-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
25-May-2025
ବିନିକା(ହିମାଂଶୁ ଶେଖର ପୁଟେଲ) ସୋମବାର ସାବିତ୍ରୀ ଅମାବାସ୍ୟା। ସତ୍ୟବାନ ମାନଙ୍କ ମଙ୍ଗଳ ପାଇଁ ସ୍ତ୍ରୀ ଅର୍ଥାତ ନିଜର ଧର୍ମପତ୍ନୀ ମାନେ ମନପସନ୍ଦ ସାମଗ୍ରୀ ସହ ବିଭିନ୍ନ ପ୍ରକାରର ଫଳ ଆଣିବା ପାଇଁ ଚିଠା ପ୍ରଦାନ କରିଛନ୍ତି ।ଫଳରେ ସ୍ବାମୀ ମାନେ ଚିଠା ଧରି ବଜାରକୁ ବାହାରିବା ପରେ ବଜାର ଦର ଶୁଣି ଏକ ପ୍ରକାର ବେହାଲ ହୋଇ ପଡିଥିବା ଦେଖିବାକୁ ମିଳିଛି।ହେଲେ ନିଜର ଧର୍ମପତ୍ନୀଙ୍କ ସୁଖ ଶାନ୍ତି ପାଇଁ ଯେଣେ ତେଣେ ପ୍ରକାରରେ ଯାହା ବି ଦାମ ପଡୁ କିଣିବାକୁ ବାଧ୍ୟ ।ମିଳିଥିବା ସୂଚନା ଅନୁସାରେ ଆଜି ସମ୍ପ୍ରତି ବିନିକା ବଜାରରେ ନଡ଼ିଆ ଗୋଟିକୁ ୩୦ଟଙ୍କା ବିକ୍ରି ହେଉଥିବା ବେଳେ ସପୁରୀ ୪୦,ସେଓ ଗୋଟିକୁ ୩୦,ସାନ୍ତରା ୩୦,ଲିଚୁ ୨୦,ଅଙ୍ଗୁର ପାଏ କୁ ୫୦,ଡାଳିମ୍ବ ଗୋଟିକୁ ୩୦/୪୦,କଦଳୀ ଦର୍ଜନ ୫୦,ଖଜୁରୀ ଦନା ପ୍ରତି ୨୦,ତାଲ ୧୦,ବେଲ ୧୦,ତରଭୁଜ ଗୋଟିକୁ ୪୦ରୁ୧୦୦,ପଦ୍ମଫୁଲ ୨ଟିକୁ ୧୦,ପିଜୁଳି ୧୦,ପୁଷ୍କର ଗୋଟାକୁ ୧୦,ପଇଡ଼ ଗୋଟିକୁ ୫୦ ଟଙ୍କା ଦରରେ ବିକ୍ରୀ ହେଉଛି।ସେହିପରି କପଡ଼ା ଦୋକାନ ମାନଙ୍କରେ ମଧ୍ୟ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା ଏହାର ସୁଯୋଗ ନେଇ ଦୋକାନୀ ମାନେ ଶାଢ଼ୀ ଗୁଡ଼ିକର ଦାମ ଦୁଇଗୁଣା ବଢାଇ ସେଥିରୁ ଡିସକାଉଣ୍ଟ କରି ଗ୍ରାହକଙ୍କୁ ସନ୍ତୁଷ୍ଟ କରୁଥିବା ଜଣାପଡିଥିଲା ।