-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
04-May-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ବ୍ଲକରେ ସନ୍ଧ୍ୟା ସମୟରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡ ତୋଫାନ ସାଙ୍ଗକୁ ଦୀର୍ଘ ୧ ଘଣ୍ଟା କାଳ ପ୍ରବଳ ବର୍ଷା ହୋଇଥିଲା। ଶନିବାର ସକାଳୁ ପାଣିପାଗ ସ୍ଵାଭାବିକ ଥିବା ବେଳେ ସନ୍ଧ୍ୟାରେ ପ୍ରାୟ ୮୦/୯୦ କିମି ବେଗରେ ପବନ ବୋହିବା ସହ ବଡ ବଡ ଗଛ ସବୁ ଉପୁଡି ପଡିଛି। ସହର ତଥା ଗ୍ରାମାଞ୍ଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା। ଝଡ଼ବର୍ଷା ଯୋଗୁଁ ଘର ଛପର ଉଡି ଯାଇଥିବା ବେଳେ ଧାନ ଓ ପନିପରିବା ଚାଷ ବ୍ୟାପକ କ୍ଷତି ହୋଇଛି। ତରଭା ବ୍ଲକ ସିଂହାରୀ ପଞ୍ଚାୟତ ଲୁକାପାଲି ଗ୍ରାମର ମଞ୍ଜି ବଗର୍ତ୍ତି (୪୨) କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ସେଠାରୁ ଫେରୁଥିବା ସମୟରେ ପ୍ରବଳ ଝଡ଼ ତୋଫାନରେ ଗୋଟିଏ ଗଛ ତାଙ୍କ ଉପରେ ପଡ଼ିଯିବାରୁ ଚାପି ହୋଇ ଯାଇଥିଲେ। ପରିବାର ତଥା ଗ୍ରାମବାସୀଙ୍କ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଜିଲ୍ଲାରେ ଚଳିତ ବର୍ଷ ଫାର୍ମ ମାନଙ୍କରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅପେକ୍ଷାକୃତ କମ ଆମ୍ବ ଆସିଥିବା ବେଳେ ଆମ୍ବ ଅମଳ ସମୟ ନିକଟ ହୋଇଥିବା ବେଳେ ପ୍ରାୟ ୯୦ ଭାଗ ଆମ୍ବ ସବୁ ଝଡି ଯାଇଛି। ଆମ୍ବ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।