-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
25-Apr-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ) ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ବ୍ରାହ୍ମଣ ସମାଜର ଏକ ପ୍ରସ୍ତୁତି ବୈଠକ ପର୍ଶୁରାମ ଜନ୍ମୋତ୍ସବ ସକାଶେ ସ୍ଥାନୀୟ ମାଉସୀ ମନ୍ଦିର ପ୍ରାଙ୍ଗଣରେ ବ୍ରାହ୍ମଣ ସମାଜ ବିଜେପୁରର ସଭାପତି ଶ୍ରୀଯୁକ୍ତ ଶଶିଭୂଷଣ ପଣ୍ଡାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ପ୍ରସ୍ତାବ ମାନ ଗୃହୀତ କରାଯାଇଛି । ଚଳିତ ତା ୨୯.୦୪.୨୦୨୫ ରିଖ ମଙ୍ଗଳବାର ଦିବସରେ ଖୁବ୍ ଧୁମଧାମରେ ପର୍ଶୁରାମ ଜନ୍ମୋତ୍ସବ ପାଳନ କରାଯିବା ନେଇ ଏକ ରୋଡ ମ୍ୟାପ୍ ପ୍ରସ୍ତୁତି ସହ ଶୋଭାଯାତ୍ରା ମାଉସି ମନ୍ଦିର ରୁ ବାହାରି କେଉଁ ଅଭିମୁଖେ, କେଉଁ କେଉଁ ପଡ଼ା ଦେଇ ଯିବ ସେ ନେଇ ବିଶେଷ ଭାବେ ଆଲୋଚନା ହୋଇଛି।ଏହି ପ୍ରସ୍ତୁତି ବୈଠକ ସଭାରେ ସର୍ବଶ୍ରୀ ମନୋଜ କୁମାର ପଣ୍ଡା, ମନୋଜ କୁମାର ଦାଶ ଶର୍ମା,ପ୍ରଦୀପ କୁମାର ଗୁରୁ,ଗିରିଧାରୀ ଦାଶ,ଶାନ୍ତନୁ କୁମାର ମିଶ୍ର, ଜନାର୍ଦ୍ଦନ ପାଣିଗ୍ରାହୀ,ହଳପାଣି ମାଝି,ସନାତନ ମହାପାତ୍ର,ହରେକୃଷ୍ଣ ସେନାପଚି, କିଶୋର ଷଢଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।