-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

କେନ୍ଦୁପତ୍ର କିଣାରେ କାରସାଦୀ, ବିଭାଗୀୟ ସତୀତ୍ବ ସନ୍ଦେହଜନକ ଆକାଉଣ୍ଟ ପେମେଣ୍ଟ ଆଳରେ ବି ବାଟମାରଣା ?

10-May-2025



ବଲାଙ୍ଗୀରରୁ ମଳୟ ମିଶ୍ରଙ୍କ ରିପୋର୍ଟ

ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ଯ ଆରମ୍ଭ ହୋଇ ଯାଇଛି ଏଠାରେ  କେନ୍ଦୁପତ୍ର ସଂଗ୍ରହ ଋତୁ।  ଅଦ୍ୟାବଧି ଗୋଛାକଟେଇ ସରି କେନ୍ଦୁପତ୍ର ତୋଳା ସହ ପତ୍ରକିଣା ଚାଲିଛି ।  ବଲାଙ୍ଗୀର ସର୍କଲ୍ ଅଧୀନସ୍ଥ ୮ ଟି ଡିଭିଜନ୍ ରେ ଏହା ଚାଲିଥିବା ବେଳେ ବଲାଙ୍ଗୀର,  ଟିଟିଲାଗଡ ଓ ପାଟଣାଗଡ ଡିଭିଜନର କେତୋଟି ରେଞ୍ଜ୍ ରେ ଆମ ପକ୍ଷରୁ ଏକ ବିହଙ୍ଗମ ନମୁନା ପର୍ଯ୍ୟବେକ୍ଷଣ.  କରାଯାଇଥିଲା । 

                          ■■■■■

ଏହି ସର୍ଭେରେ ଅଦିନିଆ ଝଡବତାସରେ ହୋଇଥିବା ପାରମ୍ପରିକ କ୍ଷୟକ୍ଷତି ସହିତ ଗୋଛାକଟେଇର ପ୍ରାୟତଃ ସମ୍ପୂର୍ଣ୍ଣ  ଶ୍ରମିକଙ୍କ ଦେୟ  ପ୍ରଦାନ ଓ କିଛି କିଛି ପତ୍ରଖର୍ଦ୍ଦି ହୋଇଥିବା ଜଣାଯାଏ । ତେବେ ଏଥିରେ ଫଡି ମରାମତି ଓ ନିର୍ମାଣ ସହ ଦେୟ ପ୍ରଦାନରେ କୋଟି କୋଟି ଟଙ୍କାର ଖର୍ଚ୍ଚରେ ମୁଖ୍ଯତଃ ଶ୍ରମିକଙ୍କ ଆକାଉଣ୍ଟରେ ଏହା ପେମେଣ୍ଟ କରାଯାଉ ଥିବାରୁ ପୂର୍ବ ପରି ନଗଦ ପେମେଣ୍ଟ ଅନୁପାତରେ କୌଣସି ପ୍ରକାର ଅନିୟମିତତା ବା ଟଙ୍କାଟିଏ ବି ହେରଫେର ହେବାର ସମ୍ଭାବନା ନାହିଁ ବୋଲି ବିଭାଗ ପକ୍ଷରୁ ସଫେଇ ଦିଆଯାଉଛି । କିନ୍ତୁ ଏ ନେଇ ଅପରପକ୍ଷରେ କେତେକ ଅଭିଯୋଗ  ଓ ସନ୍ଦେହ ପ୍ରକାଶ ପାଇଛି। ସେଥିମଧ୍ୟରେ କେନ୍ଦୁପତ୍ର ସଂସ୍ଥାରେ ଘରୋଇକରଣକୁ ବିରୋଧ, କନ୍ଯା ବିବାହ ସହାୟତା ଓ

ଦରମାବୃଦ୍ଧି ଦାବିରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବିକ୍ଷୋଭ ପ୍ରଦର୍ଶନ ସହ ବଲାଙ୍ଗୀର ଡିଏଫ୍ ଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ଅନ୍ଯତମ। ଏଥିରେ ସରକାର ଙ୍କ ବିଭିନ୍ନ ଯୋଜନା ସତ୍ତ୍ବେ ବଲାଙ୍ଗୀରରେ ଦାଦନସମସ୍ୟାରେ ରୋକ୍ ଲାଗିପାରେ ନଥିବା ଓ ବଲାଙ୍ଗୀରରେ ୫୦ହଜାରରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ତୋଳାଳୀ କର୍ମଚାରୀଙ୍କ ଜୀବିକା ଉପରେ ପ୍ରଭାବ ପଡୁଥିବା ଅଭିଯୋଗ ପ୍ରକାଶ। ଉଲ୍ଲେଖଯୋଗ୍ଯ ଯେ, ଦାବନସମସ୍ୟାର ନିରାକରଣ ସକାଶେ ଜିଲ୍ଲାର ପାଟଣାଗଡ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ କରାଯାଇ ଥିଲେ ହେଁ, ଏହା ନିଷ୍କ୍ରିୟପ୍ରାୟ l

ତେଣୁ ବଲାଙ୍ଗୀର ସର୍କଲରୁ ଲକ୍ଷଲକ୍ଷ ଗ୍ରାମାଞ୍ଚଳ ଶ୍ରମିକ ବନାମ କେନ୍ଦୁପତ୍ର ତୋଳାଳୀ ଦାଦନଶ୍ରମିକ ଭାବରେ ରାଜ୍ୟବାହାରୁ ବା ଅନ୍ଯତ୍ର ପଳାଇଥିବା ବେଳେ ସେମାନଙ୍କ ତୋଳାଳୀକାର୍ଡ ବା ଆକାଉଣ୍ଟରେ ପଡୁଥିବା ମଜୁରୀ ବା ମିଥ୍ୟାମଜୁରୀର ପାଉଣା ଟଙ୍କା କିଏ ଉଠାଉଛି ?  ପ୍ରକୃତରେ କେଉଁମାନଙ୍କ ଆକାଉଣ୍ଟର ମଜୁରୀ ଟଙ୍କା ପଡେ ? ପ୍ରତିଟି କେନ୍ଦୁପତ୍ର ରେଞ୍ଜର ମୁନସୀ ମାନେ ଫରେଷ୍ଟରଙ୍କ ତତ୍ତ୍ବାବଧାନରେ ସିଡ୍ୟୁଲ ପ୍ରସ୍ତୁତ କରିଥା'ନ୍ତି  ଓ  ଏହି କାର୍ଯ୍ୟତାଲିକା ଓ ନାଁ' ଅନୁଯାୟୀ , ଆକାଉଣ୍ଟରେ ଟଙ୍କା ପଡିବା ପରେ ମୁଖ୍ଯତଃ କିଓସ୍କ ବ୍ୟାଙ୍କ ବା ଜନସହଯୋଗ କେନ୍ଦ୍ରରୁ ବାଇଓମେଟ୍ରିକ ଯନ୍ତ୍ରରେ ଟିପଚିହ୍ନ ଦେଇ ଟଙ୍କା ଉଠାଣ ହୋଇଥାଏ। 

