-+91-9937148622 |
prerana_bgr@rediffmail.com |
Thursday 10th September 2026 |
R.N.I. Regd No. ODIODI/2010/46693
Breaking News
31-May-2025
(ଡୋଲେଶ୍ୱର ବାଗ)
ନୂଆପଡ଼ା ଜିଲ୍ଲା ରେ ଅଦିନିଆ ଏବଂ ଲଘୁଚାପ ବର୍ଷା ରେ ଫସଲ କ୍ଷତି ହୋଇଥିବା ବେଳେ ଜିଲ୍ଲା ରେ କ୍ଷୟ କ୍ଷତି ପ୍ରକୃତ ତଥ୍ୟ ସାମ୍ନାକୁ ଆସିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି। ଧାନ ଫସଲ କ୍ଷତି ଆକାଲନ ସମୟ ସୀମା କାମ ଥିବା ବେଳେ ନିଜେ ମଧ୍ୟ ଚାଷୀ ଭାଇମାନେ ନିଜ ଜମି ଫସଲ କ୍ଷତି ପାଇଁ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଙ୍କ ନିକଟରେ ସୂଚିତ କରନ୍ତୁ। କୌଣସି ଜଣେ ମାତ୍ର ଚାଷୀ ନିଜ ଜମି ଫସଲ କ୍ଷତି ରୁ ବଞ୍ଚିତ ରହିବେ ନାହିଁ। ଉପଯୁକ୍ତ ତଥ୍ୟ ସରକାରଙ୍କୁ ପ୍ରେରଣ କରିବା ଉଦ୍ଧେଶ୍ୟ ମାତ୍ର। ନିଜ ଜମି ପଟ୍ଟା, ପଟ୍ଟା ରେ ଫସଲ କ୍ଷତି ଅଞ୍ଚଳ ଟିକ ଚିହ୍ନଟ କରିବା ସହ ଆବଶ୍ୟକ କାଗଜ, ଫସଲ କ୍ଷତି ର ଏକ ଫଟୋ କପି, ରାଜସ୍ବ ଟିକସ ପ୍ରଦାନ କରିଥିବା ପ୍ରମାଣ ପତ୍ର ପ୍ରଦାନ କରିବେ। ରାଜସ୍ୱ ଅଧିକାରୀଙ୍କୁ ତୁରନ୍ତ ପ୍ରଦାନ କଲେ ପ୍ରସ୍ତୁତ ହେଉଥିବା ରିପୋର୍ଟ ରେ ଅନ୍ତର୍ଭୁକ୍ତ ହୋଇ କୃଷକ ମାନେ ହୋଇଥିବା କ୍ଷତି ସଠିକ୍ ତଥ୍ୟ ସାମ୍ନାକୁ ଆସି ପାରିବ। ଆବଶ୍ୟକ କ୍ଷତି ପୁରଣ ପାଇବାରେ ସହାୟକ ହେବ।