-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||     

HOME   ଜିଲ୍ଲା

ସାମ୍ବାଦିକ ଉପରକୁ ଆକ୍ରମଣ କରିଥିବା ଅଭିଯୁକ୍ତକୁ ପୋଲିସ ଧରିବାରେ ବିଫଳ,ଫଟୋ ଉଠାଇ ଗାଡ଼ି ମାନଙ୍କରୁ ଜିଜିଆ କର ଅସୁଲ କରିବାରେ ସଫଳ

25-May-2025



ବଲାଙ୍ଗିର(ପ୍ରେରଣା ଖବର): ଖବର ସଂଗ୍ରହ ବେଳେ ବଡ ଖବର ର ସାମ୍ବାଦିକ ବିଜୟ ପଧାନଙ୍କୁ ଠିକାଦାରଙ୍କ ଭଡ଼ାଟିଆ ଗୁଣ୍ଡାଙ୍କ ଅତର୍କିତ ଆକ୍ରମଣରେ ଲହୁଲୁହାଣ ହୋଇଯାଇଥିଲେ।ତାଙ୍କ ହାତଗୋଡ ବାନ୍ଧି ଗ୍ରାମ ମଝିରେ କଙ୍ଗାରୁ କୋର୍ଟ କରି ମନ୍ଦିରରେ ଶପଥ କରାଇ,ଆଗକୁ ଏ ସମ୍ପର୍କରେ ନିଉଜ୍ କଲେ ତାଙ୍କୁ ତଥା ତାଙ୍କ ପରିବାରକୁ ଜୀବନରେ ମାରିବା ପାଇଁ ଧମକ ଦେଇଥଲେ।ଏହାର ପ୍ରତିବାଦରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଏବଂ ଏସୟୁଜେ(ଓ) ବଲାଙ୍ଗିର ଜିଲ୍ଲା ଶାଖାର ସଭ୍ୟ ମାନେ ଗତକାଲି ଏସ୍ ପି ଙ୍କ ଅଫିସ ସମ୍ମୁଖରେ ଗଣଧାରଣା ଦେଇଥିଲେ।ପରେ ଏଡିସନାଲ ଏସ.ପି ଆଲୋକ ଜେନା ଆସି ସାମ୍ବାଦିକ ମାନଙ୍କ ଦାବିପତ୍ର ଗ୍ରହଣ କରି ସେହିଦିନ ସନ୍ଧ୍ୟା ସୁଦ୍ଧା ଅଭିଯୁକ୍ତ ମାନଙ୍କୁ ଗିରଫ କରି ସୂଚନା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ପ୍ରତିଶ୍ରୁତିର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମାତ୍ର ୨ଜଣଙ୍କୁ ଧରି ପଚରାଉଚୁରା କରୁଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡ଼ିଛି।ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ଖୋଲା ଆକାଶ ତଳେ ଘୁରି ବୁଲୁଛି। ପୋଲିସ ଧରିବାରେ ବିଫଳ ହୋଇଛି।
ସହରରେ ଅପରାଧ ବଢ଼ି ଚାଲିଥିବା ବେଳେ ନିଷ୍କ୍ରିୟ ପୋଲିସ ହାତବାନ୍ଧି ବସି ରହିଛି।ବଲାଙ୍ଗିରରେ ଥିବା ପିସିଆର ଗାଡ଼ି ପେଟ୍ରୋଲିଂ ନାମରେ ରାସ୍ତା କଡ଼ରେ ଥିବା ଯାନବାହାନର ଫଟୋ ଉଠାଇ ଜିଯିଆ କର ଆଦାୟ କରିବାରେ ବେଶ୍ ବ୍ୟସ୍ତ ଅଛି।ରାସ୍ତା ପାର୍ଶ୍ବରେ ଗାଡ଼ି ଥିଲେ ମଧ୍ୟ ପିସିଆର ଗାଡ଼ି ଭିତରେ ବସି ଫଟୋ ଉଠାଇ ଗୋଟିଏ ଗୋଟିଏ ଗାଡ଼ିକୁ ବାରମ୍ବାର ହଜାର ହଜାର ଟଙ୍କା ଫାଇନ ପକାଉଥିବାରୁ ସହରବାସୀ ପୋଲିସର କାର୍ଯ୍ୟକଳାପରେ ବିରକ୍ତି ମନୋଭାବ ପ୍ରକାଶ କରୁଛନ୍ତି।