-+91-9937148622 |
prerana_bgr@rediffmail.com |
Thursday 10th September 2026 |
R.N.I. Regd No. ODIODI/2010/46693
Breaking News
31-May-2025
(ଡୋଲେଶ୍ୱର ବାଗ)
ନୂଆପଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ଉନ୍ନୟନ ଅଧିକାରୀ ଯୋଗେନ୍ଦ୍ର ଭୋଇ ଙ୍କ ଅବସର ଗ୍ରହଣ କରିଛନ୍ତି। ତାଙ୍କ କର୍ମମୟ ଜୀବନର ଅତିବାହିତ କରିଥିବା ଅଭୂଳା ସ୍ମୃତି ଚିର ସ୍ମରଣ ହୋଇ ରହିବା। ସେ ଜଣେ ଭଦ୍ର, ମେଲେପି ଏବଂ ମିଷ୍ଠ ଭାଷୀ ଅଟନ୍ତି। ନୂଆପଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷ ରୁ ଭବ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି। ସଭାରେ ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଅଧ୍ୟକ୍ଷତା କରିଥିବା ବେଳେ ବିଭାଗ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଯୋଗ ଦେଇଥିଲେ।ଅତିରିକ୍ତ ଉନ୍ନୟନ ଅଧିକାରୀ ଯୋଗେନ୍ଦ୍ର ଭୋଇଙ୍କ ବିତାଇଥିବା ହସ, ଖୁସି ଏବଂ ସମ୍ବିଧାନର ସେହି ଭାତୃଭାବ କୁ ବଖାଣି ଥିଲେ। କର୍ମମୟ ଜୀବନ ରେ ନିଷ୍ଠା ଏବଂ ଜଣେ ଦାୟିତ୍ବ ସମ୍ପର୍ନ୍ନ ବ୍ୟକ୍ତିତ୍ଵ ରୂପେ କାର୍ଯ୍ୟ କରି ଅଞ୍ଚାଳରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି।