-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||     

HOME   ଜିଲ୍ଲା

ରାୟଗଡ଼ା: ଶିଶୁ ବିକ୍ରୀ ଓ ବାଲ୍ୟ ବିବାହ ରୋକିବାରେ ବିଫଳ ଜିଲ୍ଲା ପ୍ରଶାସନ ବିଳମ୍ବରେ ହେଲେବି ନିଜର ଭୁଲ୍ ମାନିଛି

07-May-2025



ରାୟଗଡ଼ା(ସୁପ୍ରିୟା ଷଡଙ୍ଗୀ): ରାୟଗଡ଼ା ଜିଲ୍ଲାର ଜେକେ ପୁର ଚାନ୍ଦିଲି ଥାନା ଓ ଡମ୍ବସରା ଗୁଣୁପୁର ଥାନାରେ ଶିଶୁବିକ୍ରି ଘଟଣାରେ ରାୟଗଡ଼ା ଜିଲ୍ଲା ଶିଶୁ ମଙ୍ଗଳ କମିଟି ଜିଲ୍ଲା ପ୍ରଶାସନ, ରାଜ୍ୟ ପ୍ରଶାସନର ସଚିବ, ନିର୍ଦ୍ଦେଶକଙ୍କୁ ଜଣାଇଲା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ  ଗତବର୍ଷ ଡିସେମ୍ବର ମାସରେ କମିଟି ରାୟଗଡ଼ା ବିଧାୟକ ଆୱାଲାସ୍ବାମି କାଡ୍ରାକା, ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଜଣାଇଥିଲେ। ମାନ୍ୟବର ବିଧାୟକ ବିଧାନସଭାରେ ପ୍ରଶ୍ନ ମଧ୍ଯ କରିଛନ୍ତି । ତଥାପି କାର୍ଯ୍ୟାନୁଷ୍ଠାନ ଶୁନ । ଆର୍ଥିକ ଅଭାବ ଅନଟନ ହେତୁ ନୂଆପଡା-ଜେକେ ପୁରରେ ଶିଶୁଟି ବିକି ୨୦ ହଜାର ଟଙ୍କା ପାଇଛନ୍ତି ତାର ଦଳିତ ବର୍ଗର ପିତାମାତା। ଜିଲ୍ଲାର ଶିଶୁ ସୁରକ୍ଷା ବିଭାଗ ଉକ୍ତ ଶିଶୁକୁ ଉଦ୍ଧାର କଲାପରେ ମିଛ ନଥିପ‌ତ୍ର ତିଆରି କରିବାକୁ ଶିଶୁ ମଙ୍ଗଳ କମିଟିକୁ ବାଧ୍ଯ କରିଥିଲେ ମଧ୍ଯ କମିଟି ତାକୁ ପ୍ରତ୍ୟାଖାନ କରି ସରକାରୀ ନିୟମକୁ ପାଳନ କରିଛନ୍ତି । ସରକାର ସେଇ ପରିବାରକୁ ରାସନ୍ କାର୍ଡ ଗତ  ଦେଇଛନ୍ତି କିନ୍ତୁ ୨୦୧୬ ମସିହାରୁ ଦିଆଯାଇଛି ବୋଲି ଉଲ୍ଲେଖ କରିଛନ୍ତି ଯେତେବେଳେ କି ଆଧାର କାର୍ଡ ଅନୁସାରେ ସେଇ ଦଳିତ ମାଆର ବୟସ ଥିଲା ମାତ୍ର ୧୨ ବର୍ଷ (ଜନ୍ମ ୨୦୦୪ ମସିହା) ଓ ସେଇ କାର୍ଡରେ ସେ ବିବାହିତ ବୋଲି ଲେଖା ହୋଇ ତାର ବୟସ ୨୧ ବର୍ଷ ବୋଲି ଦର୍ଶାଯାଇଛି। ଜିଲ୍ଲା ପ୍ରଶାସନ ତାର ଗୋଟିଏ ଭୁଲକୁ ଚପାଇବାକୁ ଯାଇ ବାରମ୍ଵାର ଗହିତ ଭୁଲ୍ କରିଚାଲିଛି। ଅନୁସନ୍ଧାନରୁ ଜଣା ପଡିଛି ଯେ ଜିଲ୍ଲା ପ୍ରଶାସନ ଜେକେ ପୁରର ଏହି ଶିଶୁ ବିକ୍ରି ସମ୍ବନ୍ଧରେ ୧୨.୧୧.୨୦୨୫ ରୁ ଅବଗତ ଥିଲେ କାରଣ ସେଠାର ଅଙ୍ଗନୱାଡ଼ି କର୍ମୀ ଶିଶୁ ବିକ୍ରୀ ସମ୍ବନ୍ଧରେ ଏଏନଏମ୍ ଓ ଆଇସିଡିଏସ ପରିଦର୍ଶିକାଙ୍କୁ ଜଣାଇଥିଲେ ଓ ସେମାନେ ଡାକ୍ତର ଓ ସିଡିପିଓ ଙ୍କୁ ଜଣାଇଥିଲେ। ଚାଇଲ୍ଡ ହେଲ୍ପଲାଇନ ମଧ୍ୟ ଶିଶୁ ସୁରକ୍ଷା କାର୍ଯ୍ୟାଳୟ(ଡିସିପିଓ)କୁ ୧୪.୧୧.୨୫ରେ ଜଣାଇଥିଲେ। ଏସବୁ ଜାଣି ବି ଚୁପ୍ ବସିଥିଲା ଜିଲ୍ଲା ପ୍ରଶାସନ  ଏବେ ଔଷଧ ବଦଳରେ ତାଟିଆ କାମୁଡ଼ୁଛି ଜିଲ୍ଲା ପ୍ରଶାସନ ଯିଏ କି ଏହି ଶିଶୁ ବିକ୍ରିରେ ସମ୍ପୂର୍ଣ ଭାବେ ଦାୟୀ ।୧୯-୧୧-୨୦୨୪ ରେ ଗଣମାଧ୍ଯମ ରିପୋର୍ଟ ପ୍ରକାଶ ପାଇଲା, ମୁଖ୍ୟତଃ କଲ୍ୟାଣ ଏବଂ ଦାରିଦ୍ର୍ୟ ଦୂରୀକରଣ ପଦକ୍ଷେପ ସହିତ ସମ୍ଭାବ୍ୟ ପ୍ରଶାସନିକ ତ୍ରୁଟିକୁ ଉଜାଗର କରି । କଲେକ୍ଟରଙ୍କ ଦ୍ବାରା କାରଣ ଦର୍ଶାଅ ନୋଟିସ ଜାରି କରିବା ଓ ସି ଡବ୍ଲୁ ସି ଭାଙ୍ଗିବା ପାଇଁ ଚାପ ପକାଇବା ଶିଶୁ କଲ୍ୟାଣ ବିଷୟରେ ପ୍ରକୃତ ଚିନ୍ତା ଅପେକ୍ଷା ବ୍ୟକ୍ତିଗତ ଅଭିଯୋଗ ଦ୍ବାରା ପ୍ରେରିତ ମନେହୁଏ । ଜନସାଧାରଣଙ୍କ ପ୍ରତିକ୍ରିୟାକୁ ପ୍ରଶମିତ କରିବା ପାଇଁ, କଲେକ୍ଟର ଏବଂ ସବ-କଲେକ୍ଟର ସି ଡବ୍ଲ୍ୟୁ ସି କୁ ମୋହରା କରିଛନ୍ତି, ଯାହା ଏହି ଧାରଣା ସୃଷ୍ଟି କରିଛି ଯେ ତ୍ରୁଟିଗୁଡ଼ିକ ସମ୍ପୂର୍ଣ ଭାବରେ କମିଟିର ଦୋଷ ଥିଲା I ତାଙ୍କ କାର୍ଯ୍ୟାଳୟର ଭୂମିକା ଉପରେ ଆତ୍ମନିରୀକ୍ଷଣ କରିବା ପରିବର୍ଭେ, ଜିଲ୍ଲାପାଳ ତୁରନ୍ତ CWC ର ବିଫଳତା ଭାବରେ ଦର୍ଶାଇଲେ । ଏପରି କାର୍ଯ୍ୟ CWCକୁ ବଦନାମ କରିବା ସହିତ ନିଜ ପ୍ରତିଷ୍ଠାକୁ ରକ୍ଷା କରିବାର ଏକ ପ୍ରୟାସକୁ ସୂଚିତ କରେ । ଏହା ବ୍ୟତୀତ, ଜିଲ୍ଲାପାଳ ଶିଶୁକୁ ସୁରକ୍ଷା ଦେବା ପାଇଁ ଶୀଘ୍ର ସଂଶୋଧନମୂଳକ ପଦକ୍ଷେପ ନେବା ପରିବର୍ତେ ଏହି ପ୍ରସଙ୍ଗକୁ ଏକ ଅମଲାତାନ୍ତ୍ରିକ ଦୋଷ ଖେଳରେ ପରିଣତ କଲେ । କଲେକ୍ଟରଙ୍କ କାର୍ଯ୍ୟ ପ୍ରତିଶୋଧମୂଳକ ମନେହୁଏ, ଗୁରୁତ୍ବପୂର୍ଣ ଶିଶୁ କଲ୍ୟାଣ ସମସ୍ୟା ସମାଧାନ କରିବା ଅପେକ୍ଷା ଆତ୍ମ-ସଂରକ୍ଷଣକୁ ପ୍ରାଥମିକତା ଦେଉଛି । CWCକୁ ଟାର୍ଗେଟ କରି, କଲେକ୍ଟର DCPU ତଦାରଖ କରିବାରେ ଏବଂ ସମୟୋଚିତ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବାରେ ନିଜର ବିଫଳତାରୁ ଧ୍ଯାନ ହଟାଇବାକୁ ଚେଷ୍ଟା କରିଛନ୍ତି, ପ୍ରକ୍ରିୟାରେ ଅନାବଶ୍ୟକ ପ୍ରଶାସନିକ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି ।ଅନୁସୂଚିତ ଜାତିର ମାଆଙ୍କୁ କଲ୍ୟାଣମୂଳକ ପଦକ୍ଷେପ ପ୍ରଦାନ ନ‌କରି ନିଜ ପ୍ରଶାସନିକ ବିଫଳତାର ଦୋଷକୁ ଏଡାଇବା ପାଇଁ କଲେକ୍ଟର ସିଡବ୍ଲୁସିକୁ ଦୋଷ ଦେଉଛନ୍ତି । ସମାଲୋଚନାରୁ ସେମାନଙ୍କ କାର୍ଯ୍ୟାଳୟକୁ ରକ୍ଷା କରିବା ପାଇଁ ଜନସାଧାରଣ ଏବଂ ଗଣମାଧ୍ଯମ ଯାଞ୍ଚ ସିଡବ୍ଲୁସି ଉପରେ ନ୍ୟସ୍ତ କରନ୍ତୁ ବୋଲି ଚାଲ ଖେଳିଛନ୍ତି । ସିଡବ୍ଲୁସିର ବିଶ୍ବସନୀୟତାକୁ ଦୁର୍ବଳ କରିବା, ଏହାର ସ୍ବାୟତ୍ତତା ହ୍ରାସ କରିବା ଏବଂ ଶିଶୁ ସୁରକ୍ଷା ବ୍ୟବସ୍ଥାରେ ଥିବା ପଦ୍ଧତିଗତ ଫାଙ୍କରୁ ଧ୍ୟାନ ହଟାଇବା ପାଇଁ ତାଙ୍କର ଅପଚେଷ୍ଟା । ଜିଲ୍ଲା ପ୍ରଶାସନ ମଧ୍ୟରେ ଦାୟିତ୍ବହୀନତାର ଅଭାବ ଏବଂ ସିଡବ୍ଲୁସିକୁ ଅନ୍ୟାୟ ଭାବରେ ଟାର୍ଗେଟ କରିବା ପାଇଁ ଜାଣିଶୁଣି କ୍ଷମତାର ଅପବ୍ୟବହାର କରିଛନ୍ତି ।ଠିକ୍ ସେଇଭଳି ଗୁଣୁପୁର ପୁଟାସିଂ ଅଞ୍ଚଳର ଏକ ନାବାଳିକା ଆଦିବାସୀ ମାଆର ଶିଶୁକୁ ବତ୍ସସରା ଅଞ୍ଚଳରେ ଏକ ସନ୍ତାନହୀନ ଦମ୍ପତିଙ୍କୁ ବିକ୍ରୀ କରାଯାଇଛି । ଗୁଣୁପୁର ସିଡିପିଓଙ୍କ ରିପୋର୍ଟ କହୁଛି ପିଲାଟି ପୁଟାସିଂ ଅଞ୍ଚଳରେ ଜନ୍ମ ହୋଇଛି ଏକ ନାବାଳିକା ମାଆଙ୍କ ଗର୍ଭରୁ । କିନ୍ତୁ ଗୁଣୁପୁର ଡାକ୍ତର କହୁଛନ୍ତି ସେଇ ପିଲାଟି ଗୁଣୁପୁର ଡାକ୍ତରଖାନାରେ ଆଉ ଜଣେ ମାଆଙ୍କ ଗର୍ଭରୁ ଜନ୍ମ ହୋଇଛି । ଆଶ୍ଚର୍ଯ୍ୟର କଥା ଏହିଯେ ଉକ୍ତ ଶିଶୁଟି ଦୁଇଥର ଦୁଇଟି ଭିନ୍ନ ଭିନ୍ନ ତାରିଖରେ ଜନ୍ମ ହୋଇଛି । ଏହି ଜିଲ୍ଲାପାଳଙ୍କ କାରଜ୍ୟକାଳ ସମୟରେ ଜିଲ୍ଲାରେ ବହୁ ନାବାଳିକା(ପ୍ରାୟ ୬୫ ରୁ ଅଧିକ) ବିବାହପରେ ସନ୍ତାନ ଜନ୍ମ କରି ଜିଲ୍ଲାର ବାଲ୍ୟ ବିବାହ ଅଭିଯାନକୁ ହାସ୍ୟାସ୍ପଦ ପ୍ରମାଣିତ କରିଛନ୍ତି । ଜିଲ୍ଲା ଶିଶୁ ମଙ୍ଗଳ କମିଟି ଏ ବିଷୟରେ ଜିଲ୍ଲା ପ୍ରଶାସନକୁ ଜଣାଇଲା ପରେ ବି କାର୍ଯ୍ୟକ୍ରମ ଶୁନ । ଜିଲ୍ଲା ପ୍ରଶାସନ ଜାଣତରେ ଶିଶୁ ବିକ୍ରୀ ରାକେଟ୍ ଅତି ସକ୍ରିୟ ଅଛି । ଏବିଷୟରେ ଗୁଣୁପୁର ବିଧାୟକ, ବିଭାଗୀୟ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ଯ ଅବଗତ କରିଛି ଶିଶୁ ମଙ୍ଗଳ କମିଟି । ଅଭାବ ଅନଟନ ପାଇଁ ଯେଉଁଭଳି ଭାବେ ଶିଶୁ ବିକ୍ରୀ ହୋଇଛି, ସେଥ‌ିପାଇଁ ମୁଖ୍ୟତଃ ଜିଲ୍ଲା ପ୍ରଶାସନ ହିଁ ଦାୟୀ ।ଜିଲ୍ଲା ପ୍ରଶାସନ ଅଧୀନରେ ଥିବା ସରକାରୀ ଶିଶୁ ସୁରକ୍ଷ ବିଭାଗ(ଡିସିପିଓ) ବହୁ ଆର୍ଥିକ ଅନିୟମିତତାରେ ଜଡ଼ିତ ଥିବାରୁ କିଛି କର୍ମଚାରୀଙ୍କୁ ବରଖାସ୍ତ କରି ଚୁପ୍ ରହିଛି ପ୍ରଶାସନ । କେଉଁ କାରଣରୁ ୩/୪ ଜଣଙ୍କୁ ବରଖାସ୍ତ କରାଗଲା ତାହା ଅନୁସନ୍ଧାନ ସାପେକ୍ଷ ।