-+91-9937148622 |

prerana_bgr@rediffmail.com |

  Saturday 25th July 2026 |

| | | |

R.N.I. Regd No. ODIODI/2010/46693

Breaking News

ଓଡିଆ ସାହିତ୍ୟ ସେବା ଓ ସୁରକ୍ଷା ପରିବାରର ଆନୁକୁଲ୍ୟରେ ଭଜନ ସମାରୋହ    (25-Jul-2026)       ||      ବରଗଡ଼ ଲାୟନ୍ସ କ୍ଳବ୍ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ    (25-Jul-2026)       ||      ତରାବୋଇରେ ଧୁମ,ଧାମରେ ପାଳିତ ହେଲା ୪୬ତମ ବାହୁଡ଼ା ଯାତ୍ରା   (25-Jul-2026)       ||      ଖବର ଆଜିର ତାରିଖ ୨୫/୦୭/୨୬, ଶନିବାର    (25-Jul-2026)       ||      କଣ୍ଟାବାଞ୍ଜି ଡାକ୍ତରଖାନାରେ ଶବକୁ କାନ୍ଧରେ ବୋହିବା ଘଟଣା: ଭାଇରାଲ ଭିଡିଓକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ସରକାର ଙ୍କୁ ବଦନାମ ଚକ୍ରାନ୍ତ    (25-Jul-2026)       ||      ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ   (25-Jul-2026)       ||      ବଲାଙ୍ଗୀର ଦିବ୍ୟଜୀବନ ସଂଘ ରେ ପବିତ୍ର ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା    (25-Jul-2026)       ||      ନିଟ୍ ୟୁଜି ପେପର୍ ଲିକ୍ ଏବଂ ଦିଲ୍ଲୀରେ ଛାତ୍ର ପ୍ରତିବାଦକାରୀଙ୍କ1ଙ୍କ ଉପରେ ପୁଲିସର ବର୍ବରତାକୁ ନିନ୍ଦା କରି ସମ୍ବଲପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ    (25-Jul-2026)       ||      ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିଛି ବିଜୁ ଜନତା ଦଳ ନେତାଙ୍କ ପ୍ରତିବାଦ ସମ୍ବଲପୁର ଜିଲ୍ଲା..   (25-Jul-2026)       ||      ଦୁଇ ପାଦ୍ ଦୂର୍ ସର୍ଟ ଫିଲ୍ମ ର ଶୁଭ ମୁହରତ    (24-Jul-2026)       ||      ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ   (24-Jul-2026)       ||      ମୂଖ୍ଯମନ୍ତ୍ରୀ ସଡକ ଯୋଜନାରେ ମଞ୍ଜୁରୀ ହୋଇଥିବାରୁ ବିଧାୟକ ସନତ ଗଡତିଆଙ୍କୁ ଅଞ୍ଚଳବାସୀଙ୍କ ପ୍ରଂଶସା   (24-Jul-2026)       ||      ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   (24-Jul-2026)       ||      ଜିଲ୍ଲା ପ୍ରଶାସନର ପ୍ରଭାବ - ଏକକ ବ୍ୟବହୃତ ପ୍ଲାଷ୍ଟିକ ଦନା ପରିବର୍ତ୍ତେ ପତ୍ରର ବ୍ୟବହାର   (24-Jul-2026)       ||      *ଚତୁର୍ଦ୍ଧା ମୂର୍ତ୍ତୀ ରଥାରୂଢ଼ ହେବା ପରେ ଡାବୁଗାଁରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ*   (24-Jul-2026)       ||      ଭରସୂଜା ଅମୃତ ଧାରା ସୁଚାରୁ  ରୂପେ ପରିଚାଳିତ, ଏହାକୁ ନେଇ ବ୍ଲକ ଉପାଧ୍ୟାକ୍ଷା ଙ୍କ ପ୍ରେସବିବୃତି    (24-Jul-2026)       ||      ପଞ୍ଚ ଦିବସୀୟ ଇଂରାଜୀ ତାଲିମ ଶିବିର, ଶିକ୍ଷକ ଙ୍କୁ ଶିକ୍ଷାଦାନ କଲେ ଜିଲ୍ଲାପାଳ   (24-Jul-2026)       ||      ବରପାଲି ଅଞ୍ଚଳର ଝିଅ ପିଙ୍କି ହଂଶା ହେଲେ ଜାତୀୟ ଫୁଟବଲ ରେଫରି   (24-Jul-2026)       ||      ଗଇଁତାଳାର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ସୁଧାଂଶୁ ଶେଖର ନାଏକଙ୍କ ପରଲୋକ   (24-Jul-2026)       ||      ବିନିକା ହାଇସ୍କୁଲରେ ପରିବେଶ ସୁରକ୍ଷା ସଚେତନତା ଓ ଆର୍ଥିକ ସାକ୍ଷରତା ଶିବିର   (24-Jul-2026)       ||     

