-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   (01-Nov-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ମୁନିସିପାଲିଟିର ଦୃଷ୍ଟି ଆଢୁଆଳରେ ଶିବଶକ୍ତି ନଗରବାସୀ; ବର୍ଷା ହେଲେ ଜଳବନ୍ଦୀ ହୋଇ ରହନ୍ତି ଲୋକେ

01-Jun-2025



ବଲାଙ୍ଗୀର(ପ୍ରେରଣା ଖବର) ସରକାରୀ ଜାଗା ଓ ରାସ୍ତାକୁ କିଛି ଲୋକଙ୍କ ଜବରଦଖଲ ଯୋଗୁଁ ପଡାରେ ଡ୍ରେନେଜ୍ ସମସ୍ୟା ଉତ୍କଟରୂପ ଧାରଣ କରିଛି । ଏପରିକି ଡ୍ରେନର ପାଣି ରାସ୍ତାରେ ବୋହୁଥିବା ମଧ୍ୟ ଦେଖାଯାଇଥାଏ । ପ୍ରକ୍ ମୌସୁମୀରେ ବର୍ଷାରେ ଯଦି ଏମିତି ଅବସ୍ଥା ତେବେ ବର୍ଷା ମାସରେ ଏହି ଅଂଚଳର ଅବସ୍ଥା କଣ ହେବ ତାହାକୁ ନେଇ ପଡାବାସୀ ଚିନ୍ତାରେ ରହିଛନ୍ତି । ପରିମଳ ଓ ରାସ୍ତାଘାଟର ଏପରି କିଛି ଚରମ ଅବ୍ୟବସ୍ଥା ଦେଖିବାକୁ ମିଳିଛି ବଲାଙ୍ଗୀର ମୁନିସିପାଲିଟି ୱାର୍ଡ ନମ୍ବର ୩ ଡୁଙ୍ଗୁରିପଡା ନିକଟସ୍ଥ ଶିବଶକ୍ତି ନଗରରେ । ବଲାଙ୍ଗୀର ସହର ଭିତରେ ଯଦି ଅବସ୍ଥା ଏପରି ତେବେ ଉପାନ୍ତ ଅଂଚଳରେ ଲୋକେ କିପରି ରହୁଥିବେ ତାହା ବିଶେଷ ଅନୁମେୟ । ଳୋକଙ୍କ ଅଭିଯୋଗରୁ ପ୍ରକାଶ ଯେ, କଲେଜ ଛକ ରାସ୍ତାର ପାଣି ଏ ଅଂଚଳକୁ ପ୍ରବେଶ କରୁଛି। ଶିବଶକ୍ତି ନଗରରେ ଏକ ବିରାଟ ଫ୍ଲାଟ ନିର୍ମାଣ ହେଉଛି। ଏହି ଫ୍ଲାଟର ସବୁ ପାଣି ନାଳରୁ ଯାଇ ରାସ୍ତାରେ ବୋହୁଛି। ଅଧିକାଂଶ ନାଳ ଅବରୋଧ ହୋଇସାରିଛି। ନାଳ ସବୁ ଅବରୋଧ ହୋଇଥିବା ଯୋଗୁଁ ଅସରାଏ ବର୍ଷା ହେଲେ ଶିବଶକ୍ତି ନଗରରେ ରାସ୍ତାରେ ନଦୀ ପରି ପାଣି ଲହଡି ମାରିଥାଏ। ବର୍ଷା ହେଲେ ଏଠାକାର ଲୋକେ ଏକ ପ୍ରକରର ଜଳବନ୍ଦୀ ହୋଇ ରହିଯାଆନ୍ତି l ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ଏଠାରେ ପୂର୍ବରୁ ଛୋଟିଆ କେନାଲ ଟିଏ ଥିଲା ଯେଉଁଥି ପାଇଁ ଏଠାକାର ପାଣି ସବୁ ନିସ୍କାସନ ହୋଇଯାଉଥିଲା । ଏହି କେନାଲଟି ବର୍ତ୍ତମାନ ଜବରଦଖଲକାରୀଙ୍କ କବଳରେ ରହିଥିବା ଯୋଗୁଁ ଏହି ପଡାରେ ଡ୍ରେନେଜ ସମସ୍ୟା ଦେଖାଦେଇଛି । ଏନେଇ ପଡାବାସୀ ସ୍ଥାନୀୟ କାଉନସିଲର ଠାରୁ ଆରମ୍ଭ କରି ମୁନିସିପାଲିଟି ପୌରାଧ୍ୟକ୍ଷା ଓ ବଲାଙ୍ଗୀର ବିଧାୟକଙ୍କୁ ମଧ୍ୟ ଅଭିଯୋଗ କରିସାରିଲେଣି । କିନ୍ତୁ ଆଜି ପର୍ଯ୍ୟନ୍ତ ଶିବଶକ୍ତି ନଗରବାସୀ ପ୍ରତିଶୃତି ଛଡା କିଛି ପାଇ ନାହାନ୍ତି । ଆଗକୁ ଏହି ପଡାର ଡ୍ରେନେଜ ସମସ୍ୟା ନ ସୁଧୁରିଲେ ପଡବାସୀ ମୁନିସିପାଲିଟି ଅଫିସ ସମ୍ମୁଖରେ ଧାରଣା ଦେବା ବୋଲି ଚେତାବନୀ ଦେଇଛନ୍ତି । ନିଜର ମୌଳିକ ଅଧିକାରରୁ ବଂଚିତ ଥିବା ଏହି ଅଂଚଳର ଅସନ୍ତୋଷ ପୁରୁଷ ଓ ମହିଳା ମାନେ ଏବେ ଆନ୍ଦୋଳନ ମୁହାଁ  ହେବାକୁ ବାଧ୍ୟ ହୋଇଛନ୍ତି l ଜିଲ୍ଲା ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ  ସ୍ଥାନୀୟ ଅଧିବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବଲାଙ୍ଗୀର ମୁନିସିପାଲିଟି ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   01-Nov-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026

You Might Also Like