହାରକୁ ଛାଡୁ ନାହାନ୍ତି। ଗତକିଛି ମାସ ତଳେ ତାଙ୍କ ସ୍ବାମୀଙ୍କୁ ବାନ୍ଧି ଘରେ ରଖିଥିବା ପୁଅ ନିଜେ କହିଛନ୍ତି। ଅପରପକ୍ଷେ ଶ୍ବଶୁର କହିଛନ୍ତି, ଏହା ସମ୍ପୂର୍ଣ୍ଣ ଫଲ୍ସ କେସ୍।