-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
21-Jan-2021
ଢେଙ୍କାନାଳ, (ପ୍ରେରଣା ଖବର ବ୍ୟୁରୋ) :: ଦୀର୍ଘ ୯ ମାସ ପରେ ପୁଣି ଚଳ ଚଞ୍ଚଳ ହୋଇ ଉଠିଛି କପିଳାଶ ମନ୍ଦିର। କରୋନା କଟକଣା ପରେ ଶୁକ୍ରବାରଠାରୁ ସାଧାରଣ ଭକ୍ତଙ୍କ ଦର୍ଶନ ଲାଗି ଅନୁମତି ମିଳିଛି।
ବର୍ତ୍ତମାନ ଦର୍ଶନ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟର ଆବଶ୍ୟକତା ନାହିଁ। ଦୀର୍ଘ ମାସ ପରେ ରାଜ୍ୟର ଅନ୍ୟତମ ଶୈବପୀଠ ଢ଼େଙ୍କାନାଳର କପିଳାଶ ଚଳ ଚଞ୍ଚଳ ହୋଇ ଉଠିଛି। ଆଜି ସକାଳୁ ବିଭିନ୍ନ କପିଳାଶ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥିଲା।
ଏପରି କି ଦୀର୍ଘ ମାସର କଟକଣା କୋହଳ ପରେ ପ୍ରଭୁଚନ୍ଦ୍ର ଶେଖରଙ୍କ ଦର୍ଶନ ଟିକିଏ ପାଇଁ ବ୍ୟାକୁଳ ଭକ୍ତ ଓ ଶ୍ରଦ୍ଧାଳୁମାନେ ମନ ଭରି ପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଦୀର୍ଘ ମାସ ହେବ କପିଳାଶ ମନ୍ଦିର ପରିସର ଖାଁ ଖାଁ ଲାଗୁଥିଲା।
ତେବେ ପୀଠକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ କୋଭିଡ ରିପୋର୍ଟ ବାଧ୍ୟତା ମୂଳକ ହୋଇନଥିଲେ ମଧ୍ୟ ସେମାନଙ୍କୁ ମାସ୍କ, ସାନିଟାଇଜ ଓ
ସାମାଜିକ ଦୂରତା ଉପରେ ଯତ୍ନବାନ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭକ୍ତ ଏବଂ ଶ୍ରଦ୍ଧାଳୁମାନେ କିପରି ସୁରୁଖୁରୁରେ ପ୍ରଭୁଙ୍କୁ ଦର୍ଶନ କରିବେ, ସେନେଇ ମନ୍ଦିର କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।