ତେବେ ଏଇଠି ଇ-ବାଟମାରଣାର ସନ୍ଦେହର ଅବକାଶ ରହି ଥିବାର କୁହାଯାଏ। ପାଟଣାଗଡ ଅଞ୍ଚଳର କେତେକ ସ୍ଥାନରେ କେତେକ ମୁନସୀ ଏଭଳି ଯନ୍ତ୍ର କିଣିନେଇ ଏଭଳି ଜନ ସହଯୋଗ କେନ୍ଦ୍ର ବା  କିଓସ୍କ ବ୍ୟାଙ୍କ ସହ ମିଶି ସେମାନଙ୍କ ଘରେ କେତେକ ଶ୍ରମିକଙ୍କୁ ପେମେଣ୍ଟ ଟଙ୍କା ଉଠାଇ ନେଉଥିବା ଗୁଞ୍ଜରଣ ଶୁଣାଯାଉଛି । ଏଭଳି ଘଟଣାରେ ଦାଦନ ଖଟିବାକୁ କାର୍ଡ ବନ୍ଧକ ଦେଇ ପଳାଇଥିବା ମିଥ୍ୟାଶ୍ରମିକଙ୍କୁ ମଜୁରୀ ପକାଇ ତୃଣମୂଳସ୍ତରରୁ ଶ୍ରମିକଙ୍କ ପାଉଣା ବାଟମାରଣା କରା ଯାଉଥିବା ସମ୍ପର୍କୀୟ ଚାଞ୍ଚଲ୍ୟକର ଅଭିଯୋଗର ଚର୍ଚ୍ଚା ପ୍ରକାଶ ପାଇଛି । ଏପରିକି ମୁନସୀମାନେ ବା ବିଭାଗୀୟ ଫରେଷ୍ଟର/ ରେଞ୍ଜରମାନେ ୩୦/୪୦ହଜାର ଟଙ୍କାର ଗୁଡିଏ ବାଇଓମେଟିକ୍ ଯନ୍ତ୍ର କିଣି ଆଣୁଥିବା ବିଶ୍ବସ୍ତସୂତ୍ରରୁ ପ୍ରକାଶ। ଏ ସମ୍ପର୍କରେ ଆମ ପକ୍ଷରୁ ବଲାଙ୍ଗୀର ଡିଏଫଓ  ଅମୀତା ରାୟ, ବଲାଙ୍ଗୀର ଏସିଏଫ୍ ଜିତେନ୍ଦ୍ର  ସାହୁ, ବଲାଙ୍ଗୀର ଡିଏଫଓ ଅଫିସ୍ ର କତିପୟ କିରାଣୀ, ବଲାଙ୍ଗୀର ସିସିଏଫ୍ ଅଫିସ୍ ର କେତେକ ବରିଷ୍ଠ ଅଧିକାରୀ,ବଲାଙ୍ଗୀର ଓ ଝାରବନ୍ଧଲି ଭାରପ୍ରାପ୍ତ ରେଞ୍ଜର  ଦିଲିପ ସାହୁ, ଲୋଇସିଂହା ରେଞ୍ଜର ଶେଷଦେବ ମେହେର, ତୁଷୁରା(ମହୀପୁର) ରେଞ୍ଜର ମାନସ ବାରିକ, ଦେଓଗାଁ ଭାରପ୍ରାପ୍ତ ରେଞ୍ଜର ଧୋବା ରଣା ପ୍ରମୁଖଙ୍କୁ ଅନୌପଚାରିକ ଆଲୋଚନାକ୍ରମେ ପଚାରିବାରୁ ସେମାନେ ଏଭଳି ଆଶଙ୍କାକୁ ଅସ୍ବୀକାର କରିଛନ୍ତି ।

ଯଦିଓ ବଲାଙ୍ଗୀର ସିସିଏଫ୍ ରଞ୍ଜିତ କୁମାର ମଲ୍ଲିକ ଏଭଳି ସମ୍ଭାବନାକୁ ସାଂପ୍ରତିକ ଜାମତରାଦି ସାଇବର ଠକେଇ ଇତ୍ୟାଦିର ପରିପ୍ରେକ୍ଷୀରେ ଅସମ୍ଭବ ନୁହେଁ ବୋଲି ଆଶଙ୍କା ପ୍ରକାଶ ପୂର୍ବକ ଯଦି ସେଭଳି କୌଣସିପ୍ରକାର ଘଟଣା ଦୃଷ୍ଟିକୁ ଆସେ ତୁରନ୍ତ ପୁଲିସକୁ ମାମଲା କରାଯିବାରେ  ବିଭାଗ ପକ୍ଷରୁ ହେଳା କରାଯିବନାହିଁ ବୋଲି ପ୍ରକାଶ କରିଛନ୍ତି। ଏହା ସତ୍ଯ  ହେଲେ ସାଙ୍ଘାତିକ ।

