-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
08-May-2025
ପିଏମ୍ ଶ୍ରୀ ସରକାରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ସିନାପାଲି ଠାରେ ଏ ୱାନ ଓ ଏ ଟୁ ଗ୍ରେଡ ପାଇଥିବା ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା ଜ୍ଞାପନ କରାଯାଇଛି l ଏ ଅବସର ରେ ଅନୁଷ୍ଠିତ ବୈଠକରେ ପ୍ରଧାନ ଶିକ୍ଷକ ଲଲିତ କୁମାର୍ ସୁନାରୀ ସଭାପତିତ୍ବ କରିଥିବାବେଳେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯତୀନ୍ଦ୍ର ସେଟ୍ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ l ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ସତ୍ୟରୁପା ଯୋଷୀ, ଅନିଲ
କୁମାର ସା, ପ୍ରମୁଖ ମଞ୍ଚାସିନ ରହିଥିଲେ l ଏ ୱାନ ଛାତ୍ରୀ ଝରଣା ମେହେର ଓ ଏ ଟୁ ଗ୍ରେଡ ପାଇଥିବା ପ୍ରଦ୍ୟୁମ୍ନ ନାଏକ , ଆର୍ଯ୍ୟକୁମାର ଯୋଷୀ, ଅଭିପ୍ସା ମେହେର, ପ୍ରେମଲତା ମେହେର , ନିକିତା ସାହୁ , ଶୁଭମ ମେହେର ପ୍ରମୁଖ ଙ୍କୁ ବିଦ୍ୟାଳୟ ରେ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ମହେଶ କୁମାର, ନିକୁଞ୍ଜ ବିହାରୀ ସା, ଅଜିତ କୁମାର ମେହେର, କମଳ ଜିତ୍ ବୈକାର, ତ୍ରିଲୋଚନ ଡାଙ୍ଗ, ସୁରଭୀ ପଣ୍ଡା,ରଶ୍ମୀ ମେହେର, ଲକ୍ଷ୍ମୀପ୍ରିୟା ମେହେର, ନିହାର ରଞ୍ଜନ ମେହେର ପ୍ରମୁଖ ଉପସ୍ଥିତ ଥିଲେ l
ନୂଆପଡା ଜିଲ୍ଲାରୁ ପରମେଶ୍ୱର ମେହେର