-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||     

HOME   ଜିଲ୍ଲା

ସାମ୍ବାଦିକ ଉପରକୁ ଆକ୍ରମଣ କରିଥିବା ଅଭିଯୁକ୍ତକୁ ପୋଲିସ ଧରିବାରେ ବିଫଳ,ଫଟୋ ଉଠାଇ ଗାଡ଼ି ମାନଙ୍କରୁ ଜିଜିଆ କର ଅସୁଲ କରିବାରେ ସଫଳ

25-May-2025



ବଲାଙ୍ଗିର(ପ୍ରେରଣା ଖବର): ଖବର ସଂଗ୍ରହ ବେଳେ ବଡ ଖବର ର ସାମ୍ବାଦିକ ବିଜୟ ପଧାନଙ୍କୁ ଠିକାଦାରଙ୍କ ଭଡ଼ାଟିଆ ଗୁଣ୍ଡାଙ୍କ ଅତର୍କିତ ଆକ୍ରମଣରେ ଲହୁଲୁହାଣ ହୋଇଯାଇଥିଲେ।ତାଙ୍କ ହାତଗୋଡ ବାନ୍ଧି ଗ୍ରାମ ମଝିରେ କଙ୍ଗାରୁ କୋର୍ଟ କରି ମନ୍ଦିରରେ ଶପଥ କରାଇ,ଆଗକୁ ଏ ସମ୍ପର୍କରେ ନିଉଜ୍ କଲେ ତାଙ୍କୁ ତଥା ତାଙ୍କ ପରିବାରକୁ ଜୀବନରେ ମାରିବା ପାଇଁ ଧମକ ଦେଇଥଲେ।ଏହାର ପ୍ରତିବାଦରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଏବଂ ଏସୟୁଜେ(ଓ) ବଲାଙ୍ଗିର ଜିଲ୍ଲା ଶାଖାର ସଭ୍ୟ ମାନେ ଗତକାଲି ଏସ୍ ପି ଙ୍କ ଅଫିସ ସମ୍ମୁଖରେ ଗଣଧାରଣା ଦେଇଥିଲେ।ପରେ ଏଡିସନାଲ ଏସ.ପି ଆଲୋକ ଜେନା ଆସି ସାମ୍ବାଦିକ ମାନଙ୍କ ଦାବିପତ୍ର ଗ୍ରହଣ କରି ସେହିଦିନ ସନ୍ଧ୍ୟା ସୁଦ୍ଧା ଅଭିଯୁକ୍ତ ମାନଙ୍କୁ ଗିରଫ କରି ସୂଚନା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ପ୍ରତିଶ୍ରୁତିର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମାତ୍ର ୨ଜଣଙ୍କୁ ଧରି ପଚରାଉଚୁରା କରୁଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡ଼ିଛି।ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ଖୋଲା ଆକାଶ ତଳେ ଘୁରି ବୁଲୁଛି। ପୋଲିସ ଧରିବାରେ ବିଫଳ ହୋଇଛି।
ସହରରେ ଅପରାଧ ବଢ଼ି ଚାଲିଥିବା ବେଳେ ନିଷ୍କ୍ରିୟ ପୋଲିସ ହାତବାନ୍ଧି ବସି ରହିଛି।ବଲାଙ୍ଗିରରେ ଥିବା ପିସିଆର ଗାଡ଼ି ପେଟ୍ରୋଲିଂ ନାମରେ ରାସ୍ତା କଡ଼ରେ ଥିବା ଯାନବାହାନର ଫଟୋ ଉଠାଇ ଜିଯିଆ କର ଆଦାୟ କରିବାରେ ବେଶ୍ ବ୍ୟସ୍ତ ଅଛି।