-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
07-May-2025
କଣ୍ଟାବାଞ୍ଜି/ ଜିଜ୍ଞାସା ଶିଶୁ-ସାହିତ୍ୟ ଗବେଷଣା କେନ୍ଦ୍ର ଟିଟିଲାଗଡ଼ ଆନୁକୂଲ୍ୟରେ ଟିଟିଲାଗଡ଼ ସାଇ ମନ୍ଦିର ନିକଟସ୍ଥ ମିଶ୍ର ବଗିଚାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ପ୍ରତିଷ୍ଠାତା ତଥା ସଞ୍ଚାଳକ ଡ.ଯୁଗଳ କିଶୋର ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିକ୍ଷାବିତ ବିଶ୍ୱରାମ ଠାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାମଚନ୍ଦ୍ର ସାହୁ ମୁଖ୍ୟ ଅତିଥି, ନିର୍ଝରିଣୀ ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ମୁଖ୍ୟ
ବକ୍ତା, ଡ.ନାରାୟଣ ମିଶ୍ର ଓ ବୃନ୍ଦାବନ କୁମ୍ଭାର ଆଲୋଚକ ଭାବରେ ଯୋଗ ଦେଇଥିଲେ।ସର୍ବ ପ୍ରଥମେ ଡ.ଷଡ଼ଙ୍ଗୀ ଶିଶୁ ସାହିତ୍ୟର ବିକାଶ ନିମନ୍ତେ ମାର୍ଗ ଦର୍ଶନ ଦେବା ପରେ 'ଶିଶୁର ସୃଜନଶୀଳତା ବିକାଶ ନିମନ୍ତେ ସର୍ବନିମ୍ନ ଶିକ୍ଷଣ' ଶୀର୍ଷକ ଉପରେ ଆଲୋଚନା ହୋଇଥିଲା।ସାହିତ୍ୟିକ ଜ୍ୟୋତି ପ୍ରକାଶ ଗଡତ୍ୟା ସଭା ପରିଚାଳନା ଓ ସବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ରାମଚନ୍ଦ୍ର ସାହୁ,ବିରଞ୍ଚି ନାରାୟଣ ଦାଶ ଓ ନାରାୟଣ ମିଶ୍ରଙ୍କ ଜନ୍ମଦିନ ପାଳନ ଉପଲକ୍ଷେ
ଡ.ଷଡ଼ଙ୍ଗୀଙ୍କ ଦ୍ୱାରା ଉପଢୌକନ ଓ ପୁସ୍ତକ ପ୍ରଦାନ କରାଯାଇ ଥିଲା।ଏହି କାର୍ଯ୍ୟକ୍ରମରେକଣ୍ଟାବାଞ୍ଜି,ତୁରେକେଲା,ସିନ୍ଧେକେଲା, ବଙ୍ଗୋମୁଣ୍ଡା,ବଲାଙ୍ଗୀରରୁ କୁଞ୍ଜ ବିହାରୀ ବେହେରା, ନରେନ୍ଦ୍ର ପ୍ରସାଦ ସୁନା,ଥମିର ଛତ୍ରିଆ,ଇଂ ରମେଶ ମିଶ୍ର,ଲକ୍ଷ୍ମୀଧର ମାଝୀ, ଶ୍ୟାମସୁନ୍ଦର ମହାପାତ୍ର, ମିଶ୍ର ଗୁରୁଜୀ, ସସ୍ମିତା ଷଡ଼ଙ୍ଗୀ, ପ୍ରମୋଦିନୀ ଷଡ଼ଙ୍ଗୀ, ଅଲେଖ ରଣା, ଚନ୍ଦନ ଷଡ଼ଙ୍ଗୀ, ମୁକ୍ତା ଦେବୀ,ରୁବି ବିଶ୍ୱ।ଳ,ନିତା ମହାନ୍ତି ଆଦି ଉପସ୍ଥିତ ଥିଲେ।