ସର୍ବୋପରି ଏତେ ପରିମାଣର ଶହଶହ କୋଟି ଟଙ୍କାର କାରବାରରେ ବିଲ୍ ଭାଉଚର, ମଷ୍ଟରରୋଲ୍ ଠାରୁ ଆରମ୍ଭ କରି ଫଡି ମରାମତି ଓ ନିର୍ମାଣ, ଗୋଦାମଠାରୁ ଅଫିସରେରଙ୍ଗମରା ଚିତ୍ରବିଚିତ୍ର, ରକ୍ଷଣାବେକ୍ଷଣ ଠାରୁ ଆବଶ୍ୟକ ସାମଗ୍ରୀ କିଣା, ଗସ୍ତଖର୍ଚ୍ଚ, ଗାଡିଭଡା, ଆନୁସଙ୍ଗିକ ବ୍ୟୟ ଇତ୍ୟାଦିରେ ଯେ ଦାନ୍ତଚିପି ବିଭାଗର ସମସ୍ତେ ଚଳୁଛନ୍ତି, ଏହା ଅଧୁନାତନ କାଳରେ  ଆଦୌ ବିଶ୍ୱାସଯୋଗ୍ୟ ନୁହେଁ ବୋଲି ଜନସାଧାରଣ ମତପ୍ରକାଶ କରନ୍ତି। ଅନ୍ଧାରରେ ଟେକା ଫିଙ୍ଗିଲା ପରି ଯେ କୌଣସି ରେଞ୍ଜରେ ସୂଚନା ଅଧିକାର ଆଇନ ବଳରେ ବଳରେ ଓ ଭିଜିଲାନ୍ସ ତଦନ୍ତ ହେଲେ ଏହା ଧରାପଡିପାରିବ ।

ତେବେ କେବଳ କେନ୍ଦୁପତ୍ର ଗୋଛାକଟେଇ ଓ ତୋଳାଳୀକାର୍ଡ ଆକାଉଣ୍ଟ ନୁହେଁ, ମନରେଗା ବା ଅନ୍ଯାନ୍ଯ ବିଭାଗର ସରକାରୀ ଆକାଉଣ୍ଟରୁ ମଧ୍ଯ ବ୍ୟାଙ୍କ ବନାମ ଜନସେବା କେନ୍ଦ୍ରରୁ ମୁନସୀ/ଗ୍ରାମସାଥୀ ଓ ଅନ୍ଯାନ୍ଯ ଅସାଧୁ ତଳିଆ କର୍ମଚାରୀଙ୍କ ଦ୍ବାରା ବାଇଓମେଟ୍ରିକ ମେସିନ୍ କିଣିଆଣି ଆଦୌ କାମ କରି ନଥିବା 'ମେଲା ଭୁତିଆର ' ମିଛ ଶ୍ରମିକ ବା କମ୍ କାମ କରିଥିବା ହିତାଧିକାରୀଙ୍କୁ ଫୁସୁଲାଇ କମିଶନ୍ ଭିତ୍ତିରେ ଏଭଳି ମଜୁରୀ ବାଟମାରଣାର ଏକ ବ୍ୟାପକ ରାକେଟ୍ ସକ୍ରିୟ ରହିଥିବା ଅଭିଯୋଗର ଚର୍ଚ୍ଚା ହେଉଛି । କଣ୍ଟବାଞ୍ଜି ଓ ପାଟଣାଗଡ ସହରରେ ଏଭଳି ବାଇଓମେଟ୍ରିକ ଯନ୍ତ୍ର ବହୁଳ ଭାବରେ ବିକ୍ରି ଚାଲିଥିବା  ସୂଚନା ମିଳିଛି ।  ତେବେ ସବୁଠାରୁ ଗୁରୁତର ବିଷୟ ହେଲା, ଏ ସମ୍ପର୍କରେ ତଳୁ ଉପରସ୍ତରର ସବୁ ଅଧିକାରୀ ଅବଗତ ଅଛନ୍ତି  ?


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like