ରାସ୍ତା ପାର୍ଶ୍ବରେ ଗାଡ଼ି ଥିଲେ ମଧ୍ୟ ପିସିଆର ଗାଡ଼ି ଭିତରେ ବସି ଫଟୋ ଉଠାଇ ଗୋଟିଏ ଗୋଟିଏ ଗାଡ଼ିକୁ ବାରମ୍ବାର ହଜାର ହଜାର ଟଙ୍କା ଫାଇନ ପକାଉଥିବାରୁ ସହରବାସୀ ପୋଲିସର କାର୍ଯ୍ୟକଳାପରେ ବିରକ୍ତି ମନୋଭାବ ପ୍ରକାଶ କରୁଛନ୍ତି।ସହରବାସୀ ପୋଲିସର ମାତ୍ରଧିକ ଅତ୍ୟାଚାରରେ ଅତିଷ୍ଠ ହୋଇସାରିଲେଣି।ସହର ଭିତରେ ପାର୍କିଂ ସୁବିଧା ନ ଥିବା ବେଳେ ବିରାଟ ବିରାଟ ମଲ୍,ଦୋକାନ ଖୋଲି ଆରାମରେ ବ୍ୟବସାୟ କରୁଛନ୍ତି।ଗ୍ରାହକ ମାନଙ୍କୁ ତଣ୍ଡ ଗଣିବାକୁ ପଡୁଛି।ଅନେକ ବ୍ୟାଙ୍କ୍,ସରକାରୀ କାର୍ଯ୍ୟାଳୟ ମାନ ମଧ୍ୟ ରାସ୍ତା ପାର୍ଶ୍ବରେ ପାର୍କିଂ ବ୍ୟବସ୍ଥା ନ ଥାଇ ଖୋଲାଯାଇଛି।ସେହି ସମ୍ମୁଖରେ ଗାଡ଼ି ରଖିଲେ ପୋଲିସ ମାମୁଁ ମାନେ ପି ସି ଆର ରେ ଆସି ଫଟୋ ଉଠାଇ ବାହା ବାହା ନେଉଥିବା ବେଶ୍ ଚର୍ଚ୍ଚା।ସେହି ଦୋକାନ,ଅଫିସ ମାନଙ୍କୁ ପାର୍କିଂ ବ୍ୟବସ୍ଥା କରିବା ପାଇଁ କେତେ ଥର ନୋଟିସ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଛି।କେତେ ଥର ଫାଇନ୍ କଟା ଯାଇଛି।ଏହାର ଜବାବ ସାଧାରଣ ଜନତାଙ୍କୁ ଦେବାକୁ ପଡ଼ିବ ବୋଲି ଚର୍ଚ୍ଚା ହୁଏ।ବର୍ତ୍ତମାନ ପର୍ଯ୍ୟନ୍ତ ବିନା ପାର୍କିଂ ରେ ରଖୁଥିବା କୋଉ ପୋଲିସ ମାମୁଁ ର ଗାଡ଼ି ଉପରେ ପୋଲିସ ଏଭଳି ଜିଜିଆ କର ଅସୁଲ କରିଛି କି ବୋଲି ଜନସାଧାରଣରେ ପ୍ରଶ୍ନ ହୁଏ।ଆଉ ମଧ୍ୟ ଚର୍ଚ୍ଚା ହୁଏ ପୋଲିସ ଗାଡି ରାସ୍ତା ଉପରେ ଛିଡା କଲେ ଦୋଷ ନୁହେଁ।ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନୁହେଁ।ଡେଲି ମାର୍କେଟ ରାସ୍ତା ମଝିରେ ହୋଇଥିବା ପାର୍କିଂ ଭିତରେ ଅନେକ ଠେଲା ବିଭିନ୍ନ ସାମଗ୍ରୀ ବିକ୍ରୀ କରୁଛନ୍ତି। ଦୋଷ ନୁହେଁ।ଯେହେତୁ ଏମାନଙ୍କ ଠାରୁ ପୋଲିସ ବଟି ଅସୁଲ କରି ବେଶ ମାଲାମାଲ ହେଉଥିବା ହାଟରେ ବାଟରେ ବେଶ୍ ଚର୍ଚ୍ଚା।
ତେବେ ସାମ୍ବାଦିକ ଉପରେ ହୋଇଥିବା ଅମାନବୀୟ ଆକ୍ରମଣ ଉପରେ ପୋଲିସ ଦେଇଥିବା ଅଭୟବାଣୀ କେବେ କାର୍ଯ୍ୟକାରୀ ହେବ ଦେଖିବାକୁ ବାକି ରହିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   30-Oct-2026
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026

You Might Also Like