-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
07-May-2025
ସୋନପୁର(ମନୋରଞ୍ଜନ ତ୍ରିପାଠୀ): ସୋନପୁର ସହରର ବିଭିନ୍ନ ଜାଗାରେ ୫ଶହ ଟଙ୍କିଆ ନକଲି ନୋଟ ଦୋକାନରୁ ଦୋକାନ ଘୁରୁଥିବା ବିଷୟ ସହର ସାରା ଚର୍ଚ୍ଚା ହେଉଛି l ଯାହା ଫଳରେ କି ଏକ କୋକୁଆ ଭୟ ସୃଷ୍ଟି ହୋଇଛି l ଏ ନକଲି ନୋଟ ଧରି ଦୋକାନ ମାନଙ୍କରେ ଜିନିଷ କିଣାବିକା କରୁଥିବା ବେଳେ ଦୋକାନୀ ମାନେ ସେହି ଗ୍ରାହକକୁ ଫେରାଇ ଦେଇ ଥିବା ଖବର ମିଳୁଛି l କିନ୍ତୁ ଉକ୍ତ ଦୋକାନୀ ମାନେ ଏ ବିଷୟ ରେ ପୋଲିସକୁ ଅଭିଯୋଗ କରି ନ ଥିବା ଜଣା ଯାଇଛି l ଉକ୍ତ ନୋଟକୁ ନୋଟ କାଉଣ୍ଟିଙ୍ଗ ମେସିନରେ ଦେଲା ପରେ ଏହା ନକଲି ନୋଟ ବୋଲି ଜଣା ପଡ଼ିଥିବା ଖବର ଲୋକଙ୍କ ମଧ୍ୟରେ ଗୁଞ୍ଜରଣ ହେଉଥିବା ଜଣା ଯାଇଛି l ଏଥିରୁ ଅନୁମାନ କରା ଯାଉଛି ଯେ ନିଶ୍ଚିତ ଭାବେ ଜଣେ ବଡ଼ ବ୍ୟବସାୟୀଙ୍କ ପାଖକୁ ଏ ନକଲି ନୋଟବାଲା ଗ୍ରାହକ ଜିନିଷ କିଣିବାକୁ ଯାଇଛି l