HOME   ରାଜ୍ୟ

ରାଷ୍ଟ୍ରପତି ଭବନରେ ସାହିତ୍ୟ ଏକାଡେମୀର ସାହିତ୍ୟ ସମ୍ମିଳନୀ ଉଦଯାପିତ ନାରୀବାଦୀ ସାହିତ୍ୟ ଏକ ପୃଥକ ସତ୍ତା ନୁହେଁ - ପ୍ରତିଭା ରାୟ

30-May-2025



■ନାରୀବାଦୀ ସାହିତ୍ୟ ପୁରୁଷ ବିରୋଧୀ ନୁହେଁ, ଏହା ପୁରୁଷବାଦକୁ ଆହ୍ବାନ ଦେଇଥାଏ - ମହୁଆ ମାଝୀ
■ପ୍ରତ୍ୟେକଙ୍କ  ହାତରେ ଗୋଟିଏ ଗୋଟିଏ ପୁସ୍ତକ ରହିବା ଉଚିତ - ମମତା କାଲିଆ

ନୂଆ ଦିଲ୍ଲୀ, ୩୦ ମଇ ୨୦୨୫; ସାହିତ୍ୟ ଏକାଡେମୀ ଏବଂ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆୟୋଜିତ ସାହିତ୍ୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଆଜି ସମ୍ମିଳନୀର ଦ୍ୱିତୀୟ ଦିନରେ, 'କେତେ ପରିବର୍ତ୍ତିତ ହୋଇଛି ସାହିତ୍ୟ?' ଶୀର୍ଷକରେ ତିନିଟି ଅଧିବେଶନରେ ବ୍ୟାପକ ଆଲୋଚନା ହୋଇଥିଲା। 'ଭାରତର ନାରୀବାଦୀ ସାହିତ୍ୟ: ନୂତନ ଆଧାର' ଶୀର୍ଷକ ଅଧିବେଶନରେ ଅଧ୍ୟକ୍ଷତା କରି ଖ୍ୟାତନାମା ଓଡ଼ିଆ ଲେଖିକା ପ୍ରତିଭା ରାୟ କହିଥିଲେ ଯେ ନାରୀମାନଙ୍କ  ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ୱର, ବିଶ୍ୱଦୃଷ୍ଟି ଏବଂ ଜୀବନ ପ୍ରତି ଭିନ୍ନ୍ ଦୃଷ୍ଟିକୋଣ ରହିଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ନାରୀବାଦୀ ସାହିତ୍ୟ ଏକ ପୃଥକ ସତ୍ତା ନୁହେଁ, ବରଂ ସୃଜନଶୀଳତାର ଏକ ବିବିଧ ପରିପ୍ରକାଶ। ସେ ଓଡ଼ିଆ କବି ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ ସମ୍ପର୍କରେ ଉଲ୍ଲେଖ କରିବା ପୂର୍ବକ  ଭାରତରେ ନାରୀବାଦୀ ସାହିତ୍ୟର ମୂଳଦୁଆ ସ୍ଥାପନର ଶ୍ରେୟ ତାଙ୍କୁ ଦେଇଥିଲେ। ଅଧିବେଶନରେ ଅନ୍ୟ ବକ୍ତାମାନେ ଥିଲେ ଅନାମିକା, ଅନୁଜା ଚନ୍ଦ୍ରମୌଲି, ମହୁଆ ମାଝୀ, ନିଧି କୁଲପତି, ପ୍ରୀତି ସେନାୟ ଏବଂ ତାମିଲଚି ଥଙ୍ଗପାଣ୍ଡିଆନ। ବିଶିଷ୍ଟ ହିନ୍ଦୀ ଲେଖିକା ଅନାମିକା କହିଥିଲେ ଯେ ଭାରତୀୟ ନାରୀବାଦୀ ସାହିତ୍ୟ ସମ୍ପର୍କକୁ ପୁନଃପରିଭାଷିତ କରୁଛି। ତାମିଲ ଲେଖିକା ତାମିଲଚି ଥଙ୍ଗପାଣ୍ଡିଆନ ତାମିଲ ଏବଂ ଦ୍ରାବିଡ଼ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ଇଂରାଜୀ ଲେଖିକା ଅନୁଜା ଚନ୍ଦ୍ରମୌଲି କହିଥିଲେ ଯେ ନାରୀବାଦୀ ସାହିତ୍ୟ ଶତାବ୍ଦୀର ନୀରବତା ଏବଂ ବନ୍ଧନକୁ ଭାଙ୍ଗି ସାଂସ୍କୃତିକ ଦୃଶ୍ୟପଟକୁ ଗଭୀର ଭାବରେ ପ୍ରଭାବିତ କରିଛି। ହିନ୍ଦୀ ଲେଖିକା ଏବଂ ସାଂସଦ ମହୁଆ ମାଝୀ ହିନ୍ଦୀ ସାହିତ୍ୟରେ ମହିଳାମାନଙ୍କର ଅଭିବ୍ୟକ୍ତିପୂର୍ଣ୍ଣ ଏବଂ ସୃଜନଶୀଳ ଲେଖା ଅନୁସନ୍ଧାନ କରି ନାରୀବାଦର ପ୍ରମୁଖ ଦିଗଗୁଡ଼ିକୁ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ମହିଳା ପ୍ରସଙ୍ଗ ଉପରେ ଆଲୋଚନା ପୁରୁଷ ବିରୋଧୀ ନୁହେଁ, ବରଂ ପୁରୁଷବାଦୀ ମୂଲ୍ୟବୋଧକୁ ତାହା ଆହ୍ବାନ କରେ। ସୁପରିଚିତ ଗଣମାଧ୍ୟମ ବ୍ୟକ୍ତିତ୍ୱ ନିଧି କୁଲପତି କହିଥିଲେ ଯେ  ଆଗରୁ  ମହିଳାମାନଙ୍କ ଲେଖାକୁ ପଛକୁ ଠେଲି ଦିଆଯାଉଥିଲା, କିନ୍ତୁ ସମୟ ପରିବର୍ତ୍ତନ ସହିତ ଏହାର ପରିସର ବୃଦ୍ଧି ପାଇଛି। ସେ ସୂଚନା ଦେଇଥିଲେ ଯେ ମହାଦେବୀ ବର୍ମା, ମନ୍ନୁ ଭଣ୍ଡାରୀ, ଶିବାନୀ ଏବଂ କୃଷ୍ଣା

