-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
05-May-2025
ତୁଷୁରା: ଗୁଡଭେଲା ବ୍ଲକ୍ ସ୍ତରୀୟ ତୃତୀୟ ପର୍ଯ୍ୟାୟ ପଞ୍ଚ ଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଥିବା "ନିଷ୍ଠା" ତାଲିମ ଉଦ୍ଯାପିତ ହୋଇ ଯାଇଛି। ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଗ୍ନି କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ଏବିଇଓ ବିପିନ ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସିଆର୍ସିସି ପ୍ରହଲ୍ଲାଦ ଦଣ୍ଡସେନା ଯୋଗ ଦେଇଥିଲେ। ଏଥିରେ ବ୍ଲକ୍ ର ୩୨ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ତାଲିମ ନେଇଥିଲେ। ସାଧନକର୍ମୀ ଭାବେ ଅଭୟ କୁମାର ମିଶ୍ର, ମନୋରଞ୍ଜନ ଭୋଇ, ଜୁଲ ଫିକର ଖାନ୍, ରମେଶ ଚନ୍ଦ୍ର ଭୋଇ ଓ ସୁରେନ୍ଦ୍ର ନାଥ ଶାମଲ ତାଲିମ ଦେଇଥିଲେ। ତାଲିମ ର ଚତୁର୍ଥ ଦିବସରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ନିଷ୍ଠା ମୋଡୁଲ୍ ବଣ୍ଟନ କରା ଯାଇଥିଲା। ବିଆର୍ଟି ଅଶୋକ କୁମାର ଶାମଲ ଓ ସ୍ଥାନୀୟ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ। ତାଲିମ ଟି ୨୯ ଏପ୍ରିଲ ରୁ ଆରମ୍ଭ ହୋଇ ୩ ମଇ ରେ ଶେଷ ହୋଇଥିଲା।