-+91-9937148622 |

prerana_bgr@rediffmail.com |

  Thursday 30th April 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆଜି ଶାସକ ବିଜେପି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ   (30-Apr-2026)       ||      ନୂଆପଡ଼ାରେ ଉପ-ନିର୍ବାଚନ ସୁପରିଚାଳନା ପାଇଁ ଅଧିକାରୀମାନଙ୍କୁ ସମ୍ୱର୍ଦ୍ଧିତ କଲେ ଜିଲ୍ଲାପାଳ   (30-Apr-2026)       ||      କଣ୍ଟାମାଳ ସଙ୍କୁଳସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା    (30-Apr-2026)       ||      ଟିପିଡବ୍ଲୁଓଡିଏଲ୍ ବିରୋଧରେ ଡବ୍ଲୁ ଓ ବି ଏସ୍ ଏମ୍ ତରଫରୁ କର୍ମଚାରୀ ଛଟେଇ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ    (30-Apr-2026)       ||      କଟକ ସଦର ବ୍ଲକ୍‌ରେ ୨୫୦ କୋଟିର ଦୁର୍ନୀତି:  ଗୋଟିଏ ଗୋଟିଏ କାମକୁ ଦୁଇ ଦୁଇ ଥର ବିଲ୍   (30-Apr-2026)       ||      ପାର୍ବତୀଗିରି ମହିଳା ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା   (30-Apr-2026)       ||      ଇଣ୍ଡିଆ ସ୍କେଟ ଗେମ୍ସରେ ବରଗଡ଼ ବୈଦିକ ସ୍କୁଲର କୃତିତ୍ୱ    (30-Apr-2026)       ||      ବ୍ରାହ୍ମଣୀପାଲିରେ ଟ୍ରାନ୍ସଫର୍ମର ପୋଡିଲା,ଚାଷୀଙ୍କ ଧାନ ମରିବା ଆଶଂକା   (30-Apr-2026)       ||      *ବରଗଡ଼ ଜିଲ୍ଲାରେ ବିଭିନ୍ନ ଜନ କଲ୍ୟାଣ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ*   (30-Apr-2026)       ||      ନୃସିଂହନାଥ ଯାତ୍ରାରେ ଭାରତୀୟ କିସାନ ସଂଘ, ପାଇକମାଳ ବ୍ଲକ ଦ୍ୱାରା ଜଳଛତ୍ର ସେବା   (30-Apr-2026)       ||      Hj   (30-Apr-2026)       ||      ଗଞେଇ ଜବତ, ଚାଲାଣକାରୀ ଗିରଫ   (30-Apr-2026)       ||      ପରିକ୍ଷିତ ଟାଇଗର କଲେଜ ର ୧୩ ତମ ବାର୍ଷିକ ଉତ୍ସବ ପାଳିତ   (30-Apr-2026)       ||      ଓଏସଏପି ଷଷ୍ଠ ବାଟାଲିଅନରେ ଯୁବକ ଯୁବତୀଙ୍କୁ ନେଇ ଗଣ୍ଡଗୋଳ   (30-Apr-2026)       ||      ଜି.ସି.କଲେଜରେ ଗୋପବନ୍ଧୁ ଚୌଧୁରୀଙ୍କ ୬୮ ତମ ଶ୍ରାଦ୍ଧ ଦିବସ ପାଳିତ   (30-Apr-2026)       ||      ସ୍ବାସ୍ଥ୍ୟ ହିଁ ସମ୍ପଦ ♦️ କରତାଳି ବା ତାଳି ବଜେଇବାର ଉପକାରିତା    (30-Apr-2026)       ||      ସେବାୟତଙ୍କ ମଧ୍ୟରେ ବିବାଦ ଏହି ପ୍ରସଙ୍ଗ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ   (30-Apr-2026)       ||      ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ    (30-Apr-2026)       ||      ଲୋକଙ୍କ ଅଭିଯୋଗ ପରେ ବଲାଙ୍ଗୀର ମୁନିସିପାଲିଟି ଅଧିକାରୀ ଲୋକଙ୍କ ପାଖରେ ପହଞ୍ଚିଲେ ♦️ ବର୍ଷା ପୂର୍ବରୁ ବରପାଲି ପଡା ତୃତୀୟ ଗଳି ରାସ୍ତା ଓ ଡ୍ରେନ କାମ ସମ୍ପୂର୍ଣ୍ଣ ହେବ    (29-Apr-2026)       ||      ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ ତମ ଲୋକକଳା ଉତ୍ସଵ ପାଇଁ ପ୍ରସ୍ତୁତି ବୈଠକ   (29-Apr-2026)       ||     

