-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||     

HOME   ଜିଲ୍ଲା

ଦୁର୍ନୀତିର ଖଜୁରୀଗଛ ସମବାୟ ବିଭାଗ: ମଞ୍ଜି ପୋତି ବଢାଇଥାନ୍ତି ମନ୍ତ୍ରୀ ଓ ଅଧିକାରୀ; କର୍ମଚାରୀଙ୍କ ନିଯୁକ୍ତିଠାରୁ ମିଥ୍ୟାଧାନକିଣା , କମିଟି ଓ ଚାଷୀଶୋଷଣର ରାକେଟ୍

11-May-2025



ମଳୟ ମିଶ୍ରଙ୍କ ରିପୋର୍ଟ 

ବରଗଡ: କେବଳ ପଶ୍ଚିମ ଓଡିଶାରେ ନିୟନ୍ତ୍ରିତ ବଜାର କମିଟିଗୁଡ଼ିକ ଠାରୁ ପ୍ରାଥମିକ କୃଷି ସମବାୟ ସମିତି ବା ପେକ୍ସ ଗୁଡିକର କାର୍ଯ୍ୟକଳାପର ଗତ କିଛିବର୍ଷର ପ୍ରକୃତ ସମୀକ୍ଷା କରାଯାଏ , ଦୁର୍ନୀତିମାମଲା ଓ ଅଡିଟ୍ ରିପୋର୍ଟ ବ୍ୟତୀତ ସମ୍ପାଦକ ନିଯୁକ୍ତିବେଳୁଁ କିଭଳି ଭାବରେ ଖଜୁରୀଗଛର ତଳୁ ପାହାଚ ପାହାଚ ପରି ଦୁର୍ନୀତି ସଜ୍ଜିତ  ହୋଇ ରହିଛି ଜଳଜଳ ହୋଇ ଦିଶିଯାଏ  । 

ଏହା ମୂଳରେ ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ସଚିବ, ନିର୍ଦ୍ଦେଶକ, ଜିଲ୍ଲାପାଳ, ସମ୍ପାଦକ,  ବିଭିନ୍ନ କମିଟି ଓ ବୋର୍ଡ କର୍ମକର୍ତ୍ତାଙ୍କର ସମ୍ପୃକ୍ତି ରହିଆସିଛି। 

 ଏଥିଯୋଗୁଁ ନିୟନ୍ତ୍ରିତ ବଜାର କମିଟି, ବଜାର ପ୍ରାଙ୍ଗଣ, ଆନୁସଙ୍ଗିକ ନିର୍ମାଣାଦି ବ୍ୟବସ୍ଥା, କର୍ମଚାରୀ ନିଯୁକ୍ତି, ପେକ୍ସରେ ସମ୍ପାଦକ ଓ ଅନ୍ଯାନ୍ଯ କର୍ମଚାରୀ ନିଯୁକ୍ତି , ଉପକରଣ, ସାମଗ୍ରୀ ଓ ଯନ୍ତ୍ରପାତି କ୍ରୟ , ଧାନକିଣା ଇତ୍ୟାଦିରେ ହେଉଥିବା ଅନିୟମିତତାରେ ସେମାନଙ୍କର ସମ୍ପୃକ୍ତି ରହିଆସୁଛି । ଉଦାହରଣ ସ୍ୱରୂପ  ଦୁଇବର୍ଷ ତଳେ ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକର କମସରା ପେକ୍ସର ଖରିଫ ଧାନକିଣା ଫେକ୍ ଭେଣ୍ଡିଂ,

ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟିର ପୂର୍ବତନ  ସମ୍ପାଦକ ଉଦିତ ବାବୁଙ୍କ ବିରୁଦ୍ଧରେ ଗଣମାଧ୍ୟମର ଘନ ଘନ ପ୍ରକାଶିତ ଜନଅଭିଯୋଗ ସହିତ ବିଭାଗୀୟ ମନ୍ତ୍ରୀଙ୍କ  ହସ୍ତକ୍ଷେପ  ପରେ ଅନ୍ୟତ୍ର ବଦଳି ସତ୍ତ୍ବେ ତାଙ୍କର ବିଭିନ୍ନ ହାତବାରିସୀ ଲୋକଙ୍କ ଜରିଆରେ ଏକ ବୀମାକମ୍ପାନୀ ଜରିଆରେ  ଅର୍ଥ ତୋଷରପାତ ଓ  ବହୁମୂଲ୍ୟର ଯନ୍ତ୍ରପାତି, ସିସିଟିଭି ଯୋଗାଣରେ ଟେଣ୍ଡର ଫିକ୍ସିଂ, ତୁଷୁରା ଥାନାରେ ସମାଧାନ କରାଯାଇ ଥିବା ବୋର୍ଡ  ସଭାପତି ଓ ନିର୍ଦ୍ଦେଶକଙ୍କର ଲାଞ୍ଚ ନେବା ଏତଲାର ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକର ବହୁଚର୍ଚ୍ଚିତ ଅର୍ଜୁନପୁର ସମ୍ପାଦକ ନିଯୁକ୍ତି କେଳେଙ୍କାରୀ ସହିତ ଗତ ମାର୍ଚ୍ଚ ମାସର ବରଗଡ ଜିଲ୍ଲାର ୪ ଜଣ ପେକ୍ସ ସମ୍ପାଦକଙ୍କୁ ଭିଜିଲାନ୍ସ ଗିରଫ ଓ ଅନ୍ଯାନ୍ଯ ଅନିୟମିତତାର ଅଡିଟ୍ ରିପୋର୍ଟ ମାମଲା ଇତ୍ୟାଦି ।  ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ ଏହିସବୁ ସ୍ଥାନରେ ଦୀର୍ଘ ବର୍ଷ ବର୍ଷ  ଓ ଦଶନ୍ଧି ଧରି ପଦୋନ୍ନତି/ ଡେପୁଟେସନ୍ ଓ ଏଠୁ ସେଠିକି ବଦଳି ଆଳରେ ପୁରୁଣା ମୂଷା ମାନଙ୍କୁ ସୁଯୋଗ ଦିଆଯାଇ ଆସୁଛି l ଏମାନଙ୍କ ମଧ୍ଯରେ ବଲାଙ୍ଗୀର ଡିଆର୍ ଅଫିସ୍ ର ଏ ଆର୍ ରବୀନ୍ଦ୍ର ପଣ୍ଡା, ସୋନପୁର ଡିଆର୍ ଅଫିସ୍ ର ଏ.ଆର୍ ପାଣୁ ଚରଣ ସାହୁ , ସଂପ୍ରତି ବରଗଡ ଡି.ଆର୍ ଭାବେ ଯୋଗ ଦେଇଥିବା ଯୁଗଳ ଦାଶ, ଡୁଙ୍ଗୁରିପାଲି ଆର୍ ଏମ୍ ସି ର ହିସାବରକ୍ଷକ ସୁଶାନ୍ତ ମେହେର ଓ ଅନ୍ଯାନ୍ଯ କେତେକ ଅଧିକାରୀ/କର୍ମଚାରୀଙ୍କ ନାଁ' ଲୋକଙ୍କ ଚର୍ଚ୍ଚାରୁ ପ୍ରକାଶ।  ଯଦିଓ  ଏମାନେ ଉକ୍ତ  ଚର୍ଚ୍ଚା ଓ ଅଭିଯୋଗକୁ ଖଣ୍ଡନ କରନ୍ତି। ଏ ସମ୍ପର୍କରେ କ୍ରମାନ୍ବୟରେ ସ୍ବତନ୍ତ୍ର ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇବ। ତେବେ ଏହି ଅଧିକାରୀଙ୍କ ସେମାନଙ୍କ କାର୍ଯ୍ୟକାଳ ମଧ୍ଯରେ ବହୁ ଅଭିଯୋଗ ଉଠିଥିଲେ ହେଁ  ସ ସବୁକୁ ବିଭାଗ ପକ୍ଷରୁ ଚପାଇ ଦିଆଯାଇଥିବା କୁହାଯାଏ । ଏ  ମାନଙ୍କୁ ସେମାନଙ୍କ ସୁବିଧାଜନକ ପୋଷ୍ଟିଂ ରେ ରାଜନୈତିକ ହସ୍ତକ୍ଷେପ ରହିଥିବାର କୁହାଯାଉଛି ।