ସହରବାସୀ ପୋଲିସର ମାତ୍ରଧିକ ଅତ୍ୟାଚାରରେ ଅତିଷ୍ଠ ହୋଇସାରିଲେଣି।ସହର ଭିତରେ ପାର୍କିଂ ସୁବିଧା ନ ଥିବା ବେଳେ ବିରାଟ ବିରାଟ ମଲ୍,ଦୋକାନ ଖୋଲି ଆରାମରେ ବ୍ୟବସାୟ କରୁଛନ୍ତି।ଗ୍ରାହକ ମାନଙ୍କୁ ତଣ୍ଡ ଗଣିବାକୁ ପଡୁଛି।ଅନେକ ବ୍ୟାଙ୍କ୍,ସରକାରୀ କାର୍ଯ୍ୟାଳୟ ମାନ ମଧ୍ୟ ରାସ୍ତା ପାର୍ଶ୍ବରେ ପାର୍କିଂ ବ୍ୟବସ୍ଥା ନ ଥାଇ ଖୋଲାଯାଇଛି।ସେହି ସମ୍ମୁଖରେ ଗାଡ଼ି ରଖିଲେ ପୋଲିସ ମାମୁଁ ମାନେ ପି ସି ଆର ରେ ଆସି ଫଟୋ ଉଠାଇ ବାହା ବାହା ନେଉଥିବା ବେଶ୍ ଚର୍ଚ୍ଚା।ସେହି ଦୋକାନ,ଅଫିସ ମାନଙ୍କୁ ପାର୍କିଂ ବ୍ୟବସ୍ଥା କରିବା ପାଇଁ କେତେ ଥର ନୋଟିସ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଛି।କେତେ ଥର ଫାଇନ୍ କଟା ଯାଇଛି।ଏହାର ଜବାବ ସାଧାରଣ ଜନତାଙ୍କୁ ଦେବାକୁ ପଡ଼ିବ ବୋଲି ଚର୍ଚ୍ଚା ହୁଏ।ବର୍ତ୍ତମାନ ପର୍ଯ୍ୟନ୍ତ ବିନା ପାର୍କିଂ ରେ ରଖୁଥିବା କୋଉ ପୋଲିସ ମାମୁଁ ର ଗାଡ଼ି ଉପରେ ପୋଲିସ ଏଭଳି ଜିଜିଆ କର ଅସୁଲ କରିଛି କି ବୋଲି ଜନସାଧାରଣରେ ପ୍ରଶ୍ନ ହୁଏ।ଆଉ ମଧ୍ୟ ଚର୍ଚ୍ଚା ହୁଏ ପୋଲିସ ଗାଡି ରାସ୍ତା ଉପରେ ଛିଡା କଲେ ଦୋଷ ନୁହେଁ।ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନୁହେଁ।ଡେଲି ମାର୍କେଟ ରାସ୍ତା ମଝିରେ ହୋଇଥିବା ପାର୍କିଂ ଭିତରେ ଅନେକ ଠେଲା ବିଭିନ୍ନ ସାମଗ୍ରୀ ବିକ୍ରୀ କରୁଛନ୍ତି। ଦୋଷ ନୁହେଁ।ଯେହେତୁ ଏମାନଙ୍କ ଠାରୁ ପୋଲିସ ବଟି ଅସୁଲ କରି ବେଶ ମାଲାମାଲ ହେଉଥିବା ହାଟରେ ବାଟରେ ବେଶ୍ ଚର୍ଚ୍ଚା।
ତେବେ ସାମ୍ବାଦିକ ଉପରେ ହୋଇଥିବା ଅମାନବୀୟ ଆକ୍ରମଣ ଉପରେ ପୋଲିସ ଦେଇଥିବା ଅଭୟବାଣୀ କେବେ କାର୍ଯ୍ୟକାରୀ ହେବ ଦେଖିବାକୁ ବାକି ରହିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   12-Sep-2026
  ଜିଲ୍ଲା  
ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ   12-Sep-2026
  ଜିଲ୍ଲା  
ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   12-Sep-2026
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026

You Might Also Like