-+91-9937148622 |
prerana_bgr@rediffmail.com |
Thursday 11th June 2026 |
R.N.I. Regd No. ODIODI/2010/46693
Breaking News
03-Jun-2025
ରାୟଗଡା(ସୁପ୍ରିୟା ଷଡଙ୍ଗୀ): ରାୟଗଡ଼ା ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରରେ ଜିଲ୍ଲାପାଳ ପାରୁଲ ପଟ୍ଟ୍ବାରୀଙ୍କ ଦ୍ଵାରା "ସ୍ନାନ ଏବଂ ପ୍ରାରମ୍ଭିକ ପାଣିରୁ ବୁଡିବା ଉଦ୍ଧାର କୌଶଳ " କାର୍ଯ୍ଯକ୍ରମ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାଏକ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମନୋଜ କୁମାର ନାହାକ , ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଦୋଶ ରଞ୍ଜନ ଜେନା, ରାୟଗଡ଼ 2-IRBN ODRAF ଦଳ ଓ ପ୍ରଶିକ୍ଷଣାର୍ଥୀଙ୍କ ଉପସ୍ଥିତିରେ ଉଦଘାଟଣ ହୋଇଯାଇଛି । ଏହା ଓଡ଼ିଶା ରାଜ୍ଯ ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷଙ୍କ ଆନୁକୂଲ୍ୟରେ କରାଯାଉଅଛି । ଏହି ଟ୍ରେନିଂରେ ODRAF ଟିମ ବିଭିନ୍ନ ବିଷୟରେ ଶିକ୍ଷା ଦେବେ, ଯାହା ପ୍ରଶିକ୍ଷଣାର୍ଥୀଙ୍କୁ ଉପକୃତ କରିବ । ପ୍ରଥମ ବ୍ୟାଚ୍ରେ ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ୩୦ ଜଣ NCC କ୍ୟାଡେଟ୍ ଅଛନ୍ତି। ଏହିପରି ଭାବେ ଏହି ଜିଲ୍ଲାରୁ 300 ଜଣ ପ୍ରାପ୍ତ ବୟସ୍କ ପ୍ରଶିକ୍ଷଣ ନେବେ । ଏହା ଏକ ସାତ ଦିନିଆ ଆବାସିକ ପ୍ରଶିକ୍ଷଣ କାର୍ଯ୍ଯକ୍ରମ ଅଟେ । ଏହି ପ୍ରଶିକ୍ଷଣ ଶେଷ ହେବା ପରେ ଟ୍ରେନିଙ୍ଗ ନେଉଥିବା ପ୍ରଶିକ୍ଷଣାର୍ଥୀମାନେ ସ୍ନାନ ସମ୍ଭନ୍ଧୀୟ କ୍ଷମତା ଅର୍ଜନ କରିପାରିବେ । ପାଣି ସମ୍ପର୍କିତ ବିପଦ ବା ଆପଦ ପରିସ୍ଥିତିର ଆବଶ୍ୟକତା ଓ ପ୍ରଭାବ ବୁଝିବେ। ପାଣିରେ ସୁରକ୍ଷା ଓ ପ୍ରାରମ୍ଭିକ ପାଣିରୁ ବୁଡିବା ଉଦ୍ଧାର କୌଶଳ ଉପରେ ପ୍ରାୟୋଗିକ ଅବଲମ୍ବନ କରିପାରିବେ। ପାଣିରେ ଭାସି ରହିବା ପାଇଁ ଆବଶ୍ୟକ ମୌଳିକ ପ୍ରୟୋଗିକ ଶିଖିବେ। ପାଣିରେ ବୁଡିବା ବ୍ୟକ୍ତିଙ୍କୁ ଜୀବନ ରକ୍ଷା ପାଇଁ ସହାୟତାକରିପାରିବେ । ବନ୍ୟା ପରିସ୍ଥିତିରେ ଜଳମଗ୍ନଅଞ୍ଚଳ ଅତିକ୍ରମ କରିବା ପାଇଁ ଭିନ୍ନ ପ୍ରୟୋଗ ଓ କ୍ଷମତା ବିକାଶ କରିବେ। ଏହା ଏକ ଜରୁରୀକାଳୀନ ପରିସ୍ଥିତି ନିମନ୍ତେ ଏବଂ ଜଳାପଦା ଅଞ୍ଚଳରେ ଜୀବନ ରକ୍ଷା ପାଇଁ ଉପଯୁକ୍ତ ପ୍ରଶିକ୍ଷଣ ଅଟେ ।