 କିଛିଦିନ ତଳେ ପଦୋନ୍ନତି ପାଇ ବରଗଡ ଡିଆର୍ ସି ଏସ୍ ଭାବରେ ଯୋଗଦେଇଥିବା ଯୁଗଳ ଦାଶଙ୍କୁ ବରଗଡ ଜିଲ୍ଲା ବନାମ ଡିଆର୍ ସି ଏସ୍ ଙ୍କ  ଅଧିନସ୍ଥ ଉକ୍ତ  ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଓ ଅଡିଟ୍ ରେ ଧରାପଡିଥିବା ଆର୍ଥିକ ଅନିୟମିତତା ସମ୍ପର୍କରେ ଅନୌପଚାରିକ ଆଲୋଚନା ବେଳେ ସେ ଏସବୁକୁ ସ୍ବାଭାବିକ୍ ବୋଲି କହି ଏମିତି ପେଣ୍ଡା ପେଣ୍ଡା ଧରାପଡୁଛନ୍ତି  ।  ଅଡିଟ୍ ରିପୋର୍ଟ କ'ଣ ସବୁ ସତ କି ? - ବୋଲି ଓଲଟା ପଚାରି ବେଖାତିରରେ ଉଡାଇ ଦେଇଥିଲେ । 

ତେବେ ଏଭଳି ପେକ୍ସଗୁଡିକର ସମ୍ପାଦକ ବା କର୍ମଚାରୀଙ୍କ ନିଯୁକ୍ତି ସହ ବୋର୍ଡ ର ଅବୈଧ କାର୍ଯ୍ୟକଳାପର ଚୂଡାନ୍ତ ମୋହର କିଏ ମାରନ୍ତି ଓ ଏଥିସକାଶେ ସମବାୟ ବିଭାଗର ନିବନ୍ଧକ, ଏମ୍ ଡି , ଉପନିବନ୍ଧକ ଓ ଏ ଆର୍ ସିଏସ୍ ମାନେ କେତେ ଦାୟୀ, ନୂତନ ସରକାରଙ୍କ ତର୍ଜମାସାପେକ୍ଷ ବୋଲି ଲୋକେ ପଚାରିଛନ୍ତି। କିଛିବର୍ଷ ତଳେ ସମବାୟ ବିଭାଗ ସବୁଠୁଁ ବେଶି ଦୁର୍ନୀତିଗ୍ରସ୍ତ ବୋଲି ପୂର୍ବତନ ସମବାୟ ମନ୍ତ୍ରୀ ୰ ଡା ଦାମୋଦର ରାଉତ କହିଥିବା ବେଳେ,  ଏ ସରକାରଙ୍କ ମନ୍ତ୍ରୀଙ୍କ ଅନୁଭବ ନିମନ୍ତେ ଅପେକ୍ଷା ରହିଛି । 

ସଦ୍ୟତମ ଘଟଣାନୁଯାୟୀ , ବଲାଙ୍ଗୀର ଜିଲ୍ଲାର ସଇଁନ୍ତଳା , ଲୋଇସିଂହା ଓ ଅନ୍ଯାନ୍ଯ ପେକ୍ସଗୁଡିକର ଗତ ଖରିଫ ଧାନର ମିଲର୍ସଙ୍କୁ ଫଲ୍ ସ ଏଣ୍ଟ୍ରି ଅଭିଯୋଗର ତଦନ୍ତ ପାଇଁ ସିସିଏସ୍ ଓ  ବଲାଙ୍ଗୀର ଡି ଆର୍ ଙ୍କୁ ଚିଠି କରିଥିବା ସହ ବରଗଡ ଜିଲ୍ଲାରେ ରବିଧାନ ଟ୍ରକ୍ ଧରାପଡିବା ଇତ୍ୟାଦିରେ ସମ୍ପୃକ୍ତ ପେକ୍ସଗୁଡିକର ସେକ୍ରେଟାରୀ ଓ ଡିଇଓମାନଙ୍କର କିଭଳି ସମ୍ପୃକ୍ତି ରହିଛି , ତଦନ୍ତକୁ ଅପେକ୍ଷା କରାଯାଇଛି । ସର୍ବୋପରି ଏଭଳି ପେକ୍ସଗୁଡିକର କର୍ମଚାରୀଙ୍କ ନିଯୁକ୍ତିରେ ମୋହର ମାରୁଥିବା ଡିଆର୍ ମାନେ କେତେ ସଚେତନ ?


News Comment




Photo in News

Advertisment
Lastest News
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026

You Might Also Like