ସୋବତୀଙ୍କ ଭଳି ଅଗ୍ରଣୀ ଲେଖିକାମାନେ ଏହାର ଭିତ୍ତିଭୂମି ସ୍ଥାପନ କରିଥିଲେ। ଇଂରାଜୀ ଲେଖିକା ପ୍ରୀତି ସେନାୟ କହିଥିଲେ ଯେ ଲେଖା ମାଧ୍ୟମରେ ନାରୀମାନେ ପୁନର୍ବାର ଶକ୍ତି ହାସଲ କରନ୍ତି। ପ୍ରତ୍ୟେକ ଶବ୍ଦ ଏବଂ  ସ୍ୱର ସହିତ ବୃଦ୍ଧି ପାଉଥିବା ଏକ ନୀରବ ବିପ୍ଳବକୁ ଜନ୍ମ ଦିଅନ୍ତି, ସ୍ଥିତାବସ୍ଥାକୁ ଆହ୍ବାନ କରନ୍ତି ଏବଂ ପରିବର୍ତ୍ତନକୁ ପ୍ରେରଣା ଦିଅନ୍ତି।
ଏହାପରେ 'ସାହିତ୍ୟରେ ପରିବର୍ତ୍ତନ ବନାମ ପରିବର୍ତ୍ତନର ସାହିତ୍ୟ' ଶୀର୍ଷକ ଅଧିବେଶନ ସାହିତ୍ୟ ଏକାଡେମୀର ଉପାଧ୍ୟକ୍ଷ କୁମୁଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରଫେସର ଶର୍ମା କହିଥିଲେ ଯେ ଏହି ଅଧିବେଶନ ସାହିତ୍ୟ ଏବଂ ପରିବର୍ତ୍ତନ ମଧ୍ୟରେ ଆନ୍ତଃସମ୍ପର୍କକୁ ବୁଝିବାରେ ଓ ବୁଝାଇବାରେ ସମର୍ଥ । ଭାରତୀୟ ଭାଷାର ସାହିତ୍ୟର ଅନୁବାଦ ମାଧ୍ୟମରେ ହିଁ ଅନେକ ପରିବର୍ତ୍ତନ ଆମକୁ ସ୍ପଷ୍ଟ ଜଣାପଡେ। ଏହି ଅଧିବେଶନରେ ଗିରିଶ୍ୱର ମିଶ୍ର, ମମତା କାଲିଆ, ରଶ୍ମି ନରଜାରୀ, ରୀତା କୋଠାରୀ ଏବଂ ଯତୀନ୍ଦ୍ର ମିଶ୍ର ନିଜ ନିଜ ବିଚାର ଉପସ୍ଥାପନ କରିଥିଲେ। ବିଶିଷ୍ଟ  ହିନ୍ଦୀ ବିଦ୍ୱାନ ଗିରିଶ୍ୱର ମିଶ୍ର କହିଥିଲେ ଯେ ସାହିତ୍ୟ ସର୍ବଦା ପରିବର୍ତ୍ତନ ସହିତ ତା'ର ସମୟର ବାସ୍ତବତାକୁ ପ୍ରକାଶ କରିଥାଏ। ସୁପରିଚିତ ହିନ୍ଦୀ ଲେଖିକା ମମତା କାଲିଆ କହିଥିଲେ ଯେ ଆମେ ବିଶ୍ୱ ଏବଂ ପ୍ରଯୁକ୍ତିବିଦ୍ୟା ସ୍ତରରେ ଘଟିଥିବା ପରିବର୍ତ୍ତନର ସାକ୍ଷୀ ହୋଇଛୁ। ଏହି ପରିବର୍ତ୍ତନଗୁଡ଼ିକ ସାହିତ୍ୟକୁ ଗଭୀର ଭାବରେ ପ୍ରଭାବିତ କରିଛି। ଯତୀନ୍ଦ୍ର ମିଶ୍ର କହିଥିଲେ ଯେ ସାହିତ୍ୟରେ ଆଧୁନିକତାର ସମ୍ପର୍କରେ ପ୍ରାୟତଃ ଏପରି ପ୍ରଶ୍ନ କରାଯାଏ, ଯେପରି ଲେଖା କିମ୍ବା ସୃଜନଶୀଳ କାର୍ଯ୍ୟଟି ଯଦି ଆଧୁନିକ ନୁହେଁ, ଅନ୍ୟ ସମସ୍ତ ଜିନିଷ ପରି ଏହାର କୌଣସି ମୂଲ୍ୟ ନାହିଁ। ରଶ୍ମି ନର୍ଜାରୀ କହିଥିଲେ ଯେ ସାହିତ୍ୟରେ ପରିବର୍ତ୍ତନ ଏବଂ ପରିବର୍ତ୍ତନର ସାହିତ୍ୟକୁ ପରସ୍ପରଠାରୁ ପୃଥକ ଭାବରେ ଆଲୋଚନା କରାଯାଇପାରିବ ନାହିଁ। ସେମାନେ ପରସ୍ପର ନିର୍ଭରଶୀଳ ଏବଂ ପାରସ୍ପରିକ ଭାବରେ କ୍ରିୟାଶୀଳ। ଇଂରାଜୀ ଲେଖିକା ରୀତା କୋଠାରୀ କହିଥିଲେ ଯେ ସାହିତ୍ୟ କ୍ଷଣସ୍ଥାୟୀ ଏବଂ କାଳଜୟୀକୁ ଏକ ଦ୍ୱନ୍ଦ୍ୱାତ୍ମକ ସମ୍ପର୍କରେ ଆବଦ୍ଧ କରେ, ଯାହା ସମୟ ସହିତ ଗଭୀର ଭାବରେ ଜଡିତ।
ସମ୍ମିଳନୀର ଚତୁର୍ଥ ଅଧିବେଶନର ଆଲୋଚ୍ୟ ବିଷୟ ଥିଲା 'ବିଶ୍ୱ ଦୃଷ୍ଟିରେ ଭାରତୀୟ ସାହିତ୍ୟର ନୂତନ ଦିଗ'। ଏଥିରେ ଅଧ୍ୟକ୍ଷତା କରିଥିଲେ ଅଭୟ ମୌର୍ଯ୍ୟ। ଡାଏନା ମିକେଭିଚିଏନେ, କିନଫାମ ସିଙ୍ଗ ନୋଙ୍ଗକିନରି, ଲକ୍ଷ୍ମୀ ପୁରୀ,

ନବତେଜ ସରନା ଏବଂ ସୁଜାତା ପ୍ରସାଦ ପ୍ରମୁଖ ପ୍ରବନ୍ଧ ଉପସ୍ଥାପନ କରିଥିଲେ। ପ୍ରଫେସର ମୌର୍ଯ୍ୟ କହିଥିଲେ ଯେ ପ୍ରତିଟି ନୂତନ ଯୁଗରେ ସାହିତ୍ୟ ସମ୍ମୁଖରେ ନୂତନ ଆହ୍ବାନ ଆସିଥାଏ। ଏହା ଫରାସୀ ବିପ୍ଳବ ପରେ ତଥା ରୁଷର ଅକ୍ଟୋବର ବିପ୍ଳବ ପରେ ମଧ୍ୟ ଘଟିଥିଲା। ସେ ଆହୁରି କହିଥିଲେ ଯେ ବିଶେଷତଃ କୃତ୍ରିମ ବୁଦ୍ଧିମତ୍ତା ଏବଂ ଇଲେକ୍ଟ୍ରୋନିକ୍ ବିପ୍ଳବର ପ୍ରଭାବରେ ଏକବିଂଶ ଶତାବ୍ଦୀ ମଧ୍ୟ ସାହିତ୍ୟରେ ନୂତନ ତରଙ୍ଗ ସୃଷ୍ଟି କରୁଛି। ଅଧିବେଶନର ଅନ୍ୟ ବକ୍ତାମାନେ ଭାରତୀୟ ସାହିତ୍ୟରେ ବିଷୟ ଏବଂ ଶୈଳୀ ଦୃଷ୍ଟିରୁ, ବିଶେଷକରି ଇଂରାଜୀ ସାହିତ୍ୟ ପରିପ୍ରେକ୍ଷୀରେ ଉଭା ହେଉଥିବା ନୂତନ ଧାରା ପ୍ରତି ଇଙ୍ଗିତ କରିଥିଲେ। ଆଲୋଚନା ଶେଷରେ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ ନାରୀ ସାହିତ୍ୟର ସମୃଦ୍ଧି ଦିଗରେ ଏକାଡେମୀର କାର୍ଯ୍ୟ ଯୋଜନା ଉପରେ ଆଲୋକପାତ କରିଥିଲେ। ନାରୀ ସାହିତ୍ୟର   ପ୍ରୋତ୍ସାହନ ଏବଂ  ସ୍ୱରକୁ ସୁଦୃଢ କରିବା ପାଇଁ ଏକାଡେମୀର ପ୍ରତିବଦ୍ଧତା ସମ୍ପର୍କରେ ସେ କହିଥିଲେ। ପରିଶେଷରେ ଦେବୀ ଅହଲ୍ୟାବାଈ ହୋଲକରଙ୍କ ୩୦୦ତମ ଜନ୍ମବାର୍ଷିକୀ ଅବସରରେ ହିମାଂଶୁ ବାଜପେୟୀ ଏବଂ ପ୍ରଜ୍ଞା ଶର୍ମା ଅହଲ୍ୟାବାଈ ଗାଥା ଉପସ୍ଥାପନ କରିଥିଲେ। ଏହି ସମ୍ମିଳନୀରେ ବହୁ ବିଦ୍ୱାନ, ସାହିତ୍ୟପ୍ରେମୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଓଡିଆ ସାହିତ୍ୟ ସେବା ଓ ସୁରକ୍ଷା ପରିବାରର ଆନୁକୁଲ୍ୟରେ ଭଜନ ସମାରୋହ   25-Jul-2026
  ଜିଲ୍ଲା  
ବରଗଡ଼ ଲାୟନ୍ସ କ୍ଳବ୍ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ   25-Jul-2026
  ରାଜ୍ୟ  
ତରାବୋଇରେ ଧୁମ,ଧାମରେ ପାଳିତ ହେଲା ୪୬ତମ ବାହୁଡ଼ା ଯାତ୍ରା   25-Jul-2026
  ଦେଶ ବିଦେଶ  
ଖବର ଆଜିର ତାରିଖ ୨୫/୦୭/୨୬, ଶନିବାର    25-Jul-2026
  ଜିଲ୍ଲା  
କଣ୍ଟାବାଞ୍ଜି ଡାକ୍ତରଖାନାରେ ଶବକୁ କାନ୍ଧରେ ବୋହିବା ଘଟଣା: ଭାଇରାଲ ଭିଡିଓକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ସରକାର ଙ୍କୁ ବଦନାମ ଚକ୍ରାନ୍ତ   25-Jul-2026
  ଜିଲ୍ଲା  
ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ   25-Jul-2026
  ରାଜ୍ୟ  
ବଲାଙ୍ଗୀର ଦିବ୍ୟଜୀବନ ସଂଘ ରେ ପବିତ୍ର ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା   25-Jul-2026
  ଜିଲ୍ଲା  
ନିଟ୍ ୟୁଜି ପେପର୍ ଲିକ୍ ଏବଂ ଦିଲ୍ଲୀରେ ଛାତ୍ର ପ୍ରତିବାଦକାରୀଙ୍କ1ଙ୍କ ଉପରେ ପୁଲିସର ବର୍ବରତାକୁ ନିନ୍ଦା କରି ସମ୍ବଲପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ   25-Jul-2026
  ଜିଲ୍ଲା  
ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିଛି ବିଜୁ ଜନତା ଦଳ ନେତାଙ୍କ ପ୍ରତିବାଦ ସମ୍ବଲପୁର ଜିଲ୍ଲା..   25-Jul-2026
  ଜିଲ୍ଲା  
ଦୁଇ ପାଦ୍ ଦୂର୍ ସର୍ଟ ଫିଲ୍ମ ର ଶୁଭ ମୁହରତ   24-Jul-2026
  ଜିଲ୍ଲା  
ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ   24-Jul-2026
  ଜିଲ୍ଲା  
ମୂଖ୍ଯମନ୍ତ୍ରୀ ସଡକ ଯୋଜନାରେ ମଞ୍ଜୁରୀ ହୋଇଥିବାରୁ ବିଧାୟକ ସନତ ଗଡତିଆଙ୍କୁ ଅଞ୍ଚଳବାସୀଙ୍କ ପ୍ରଂଶସା   24-Jul-2026

You Might Also Like