ଅତାବିରା ଯୁବ ଇଞ୍ଜିନିୟର ରବିନ୍ଦ୍ର ଦାଶଙ୍କ ପରଲୋକ
25-May-2025
ଅତାବିରା(ଆକାଶ ମିଶ୍ର): ଅତାବିରାର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶିବ ଶଂକର ଦାଶଙ୍କ ମଧ୍ୟମ ପୁତ୍ର ରବିନ୍ଦ୍ର ଦାଶ(୪୨)ଙ୍କ ଶୁକ୍ରବାର ସଂଧ୍ୟାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ସପ୍ଟୱେର ଇଞ୍ଜିନିୟର ଭାବେ କାମ କରି ଦୁଇ ବର୍ଷ ହେଲା ଚାକିରି ଛାଡ଼ି ବ୍ୟବସାୟ କରୁଥଲେ। ଦୀର୍ଘ ଦିନ ହେଲା ତାଙ୍କ ଖାଦ୍ୟ ନଳୀ ର ତଳ ଅଂଶରେ ସଂକ୍ରମଣ ର ହେବାରୁ ଚିକିତ୍ସିତ ହେଉଥିଲେ। କିଛି ଦିନ ତଳେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। କିନ୍ତୁ ସଂକ୍ରମଣ ବଢ଼ିବା ରୁ ଭେଣ୍ଟିଲେଟର ରେ ରଖାଯାଇଥିଲା। ଶନିବାର ସକାଳେ ତାଙ୍କ ପାର୍ଥିବ ଶରୀରକୁ ଅତାବିରା ସ୍ଥିତ ବାସଭବନକୁ ଅଣାଯିବା ପରେ ସ୍ଥାନୀୟ ସ୍ଵର୍ଗଦ୍ଵାର ରେ ଅନ୍ତିମ ସଂସ୍କାର କରାଯାଇଥିଲା। ମୃତ୍ୟୁ ପରେ ପତ୍ନୀ, ଦୁଇ ପୁଅ ଝିଅ, ବଡ଼ ଭାଇ ଜିତେନ୍ଦ୍ର, ସାନ ଭାଇ ଶିଶୁ ବିଶେଷଜ୍ଞ ଡଃ.ଶୋଭେନ୍ଦ୍ର ଦାଶ, ପରିବାର ବର୍ଗଙ୍କୁ ଛାଡ଼ି ଯାଇଛନ୍ତି। ଅନ୍ତିମ ଦର୍ଶନ ସମୟରେ ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ,ବିଭିନ୍ନ ଅନୁଷ୍ଠାନ, ଏନ୍ ଏ ସି କାଉନସିଲର,ସରପଞ୍ଚ,ସମିତି ସଭ୍ୟ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ବଡ଼ ଭାଇ ଜିତେନ୍ଦ୍ର ମୁଖାଗ୍ନି ଦେଇଥିଲେ।