-+91-9937148622 |
prerana_bgr@rediffmail.com |
Friday 11th September 2026 |
R.N.I. Regd No. ODIODI/2010/46693
Breaking News
01-Jun-2025
ବଲାଙ୍ଗିର/ଦେଓଗାଁ(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲା ଦେଓଗାଁ ରେଞ୍ଜ ଅଧିନସ୍ଥ ଦେଓଗାଁ ସ୍ଥାୟୀ ନର୍ସରୀ ଠାରେ ଆଞ୍ଚଳିକ ଅଣଗେଜେଟେଡ୍ ବନସେବା ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ବୈଠକ ରେ ବଲାଙ୍ଗିର ଜିଲ୍ଲା ବନଖଣ୍ଡ ସଭାପତି ବାବୁଲା ଦାସ ଙ୍କ ସଭାପତିତ୍ବ ରେ ସଭା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ରାଜ୍ୟ ଅଣ ଗେଜେଟେଡ ବନସେବା ସଂଘର ଉପସଭାପତି ଭବାନୀ ଶଙ୍କର ପରିଛା ଯୋଗଦେଇ ସଂଗଠନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।ଦୁଃଖର ବିଷୟ ଗତ ମେଁ ମାସ ୨୪ତାରିଖ ରେ ଢେଙ୍କାନାଳ ଡିଭିଜନ ହିନ୍ଦୋଳ ରେଞ୍ଜ ର ବନରକ୍ଷୀ ପ୍ରହଲ୍ଲାଦ ପ୍ରଧାନଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା।ଏହି ଘଟଣା କୁ ସଂଗଠନ ତୀବ୍ର ନିନ୍ଦା କରିବା ସହ ଦିବଂଗତ ପ୍ରଧାନଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଥିଲା। ପରେ ବୈଠକ ରେ ବନ ବିଭାଗ ର ବିଭିନ୍ନ ସମସ୍ୟାର ସମାଧାନ କୁ ନେଇ ଫରେଷ୍ଟ କମିଶନ ଗଠନ,କେଡର ପରିମାର୍ଜନ,ତାଲିମ ଓ ନିଯୁକ୍ତି ପକ୍ରୀୟା ସହ କର୍ମଚାରୀ ଙ୍କ ଦକ୍ଷତା ବୃଦ୍ଧି,ଜଙ୍ଗଲ ର ଦୈର୍ଘ୍ୟ ଅନୁସାରେ ବିଟ୍ ର ପୁନର୍ଗଠନ,ବନ୍ୟପ୍ରାଣୀ ଙ୍କ ପାଇଁ ସ୍ପେଶାଲ ଷ୍ଟାଇକିଂ ଫୋର୍ସ ଏବଂ ରାପିଡ ରେସପଣ୍ଡ ଟିମ୍ ଗଠନ ପାଇଁ କର୍ମଚାରୀ ନିଯୁକ୍ତି ସମ୍ବନ୍ଧେ ଆଲୋଚନା କରିଥିଲେ।ତତ୍ ସଙ୍ଗେ ସଙ୍ଗେ ବନକ୍ଷେତ୍ର ଅଧିକାରୀ ମାନଙ୍କୁ ପୋଲିସ ବିଭାଗ ଭଳି ଯେକୌଣସି ଜାତୀୟ ବ୍ୟାଙ୍କ୍ ଜରିଆରେ ସେଲେରି ଆକାଉଣ୍ଟ,ଇନ୍ସ୍ୟୁରାନ୍ସ ପ୍ୟାକେଜ ପ୍ରଦାନ କରିବା ପାଇଁ ସରକାର ଙ୍କ ନିକଟରେ ଦାବୀ କରିବା ପାଇଁ ଆଲୋଚନା କରାଯାଇଥିଲା।ଉପରୋକ୍ତ ଦାବୀ ଗୁଡ଼ିକ ସରକାର ଆଗାମୀ ୮ ତାରିଖ ସୁଦ୍ଧା ପୁରଣ ନ କଲେ ସାମୁହିକ ଆନ୍ଦୋଳନ କରିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଆଗତ କରାଯାଇଥିଲା।ଏଣୁ ଏ ଦିଗରେ ବିଭାଗୀୟ ଉଚ୍ଚ କତୃପକ୍ଷ ଏବଂ ରାଜ୍ୟ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଥିଲା।ବୈଠକ ରେ ବଲାଙ୍ଗିର ଟେରିଟୋରିଆଲ୍ ଡିଭିଜନ,ଟିଟିଲାଗଡ଼ କେନ୍ଦୁଲିଫ ଡିଭିଜନ,ଭବାନୀପାଟଣା ଡିଭିଜନ,ଉତ୍ତରାଞ୍ଚଳ ଏବଂ ଦକ୍ଷିଣାଞ୍ଚଳ, ଖଡ଼ିଆଳ ଟେରିଟୋରିଆଲ୍ ଏବଂ କେନ୍ଦୁଲିଫ ଡିଭିଜନ,ସୁନାବେଡ଼ା ୱାଇଲ୍ଡ ଲାଇଫ ତଥା ସୋନପୁର ଟେରିଟୋରିଆଲ୍ ଏବଂ କେନ୍ଦୁଲିଫ ଡିଭିଜନର ଶତାଧିକ କର୍ମକର୍ତ୍ତା ଯୋଗଦାନ କରିଥିଲେ।କାର୍ଯ୍ୟକ୍ରମରେ ଉପସଭାପତି କୀର୍ତ୍ତି ଚନ୍ଦ୍ର ସୁଆର,କୋଷାଧ୍ୟକ୍ଷ ବ୍ୟାସଦେବ ସାହୁ,ଅଶୋକ ନାୟକ,ଶ୍ୟାମ ସୁନ୍ଦର ସାହୁ,ସୁରେନ୍ଦ୍ର ମହାରଣା, ପ୍ରଦୀପ ସାହୁ,ନାପ ହରପାଲ,ପ୍ରଦୀପ ମାଝୀ,ଆଦିତ୍ୟ ନନ୍ଦ, ପରମାନନ୍ଦ ମାଝୀ ପ୍ରମୁଖ ଉପସ୍ଥିତ ରହି ତାଙ୍କର ସୁଚିନ୍ତିତ ମତାମତ ଦେଇଥିଲେ।ସର୍ବସମ୍ମତି କ୍ରମେ ଷ୍ଟାଇକ କମିଟି ର ସଭ୍ୟ ଭାବେ ଆନନ୍ଦ ବିହାରୀ ସ୍ୱାଇଁ ଙ୍କୁ ମନୋନୀତ କରାଯାଇ ଥିଲା।ଶେଷରେ ସମ୍ପାଦକ ମଧୁ ସୁଦନ ଗଡୁଆ ଉପସ୍ଥିତ ସମସ୍ତ ସଭ୍ୟ ମାନଙ୍କୁ ଧନ୍ୟବାଦ ଦେଇଥିଲେ।