-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
24-Apr-2025
ଅତାବିରା(ଆକାଶ ମିଶ୍ର): ଅତାବିରା ପଞ୍ଚାୟତ ସମିତି ପକ୍ଷରୁ ଲାଦେରପାଲି ରାମଚଣ୍ଡୀ କଲ୍ୟାଣ ମଣ୍ଡପରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି।ବିଡିଓ ରିପୁନାଥ ସୁନାଙ୍କ ଅଧ୍ୟକ୍ଷତାରେ ତଥା ସଂଯୋଜନାରେ ଆୟୋଜିତ ସଭାରେ ବିଧାୟକ ନିହାର ରଞ୍ଜନ ମହାନନ୍ଦ ମୁଖ୍ୟ ଅତିଥି, ସାଂସଦ ପ୍ରତିନିଧି ସୁରେନ ସ୍ବାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏବିଡ଼ିଓ ଗିରୀନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିଲେ।ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୧୩ ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଓ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତର ୪୦ ଜଣ ହିତାଧିକାରୀଙ୍କୁ ଟ୍ରଫି,ମାନପତ୍ର ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା,ଏହା ବ୍ୟତୀତ ୧୨ ଜଣ ଙ୍କୁ ନୂତନ ରାସନ୍ କାର୍ଡ ବାଣ୍ଟି ଥିଲେ।ଗ୍ରାମ ପଞ୍ଚାୟତ ଅଧିକାରୀ ମହମ୍ମଦ ଆକବର ଧନ୍ୟବାଦ୍ ଅର୍ପଣ କରିଥିଲେ। ସହକାରୀ ନିର୍ବାହୀ ଯନ୍ତ୍ରୀ ମନଶିବା ମହାପାତ୍ର ଙ୍କ ସମେତ ସମସ୍ତ ବ୍ଲକ୍ କର୍ମଚାରୀ, ପଞ୍ଚାୟତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରି ଥିଲେ। ପଞ୍ଚାୟତ ବିଭିନ୍ନ ବିଭାଗର ଷ୍ଟଲ ଲଗାଯାଇ ଜନ ସାଧାରଣଙ୍କୁ ବିଭିନ୍ନ ସରକାରୀ ଯୋଜନା ଗୁଡିକ ଉପରେ ସଚେତନ କରାଯାଇଥିଲା । ତିହାର କଳା ପରିଷଦର କଳାକାର ମାନଙ୍କ ଦ୍ବାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।