-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
05-Jun-2025
ବଲାଙ୍ଗିର:- ବଲାଙ୍ଗିର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଅନେକ ସମସ୍ୟା ଅଛି।ବର୍ଷ ବର୍ଷ ଧରି ଏହି ସମସ୍ୟା ମାନ ସମାଧାନ ହେଉ ନ ଥିବାରୁ ଜିଲ୍ଲା ଓକିଲ ସଂଘ ର ସଭାପତି ବାସୁଦେବ ରଥଙ୍କ ଅଧ୍ୟକ୍ଷତାରେ ଏକ ଓକିଲ ଦଳ ଜିଲ୍ଲାପାଳ ଙ୍କୁ ଭେଟିବାକୁ ଯାଇଥିଲେ।ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ
ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟି ଅନେକ ସମସ୍ୟା ଉପରେ ଆଲୋଚନା କରିଥିଲେ।ଓକିଲ ମାନଙ୍କ ଆଲୋଚନାକୁ ଅତିରିକ୍ତ ଜିଲ୍ଲାପାଳ ସ୍ବାଗତ କରିଥିଲେ।ପରେ ଜିଲ୍ଲାପାଳ ଆସିଲେ ସମସ୍ୟା ଗୁଡ଼ିକ ଶୀଘ୍ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଆସନ୍ତା କାଲି ୬.୬.୨୦୨୫ ରିଖ ରେ ଜିଲ୍ଲା ଓକିଲ ସଂଘକୁ ଜିଲ୍ଲାପାଳ ସାକ୍ଷାତ୍ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।