-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
07-May-2025
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ଗ୍ରାମପଞ୍ଚାୟତ ବଡ଼ଚ୍ଛପାପାଲି ଗ୍ରାମର ଦୁର୍ଯ୍ୟୋଧନ ଖଟୁଆ(୫୦)ଙ୍କ ପରଲୋକ ହୋଇଯାଇଛି l ସେ ଗତକିଛିଦିନ ଧରି ହୃଦରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ l ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନlରେ ଚିକିତ୍ସିତ ଅବସ୍ଥାରେ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିଲା l ମୃତ୍ୟୁ ଶଯ୍ୟା ନିକଟରେ ପରିବାର ବର୍ଗ ଓ ସମ୍ପର୍କୀୟ ଉପସ୍ଥିତ ଥିଲେ l ସେ ବିଜେଡିର ଜଣେ ଟାଣୁଆ କର୍ମୀ ଥିବାବେଳେ ଜଣେ ସମାଜସେବୀ, ପରୋପକାରୀ, ମିଷ୍ଟଭାସି ଓ ମେଳାପୀ ବ୍ୟକ୍ତି ଥିଲେ l ବୁଧବାର ପ୍ରତ୍ୟୁଷରୁ ଗାଁ ରେ ଶବ ପହଂଚିବା ପରେ ଅଞ୍ଚଳବାସୀ ଶେଷ ଦର୍ଶନ କରି ଥିଲେ l ତାଙ୍କ ମୃତ୍ୟୁଖବର ପ୍ରଚାର ହେବାପରେ ସମଗ୍ର କଣ୍ଟାମାଳ ବ୍ଲକ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଥିଲା ଓ ଅଂଚଳର ଜନ ସାଧାରଣ ଶେଷଦର୍ଶନ ପାଇଁ ପହଂଚିଥିଲେ l ଗାଁ ମଶାଣିରେ ତାଙ୍କର ଶେଷ କୃତ୍ୟସମ୍ପର୍ଣ୍ଣ କରାଯାଇଥିଲା l ମୃତ୍ୟୁ ସର୍ଯ୍ୟା ନିକଟରେ ତାଙ୍କର ସମସ୍ତ ପରିବାର ପରିଜନ ଓ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ l