-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
05-Jun-2025
ଡୁଙ୍ଗୁରିପାଲି, ତା ୫/୬: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ପ୍ରଧାନ ଶିକ୍ଷକ ଡ.ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ଵରେ ବିଶ୍ଵ ପରିବେଶ ଦିବସ ଆଜି ଗୁରୁବାର ପାଳିତ ହୋଇଯାଇଛି। ସଭାରେ ବିଜ୍ଞାନ ଶିକ୍ଷକ ତଥା ଇକୋ କ୍ଲବ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଏହି ବର୍ଷର ବିଷୟ ପ୍ଲାଷ୍ଟିକ ପ୍ରଦୂଷଣକୁ ସମାପ୍ତ କରିବା ବିଷୟରେ ମତବ୍ୟକ୍ତ କରିବା ସହ ସାରା ବିଶ୍ବ ବ୍ରହ୍ମାଣ୍ଡରେ ଆମ ପୃଥିବୀ ଗ୍ରହ କେବଳ ଜୀବ ଜଗତ ଧାରଣ କରିବାର ସୌଭାଗ୍ୟ ଲାଭ କରିଥିବାରୁ ଓ ଆମେ ତାହାର ଅଂଶବିଶେଷ ହେଇଥିବାରୁ ଗର୍ବିତ ବୋଲି ମତ ପ୍ରକାଶ କରିଥିଲେ। ପରିବେଶବିତ୍ ତଥା ଅବସରପ୍ରାପ୍ତ ଶିକ୍ଷକ ସମ୍ପଦ ଖମାରୀ ସୁସ୍ଥ ପରିବେଶ ପାଇଁ ଅନ୍ତତଃ ସମସ୍ତେ ଗଛ ଟିଏ ଲଗାଇବା ପାଇଁ ଆହ୍ବାନ ଦେଇଥିଲେ।
ସଭାର ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀ ଜନନିକା ନାୟକ, ଶୁଭଶ୍ରୀ , ଅନ୍ତରା ଜାଲ,ଝରଣା ସାହୁ, ସିମି ନାୟକ, କରିସ୍ମା,ଅନୀମା , ଅନୁପମା କାଣ୍ଡ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ ।ସଭାରେ ଜନନିକା ନାୟକ, ଶୁଭଶ୍ରୀ ବରିହା ନିଜସ୍ୱ ମତବ୍ୟକ୍ତ କରିଥିଲେ । ସଂସ୍କୃତ ଶିକ୍ଷକ ତଥା ଜୁନିଅର ରେଡକ୍ରସ କାଉନସିଲର ରାଜୁ ମେହେର ସଭାକୁ ସଂଯୋଜନା କରିଥିଲେ । ସମସ୍ତ ଶିକ୍ଷକ, କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ପ୍ଲାଷ୍ଟିକ ପ୍ରଦୂଷଣକୁ ରୋକିବା ସହ ନିଜ ପରିବାର ସଦସ୍ୟଙ୍କୁ ସଚେତନ କରିବାକୁ ଶପଥ ନେଇଥିଲେ। ବିଦ୍ୟାଳୟ ପରିସରରେ ନିମ୍ବ, କଦମ୍ବ ଭଳି ବିଭିନ୍ନ ଚାରା ରୋପଣ କରାଯାଇଛି।
ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯକ୍ରମରେ କିରଣ କୁମାର ପଟେଲ, ସଞ୍ଜୀବ ପୂଜାରୀ, ମୀନକେତନ ଦାସ, ସୁରଜ୍ ଖମାରୀ , ବିକାଶ, କିଶୋର ପଟେଲ, ଗୋବର୍ଦ୍ଧନ ,ଅମିତ୍ ଓ ଲିପୁନ ପ୍ରମୁଖ ସହଯୋଗ କରିଥିଲେ ।
ଆଗାମୀ ଜୁଲାଇ ମାସରେ ପ୍ରଥମ ସପ୍ତାହରେ ଆୟୋଜିତ ହେବାକୁଥିବା ବନ ମହୋତ୍ସବ ରେ ସ୍କୁଲ ଓ ଖେଳ ପଡିଆ ପରିସରରେ ବିଭିନ୍ନ କିସମ ର ବୃକ୍ଷ ରୋପଣ କରି ଜନସାଧାରଣଙ୍କୁ ସଚେତନ କରିବାକୁ ଯୋଜନା କରାଯାଇଛି ବୋଲି ଇକୋ କ୍ଲବ ମେଣ୍ଟର ଦୀନବନ୍ଧୁ ପ୍ରଧାନ ବକ୍ତବ୍ୟ ରଖିଥିଲେ।