-+91-9937148622 |
prerana_bgr@rediffmail.com |
Saturday 7th November 2026 |
R.N.I. Regd No. ODIODI/2010/46693
Breaking News
09-Oct-2020
ନୟାଗଡ଼ ,09/10- ନୟାଗଡ଼ ସହରସ୍ଥିତ ହାଉସିଂ ବୋର୍ଡ ଠାରେ ଦୀର୍ଘଦିନ ହେବ ନିର୍ମାଣଧୀନ କେନ୍ଦ୍ରୀୟ ବିଦ୍ୟାଳୟ ଗୃହ ଆଜି ଉଦଘାଟିତ ହୋଇଯାଇଛି | VC ମାଧ୍ୟମରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ରମେଶ ପୋଖରୀୱାଲ ଏହି ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରୀୟ ବିଦ୍ୟାଳୟ ଉଦଘାଟନ କରିଛନ୍ତି | ଭାରତ ବର୍ଷରେ ଥିବା ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକରେ ଶିକ୍ଷାର୍ଥୀ ମାନଙ୍କର ବୈଦ୍ଧିକ ଏବଂ ଶୈକ୍ଷିକ ବିକାଶ ହେଉଥିବା ନେଇ ଶ୍ରୀଯୁକ୍ତ ପୋଖରୀୱାଲ ସୂଚନା ଦେଇଛନ୍ତି | ଉକ୍ତ ଉତ୍ସବ ରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ସଞ୍ଜୟ ଧୋତ୍ରେ, ରାଜ୍ୟ କୃଷି ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ, ସାଂସଦ ପିନାକୀ ମିଶ୍ର, କେନ୍ଦ୍ର ବିଦ୍ୟାଳୟ, ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଅନିତା କରୱାଲ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ସଚିବ ନିଧି ପାଣ୍ଡେ ଏବଂ ଅତିରିକ୍ତ ସଚିବ ସୁମନ୍ତ କୁମାର ଚୋପ୍ରା ଯୋଗ ଦେଇଥିଲେ | ନୟାଗଡ଼ ଜିଲ୍ଲାପାଳ ଡ଼. ପୋମା ଟୁଡୁ ଙ୍କ ପୌରୋହିତ୍ୟ ରେ ଆଜିର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସେଠାରେ ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ ସଭ୍ୟା ଅରୁଣା ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶକ୍ତି ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ | ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ ଅଧକ୍ଷ ଏସ ଶ୍ରୀନିବାସନ ଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା | ଏହି ଉଦଘାଟନୀ ଉତ୍ସବ ରେ ଅଭିଭାବକ, ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇଥିଲେ | କୋଭିଡ କଟକଣା ମାନି ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ ର ଉଦଘାଟନ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଯାଇଛି |