-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||     

HOME   ଅପରାଧ

ଅଶାନ୍ତ ହେଉଛି ବଲାଙ୍ଗୀର ସହର,ଅପରାଧିଗୋଷ୍ଠୀଙ୍କ ଗ୍ୟାଙ୍ଗୱାର ଆଶଂକା

03-Jun-2025



ବଲାଙ୍ଗୀର(ପ୍ରେରଣାଖବର): ବଲାଙ୍ଗୀର ସହର କିଛିଦିନ ଶାନ୍ତ ରହିବା ପରେ ଏବେ ପାର୍ବଣଋତୁରେ ପୁଣିଥରେ ଅଶାନ୍ତ ହେଉଛି । ଅପରାଧିଗୋଷ୍ଠୀ ମଧ୍ୟରେ ଗ୍ୟାଙ୍ଗୱାର ହେବାର ଆଶଂକା କରାଯାଇଛି । ଅପରାଧିଗୋଷ୍ଠୀ ନିଜ ନିଜର ପତିଆରା ଜାହିର କରିବାକୁ ବିଭିନ୍ନ ସମୟରେ ପ୍ରତିପକ୍ଷ ଗୋଷ୍ଠୀଙ୍କୁ ଆକ୍ରମଣ କରୁଛନ୍ତି । ସେଥିପାଇଁ ସହରରେ ଭୟର ବାତାବରଣ ଦେଖାଦେଇଛି । ଗତ ରବିବାର ସଂଧ୍ୟାରେ ଶିତୋଷ ସ୍ୱାଇଁ ଓରଫ ସିଲୁ ସ୍ୱାଇଁଙ୍କୁ କିଛି ଯୁବକ ଆକ୍ରମଣ କରି ହତ୍ୟାଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ସିଲୁ ଗତ କିଛିମାସ ହେଲା ଏକ ସଂଗୀନମାମଲାରେ ଜେଲରେ ଥିଲା । ଜାମିନରେ ଆସିଲା ପରେ ପୁଣି ସହରରେ ଉତ୍ପାତ କରୁଛି ବୋଲି ଅଭିଯୋଗ ହେଉଛି । ରବିବାର ସଂଧ୍ୟାରେ ତାର ନିଜର ଗୋଷ୍ଠୀ ମଧ୍ୟରେ ଫାଟହୋଇ ଆକ୍ରମଣ ହୋଇଥିଲା । ଗତ କିଛିମାସ ତଳେ ସତ୍ୟନାରାୟଣପଡା ଲକ୍ଷ୍ମୀଯୋରପୋଲ ଉପରେ ହୋଇଥିବା ଏକ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣାକୁ ନେଇ ସିଲୁକୁ ଦାୟୀକରି ଆକ୍ରମଣ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । କୁଆଡେ ସିଲୁ ମୃତକଙ୍କ ସହିତ ପୋଲଉପରେ ଟ୍ରକକୁ ଅଟକାଇ ଚାନ୍ଦା ଆଦାୟ କରୁଥିଲା । ଡ୍ରାଇଭର ଏମାନଙ୍କୁ ଧକ୍କାଦେଇ ଗାଡିକୁ ନେଇ ଥାନାକୁ ପଳାଇଥିଲା । ସେହି ଧକ୍କାରେ ଜଣେ ଯୁବକ ମୃତ୍ୟୁବରଣ କରିଥିଲା । କିନ୍ତୁ ଉକ୍ତ ଘଟଣାରେ ସିଲୁ ହିଁ ଯୁବକଜଣକୁ ଡାକିନେଇଥିବା ମୃତକର ପରିବାର ଅଭିଯୋଗ କରୁଛନ୍ତି । ଜେଲରୁ ଫେରିବା ପରେ ସେହିପରିବାରର ଜଣେ ଯୁବକକୁ ସିଲୁ କୁଆଡେ ଭୁଜାଲିରେ ଆକ୍ରମଣ କରିବାକୁ ଯାଇଥିବା ବେଳେ ସେହି ଯୁବକର ସାଙ୍ଗମାନେ ମିଶି ସିତୁକୁ ଆକ୍ରମଣ କରି ସେ ଧରିଥିବା ଭୁଜାଲିରେ ତାକୁ ଆକ୍ରମଣ କରି ଗୁରୁତର କରିଦେଇଛନ୍ତି । ସେପଟେ ଆହତ ହୋଇ ସିଲୁ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତିହୋଇ ଚିିକିତ୍ସିତ ହେବା ବେଳେ ପୋଲିସକୁ ଚକମା ଦେଇ କୁଆଡେ ଫେରାର ହୋଇଯାଇଛି । ଲକ୍ଷ୍ମୀନଗରପଡାର ଦିଲିପ ସ୍ୱାଇଁଙ୍କ ପୁଅ ସିତୋଷ ସ୍ୱାଇଁ ଓରଫ ସିତୁ ନାମରେ ପୂର୍ବରୁ ଅନେକଗୁଡିଏ ମାମଲା ରହିଛି ବୋଲି ଜଣାପଡିଛି । ଗତ ୨୦୨୦ ମସିହାରୁ ଆଜି ପର୍ଯ୍ୟନ୍ତ  ସିତୁ ନାମରେ ପ୍ରାୟ ୧୦ଟି ମାମଲା କୋର୍ଟରେ ବିଚାରାଧିନ ରହିଛି । ଟାଉନଥାନାରେ କେସନମ୍ବର-୬୬୪/୨୦୧୯,୨୩୯/୨୦୨୦,୩୮୮/୨୦୨୦,୯୧/୨୦୨୧,୫୪୧/୨୦୨୧,୪୫/୨୦୨୨,୨୫୯/୨୦୨୨,୯୩୩/୨୦୨୪,ପୁଇଁତଳା ଥାନାରେ କେସନମ୍ବର-୨୬୦/୨୦୨୨ ଓ ସଦରଥାନାରେ କେସ ନମ୍ବର-୪୫୮/୨୦୨୩ରେ ମାମଲା ରହିଛି । ଏକ ଅପରାଧିଗୋଷ୍ଠୀକୁ ସେ ପରିଚାଳିତ କରୁଥିବା ସହରକୁ ଅଶାନ୍ତ କରୁଥିବା ମଧ୍ୟ ଅଭିଯୋଗ ରହିଛି । ବିଭିନ୍ନ ସମୟରେ ସେ ଅପରାଧିଗୋଷ୍ଠୀ ଧରି ଡକାୟତି କରିବା,ଆକ୍ରମଣ କରି ହତ୍ୟାଉଦ୍ୟମ କରିବା ଇତ୍ୟାଦି ସଂଗୀନ ମାମଲା ତା ନାମରେ ରହିଛି । ଏବେ ତାକୁ ଆକ୍ରମଣ ପରେ ଆହତ ହୋଇ କୁଆଡେ ବୁଲୁଛି । ପୁଣି ଥରେ ତାର ଗ୍ୟାଙ୍ଗକୁ ସଂଗଠିତ କରି ଅପରଗୋଷ୍ଠୀ ସହିତ ଗ୍ୟାଙ୍ଗୱାର ହେବାର ମଧ୍ୟ ଆଶଂକା କରାଯାଉଛି । ଅପରଗୋଷ୍ଠୀ ମଧ୍ୟ ବଲାଙ୍ଗୀର ସହରର ଜଣାଶୁଣା ଅପରାଧିଗୋଷ୍ଠୀ ବୋଲି ସୂଚନା ମିଳିଛି । ତେଣୁ ପୋଲିସ ବେଳହୁଁ ପଦକ୍ଷେପ ନନେଲେ ସହରରେ ଅପରାଧିକ କାର୍ଯ୍ୟକଳାପ ବଢିବ ବୋଲି ଜନସାଧାରଣ ଆଶଂକା କରୁଛନ୍ତି । ତେବେ ଏନେଇ ସଦର ଏସଡିପିଓ ସରୋଜ ଉପାଧ୍ୟାୟଙ୍କୁ ପଚାରିବାରୁ ଅପରାଧିଗୋଷ୍ଠୀଙ୍କୁ ଦମନ କରିବାକୁ ପୋଲିସ ପଦକ୍ଷେପ ଆରମ୍ଭ ହୋଇଛି ବୋଲି କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   13-Sep-2026
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026
  ଜିଲ୍ଲା  
ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   12-Sep-2026
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   12-Sep-2026
  ଜିଲ୍ଲା  
ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   12-Sep-2026

You Might Also Like