-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
24-Apr-2025
ଅମ୍ବାଭୋନା (ପ୍ରକାଶ ଚନ୍ଦ୍ର ରଥ) ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ପରିସରରେ ଜାତୀୟ ପଞ୍ଚାୟତି ରାଜ ଦିବସ ୨୦୨୫ ଅନୁଷ୍ଠିତ ହୋଇଯାଇଛି।ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ କୀର୍ତ୍ତି ଚନ୍ଦ୍ର ଦୁଆନ,ଅମ୍ବାଭୋନା ବ୍ଲକ ଉପାଧ୍ୟକ୍ଷ୍ୟା କମଳା ନାୟକ,ସାଂସଦ ପ୍ରତିନିଧି ଗୁନାରୁ ପ୍ରଧାନ,ବିଧାୟକ ପ୍ରତିନିଧି ଡକ୍ଟର ଚିନ୍ତାମଣି ପଟେଲ, ଅମ୍ବାଭୋନା ବିଡ଼ିଓ ଜ୍ୟୋତ୍ସ୍ନାରାଣୀ ଗଡତୀୟା,ଜୋନ ୧ ର ଜିଲ୍ଲା ପରିଷଦ ନୀଳକୁମାରୀ ନାୟକ ମଞ୍ଚାସୀନ ଥିଲେ। ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ବେଷ୍ଟ ଆୱାର୍ଡ ପାଇଁ ରୁଚିଦା, ଅମ୍ବାଭୋନା ଓ ଭୋଇନାତୋରା ପଞ୍ଚାୟତ କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଟ୍ରାୟୀ ସାଇକେଲ ଓ ନୂତନ ରାସନ କାର୍ଡ ପ୍ରଦାନ କରାଯାଇଥିଲା। ବି ଏସ ଏସ ଓ ଟିକେଶ୍ୱର ପଟେଲ ମଞ୍ଚ ପରିଚାଳନା କରିଥିବା ବେଳେ ଜି ପି ଡି ଓ ସୁଶାନ୍ତ ଦାଶ, ଏ ପି ଓ କେତନ ପଧାନ, ଏ ଇ ନାଗାର୍ଜୁନ ପଧାନ, ସି ପି ଅଜିତ ଭୋଇ ଏବଂ ବ୍ଲକ ର ଅନ୍ୟାନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।