HOME   ଜିଲ୍ଲା

ବନ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି*-- *ସମସ୍ତ ବିଭାଗ କୁ ସଜାଗ ରହିବାକୁ ପରାମର୍ଶ କଲେ ଜିଲ୍ଲାପାଳ*

10-May-2025



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ପାଇଁ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଜରୁରୀକାଳୀନ ଶାଖା ଦ୍ଵାରା ଆହୂତ  ଏହି ବୈଠକରେ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାର ଉଚିତ ମୁକାବିଲା ପାଇଁ ବିଭାଗୀୟ ପ୍ରସ୍ତୁତି ଓ କାର୍ଯ୍ୟକାରିତା ଉପରେ ବିଭିନ୍ନ ବିଭାଗ ବନ୍ୟା ପୂର୍ବରୁ,ବନ୍ୟା ସମୟରେ ଓ ବନ୍ୟା ପରବର୍ତ୍ତୀ  ପଦକ୍ଷେପ ଉପରେ ବିଭାଗୀୟ କାର୍ଯ୍ୟକ୍ରମର ବିସ୍ତୃତ ତଥ୍ୟ ଉପସ୍ଥାପନା କରାଯାଇଥିଲା l ଜିଲ୍ଲାପାଳ ଶ୍ରୀମତୀ ଦାସ ବିଭାଗ ମାନଙ୍କ ଦ୍ୱାରା କାର୍ଯ୍ୟନ୍ୱୟନର ତଥ୍ୟ ଗୁଡିକର  ପ୍ରତ୍ୟେକଟି ବିନ୍ଦୁ ଉପରେ ବିଷଦ ଭାବରେ ଆଲୋଚନା କରି ସମ୍ଭାବ୍ୟ ବନ୍ୟାର ସଠିକ ଓ ସଫଳ ମୁକାବିଲା ନିମନ୍ତେ ବିପର୍ଯ୍ୟୟର ଅତ୍ୟନ୍ତ ଗୁରୁତର ପ୍ରଭାବକୁ ଧ୍ୟାନରେ ରଖି ସମସ୍ତ ବିଭାଗ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଥିଲେ। ପୁନଶ୍ଚ ବନ୍ୟା ଆଶ୍ରୟ ସ୍ଥଳୀ ମାନଙ୍କରେ ସମୟ ପୂର୍ବରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ସହିତ ବନ୍ୟା ସମ୍ୱନ୍ଧୀୟ ଯେ କୌଣସି ପୂର୍ବ ସୂଚନାର ବ୍ୟାପକ ଜନ ସଚେତନତା ଉପରେ  ଗୁରୁତ୍ୱାରୋପ କରିଥିଲେ I ବୈଠକରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ଜିଲ୍ଲାର ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସୁ-ସମ୍ପର୍କ ରକ୍ଷା ପୂର୍ବକ କାର୍ଯ୍ୟକରି ଜିଲ୍ଲାରେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱଦେବାକୁ ଅଧିକାରୀଙ୍କୁ ପରାମର୍ଶ ଦେବା ସହିତ ସମ୍ଭାବ୍ୟ ବନ୍ୟାର ମୁକାବିଲା ନିମନ୍ତେ ଜିଲ୍ଲାର ସମ୍ପୃକ୍ତ ପ୍ରତ୍ୟେକ ଅଧିକାରୀ ତଥା କର୍ମଚାରୀ  ସମ୍ପୂର୍ଣ ପ୍ରସ୍ତୁତ ରହି ସ୍ଥିତିକୁ ଦେଖି ତ୍ୱରିତ ପଦକ୍ଷେପ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଗୁରୁତ୍ୱାରୋପ କରିଛନ୍ତି l କାର୍ଯ୍ୟର ବ୍ୟବସ୍ଥିତ ପରିଚାଳନା ନିମନ୍ତେ ଜିଲ୍ଲା,ଉପଖଣ୍ଡ ସହ ବ୍ଲକ ସ୍ତର ତଥା ସମ୍ପୃକ୍ତ ବିଭିନ୍ନ ବିଭାଗର କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ କାର୍ଯ୍ୟକ୍ଷମକୁ ନିରନ୍ତର ସୁନିଶ୍ଚିତ କରିବାକୁ ଅଧିକାରୀ ତଥା ବିଡ଼ିଓ ମାନଙ୍କୁ ବୈଠକରେ ନିର୍ଦେଶ ପ୍ରଦାନ କରାଯାଇଛି l ଜିଲ୍ଲା