-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
31-May-2025
କଣ୍ଟାମାଳ(ଜୟ କୁମାର ମହାରଣା): ଘଣ୍ଟାପଡା ଥାନା ଅନ୍ତର୍ଗତ କୋଡ଼ି ବାହାଲ ଗ୍ରାମରେ ଶୁକ୍ରବାର ପୋଖରୀ ରେ ବୁଡି ମୃତ୍ୟୁ ବରଣ କରିଥିବା ୧୦ ବର୍ଷ ବାଳକର ମୃତଦେହ କୁ ଘଣ୍ଟାପଡା ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମନମୁଣ୍ଡା ପଠାଇଥିବା ପ୍ରକାଶ l ମିଳିଥିବା ସୂଚନା ଅନୁଯାୟୀ ଆଜି ସାଙ୍ଗ ମାନଙ୍କ ସହ ଘଣ୍ଟାପଡା ଥାନା କୋଡ଼ିବାହାଲ ଗ୍ରାମର ରଙ୍କନିଧି କମ୍ପଙ୍କ ୧୦ ବର୍ଷର ପୁଅ ଆଦିତ୍ୟ ଗ୍ରାମ ନିକଟ ପୋଖରୀକୁ ଗାଧୋଇବାକୁ ଯାଇ ଘରକୁ ଫେରି ନଥିଲା | ପରିବାର ଲୋକେ ପୋଖରୀରେ ବୁଡି ଯାଇଥିବା ସନ୍ଦେହ କରି ଖୋଜା ଖୋଜି କରି ମୃତଦେହକୁ ଉଦ୍ଧାର କରିଥିଲେ | ଏ ସମ୍ପର୍କରେ ଘଣ୍ଟାପଡା ପୋଲିସକୁ ସୂଚନା ଦେବା ପରେ ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ସନ୍ଧ୍ୟାରେ ମନମୁଣ୍ଡା ଡାକ୍ତରଖାନା ପଠାଇଥିବା ପୋଲିସ ସୂତ୍ରରୁ ପ୍ରକାଶ l