ଯେହେତୁ ଶିଶୁ ମଙ୍ଗଳ କମିଟି, ଯାହାକି ସରକାରୀ ସାହାଯ୍ୟପ୍ରାପ୍ତ ଏକ ସ୍ବୟଂ ଶାସିତ ଅନୁଷ୍ଠାନ ଓ ଏହାର ସଦସ୍ୟଗଣ ଜଜ୍ ପାହ୍ୟାର କିନ୍ତୁ ସରକାରୀ ଚାକିରିଆ ନୁହନ୍ତି, ଜିଲ୍ଲା ପ୍ରଶାସନର ଏସବୁ ଦୁର୍ନୀତିର ପର୍ଦ୍ଦାଫାଶ କରିବାରୁ ସେଇ କମିଟିକୁ ଭାଙ୍ଗି ଦେବାକୁ ଜିଲ୍ଲାପାଳ ସୁପାରିଶ କରିଛନ୍ତି । ନିଜ ଦୋଷକୁ ଅନ୍ୟ ଉପରକୁ ଠେଲି ଦେଉଛନ୍ତି । ତଦନ୍ତକାରୀ ଅଧିକାରୀ ସୁଶ୍ରୀ ମନିଷା ବାନାର୍ଜୀ, ଆଉ ଏ ଏସ୍, ରାୟଗଡ଼ା ଜିଲ୍ଲାପାଳଙ୍କ ସମସାମୟିକ, ସେ ପ୍ରଭାବିତ ବାଭଳି ମନେହୁଏ । ସୁଶ୍ରୀ ବାନାର୍ଜୀ ମଧ୍ଯ ରାୟଗଡ଼ା ଜିଲ୍ଲାପାଳଙ୍କ ଭାଷା କହି କମିଟିକୁ ଦୋଷାରୋପ କରିଛନ୍ତି ତାଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ । ଯଦିଓ ଶିଶୁ ମଙ୍ଗଳ କମିଟିର ସଦସ୍ୟ ମାନଙ୍କ ସଦସ୍ୟତା ସମାପ୍ତ କାରାଯାଇଛି, ସେମାନେ ନିଲମ୍ବିତ ଓ ବ‌ହିସ୍କୃତ ହୋଇଛନ୍ତି ବୋଲି ଜିଲ୍ଲା ପ୍ରଶାସନ ବହୁଳ ପ୍ରଚାର କରି ଗଣମାଧ୍ଯମକୁ ଭ୍ରମିତ କରିଛନ୍ତି ।ଏହି ଶିଶୁ ବିକ୍ରୀ ଓ ବାଲ୍ୟ ବିବାହ ଗୁଡ଼ିକ ସରକାରଙ୍କ ବିଫଳତା । କିନ୍ତୁ ପ୍ରଶାସନ ତନ୍ତ୍ର ଏବର ଶାସନ ତନ୍ତ୍ର ମୋହନ ସରକାରଙ୍କୁ ବଦନାମ୍ କରିବାରେ ବୋଧହୁଏ ବଦ୍ଧ ପରିକର । ତେଣୁ ପ୍ରଶାସନର ଏପରି ପ୍ରତିଶୋଧମୂଳକ ତଥା କୁଟଚକ୍ରାନ୍ତ କାର୍ଯ୍ୟ ପାଇଁ ଆଇନର ଆଶ୍ରୟ ନିଆଯିବ ଓ ପୁଣି ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରା‌ଯିବ ଏବଂ ଶେଷରେ ସତ୍ୟର ଜୟ ଓ ପାପର କ୍ଷୟ ହେବ ବୋଲି କହିଛନ୍ତି ଶିଶୁ ମଙ୍ଗଳ କମିଟିର ପ୍ରାକ୍ତନ ଅଧ୍ଯକ୍ଷା ଶ୍ରୀମତୀ ବିଦୁଲତା ହୁଇକା ।


News Comment




Photo in News

Advertisment
Lastest News
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026

You Might Also Like