କାର୍ଯ୍ୟାଳୟର କଣ୍ଟ୍ରୋଲ ରୁମ ଯୋଗାଯୋଗ ନମ୍ବର ୦୬୬୫୪- ୨୯୧୩୭୪ ରହିଥିବା ବେଳେ ଟୋଲ ଫ୍ରି ନମ୍ବର ୧୦୭୭ ରହିଥିବା ସୂଚନା ପ୍ରଦାନ କରାଯାଇଛି। ଜିଲ୍ଲାରେ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ବିଗତ ବର୍ଷର ଅଭିଜ୍ଞତାକୁ ନେଇ ନିଜ ବିଭାଗ ସମ୍ପୃକ୍ତ ସମ୍ବେଦନଶୀଳ କାର୍ଯ୍ୟକୁ ସମୟ ପୂର୍ବରୁ ବ୍ୟବସ୍ଥିତ କରିବା ଉପରେ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ତଥା ଅଧ୍ୟକ୍ଷା। ଏହି ପରିପ୍ରେକ୍ଷୀରେ ସମସ୍ତ ବ୍ଲକସ୍ତର ସହ  ପୌରପରିଷଦ ସୋନପୁର,ଏନଏସି ବିନିକା ଓ ତରଭା ତଥା ସମ୍ପୃକ୍ତ ବିଭିନ୍ନ ବିଭାଗ ଚଳିତ ମାସ ଶେଷ ସୁଦ୍ଧା ନିଜ ନିଜ ସ୍ତରରେ ଆବଶ୍ୟକ ପ୍ରାକ ପ୍ରସ୍ତୁତିର ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି l ପୁନଶ୍ଚ ପ୍ରତ୍ୟେକ ବିଭାଗ ନିଜ ସ୍ତରରେ ମାଇକ୍ରୋ ପ୍ଲାନିଂ କରି ବିଭାଗୀୟ କାର୍ଯ୍ୟ ସମ୍ପାଦନର ଦାୟିତ୍ୱ ବଣ୍ଟନକୁ ନିଶ୍ଚିତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ପ୍ରଦାନ କରାଯାଇଛି। ସମ୍ଭାବ୍ୟ ବନ୍ୟାର ସଫଳ ମୁକାବିଲା କୁ ସୁନିଶ୍ଚିତ ତଥା ବ୍ୟବସ୍ଥିତ କରିବା ନିମନ୍ତେ ତୃଣମୂଳ ସ୍ତରରେ ସମସ୍ତ ପି ଆର ଆଇ ସଦସ୍ୟ ସଦସ୍ୟା, ସ୍ବେଛାସେବୀ ଅନୁଷ୍ଠାନ, ସିଭିଲ ସୋସାଇଟି ସଦସ୍ୟ ପ୍ରଭୁତିଙ୍କୁ ସାମିଲ କରିବା ସହ ଆବଶ୍ୟକ ଯୋଗାଯୋଗ ପୂର୍ବକ କାର୍ଯ୍ୟ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଜିଲ୍ଲାସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ବ୍ୟବସ୍ଥିତ କରାଯିବା ସହ ବନ୍ୟା ପ୍ରବଣ ଅଞ୍ଚଳ ଗୁଡିକରେ ଆବଶ୍ୟକମତେ କଲ୍ୟାଣ ମଣ୍ଡପ ପ୍ରଭୁତିକୁ ମଧ୍ୟ ବ୍ୟବସ୍ଥିତ କରିବାକୁ ପରାମର୍ଶ ଦିଆଯାଇଛି।  ଅନୁଷ୍ଠିତ ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା,  ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଜିଲ୍ଲା ବନଖଣ୍ଡ ଅଧିକାରୀ ମଦନଲାଲ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ , ବଲାଙ୍ଗୀର ଲୋକସଭା ସାଂସଦଙ୍କ ପ୍ରତିନିଧି ଶରତ ଶତପଥୀ ପ୍ରମୁଖ ଯୋଗଦାନ କରି ନିଜ ନିଜର ସୁ ଚିନ୍ତିତ ମତବ୍ୟକ୍ତ କରି ସମ୍ଭାବ୍ୟ ବନ୍ୟାର ଉଚିତ ମୁକାବିଲା ନିମନ୍ତେ ବିଭାଗ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ଆନ୍ତରିକତା ସହ କାର୍ଯ୍ୟ କରିବା ଉପରେ ମତବ୍ୟକ୍ତ କରିଥିଲେ l ବୈଠକ ଅବସରରେ ସି ଡି ଏମ ଓ ଡା. ପ୍ରଦୀପ କୁମାର ଗୁରୁ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ପଲ୍ଲବୀ ରାଣୀ ରାଜ , ଉପ ଜିଲ୍ଲାପାଳ ସୋନପୁର ଡ଼ଃ ସୌମ୍ୟାରୁପା ରଥ , ବୀରମହାରାଜପୁର ଉପ ଜିଲ୍ଲାପାଳ ଲଲାଟେନ୍ଦୁ ସି, ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ , ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ ମ୍ୟୁନିସିପାଲିଟି ସୋନପୁର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ବିନିକା ଓ ତରଭା ପ୍ରମୁଖ ଙ୍କ ସହ ଜିଲ୍ଲା ଜରୁରୀ ଶାଖା ଅଧିକାରୀ ସଂଗ୍ରାମ କେଶରୀ ଜେନା,ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜରୁରୀ ଶାଖା ବିଶ୍ୱନାଥ ନାୟକ ତଥା ବିଭିନ୍ନ ଗଣମାଧ୍ୟମର ଜିଲ୍ଲା ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ।  ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆଜି ଶାସକ ବିଜେପି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ   30-Apr-2026
  ଜିଲ୍ଲା  
ନୂଆପଡ଼ାରେ ଉପ-ନିର୍ବାଚନ ସୁପରିଚାଳନା ପାଇଁ ଅଧିକାରୀମାନଙ୍କୁ ସମ୍ୱର୍ଦ୍ଧିତ କଲେ ଜିଲ୍ଲାପାଳ   30-Apr-2026
  ଜିଲ୍ଲା  
କଣ୍ଟାମାଳ ସଙ୍କୁଳସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା   30-Apr-2026
  ଜିଲ୍ଲା  
ଟିପିଡବ୍ଲୁଓଡିଏଲ୍ ବିରୋଧରେ ଡବ୍ଲୁ ଓ ବି ଏସ୍ ଏମ୍ ତରଫରୁ କର୍ମଚାରୀ ଛଟେଇ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ   30-Apr-2026
  ରାଜ୍ୟ  
କଟକ ସଦର ବ୍ଲକ୍‌ରେ ୨୫୦ କୋଟିର ଦୁର୍ନୀତି:  ଗୋଟିଏ ଗୋଟିଏ କାମକୁ ଦୁଇ ଦୁଇ ଥର ବିଲ୍   30-Apr-2026
  ଜିଲ୍ଲା  
ପାର୍ବତୀଗିରି ମହିଳା ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା   30-Apr-2026
  ଜିଲ୍ଲା  
ଇଣ୍ଡିଆ ସ୍କେଟ ଗେମ୍ସରେ ବରଗଡ଼ ବୈଦିକ ସ୍କୁଲର କୃତିତ୍ୱ   30-Apr-2026
  ଜିଲ୍ଲା  
ବ୍ରାହ୍ମଣୀପାଲିରେ ଟ୍ରାନ୍ସଫର୍ମର ପୋଡିଲା,ଚାଷୀଙ୍କ ଧାନ ମରିବା ଆଶଂକା   30-Apr-2026
  ଜିଲ୍ଲା  
*ବରଗଡ଼ ଜିଲ୍ଲାରେ ବିଭିନ୍ନ ଜନ କଲ୍ୟାଣ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ*   30-Apr-2026
  ଜିଲ୍ଲା  
ନୃସିଂହନାଥ ଯାତ୍ରାରେ ଭାରତୀୟ କିସାନ ସଂଘ, ପାଇକମାଳ ବ୍ଲକ ଦ୍ୱାରା ଜଳଛତ୍ର ସେବା   30-Apr-2026
  ଜିଲ୍ଲା  
Hj   30-Apr-2026
  ରାଜ୍ୟ  
ଗଞେଇ ଜବତ, ଚାଲାଣକାରୀ ଗିରଫ   30-Apr-2026

You Might Also Like

                               
  ଜିଲ୍ଲା  

Hj