-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
18-Apr-2025
ବଲାଙ୍ଗୀର (ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଳା ପୁଇଁତଲା ବ୍ଲକ ଅଧୀନସ୍ଥ କୁରୁଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭରତବାହାଲ ଗ୍ରାମ ଠାରେ ଯୋଗଜନ୍ମା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସକୁ ମନେପକାଇ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା।ଉକ୍ତ ସଭାରେ
ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି, ଯୁବ ନେତା ନିହାର ରଞ୍ଜନ ବେହେରା,ସରପଞ୍ଚ ଅନିତା ସେଟ,ସମିତି ସଭ୍ୟା ଯଶୋବନ୍ତି ସେଠ୍ ଯୋଗ ଦେଇ ସ୍ଵର୍ଗତ ବିଜୁ ବାବୁଙ୍କ
ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ବିଜୁବାବୁଙ୍କ ସ୍ମୃତି ଚାରଣ କରିଥିଲେ ।କାର୍ଯ୍ୟକ୍ରମର ଆବାହକ ଥିଲେ ରାଜ୍ୟପୁରସ୍କାର ପ୍ରାପ୍ତ ପ୍ରକୃତିବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକ l ଧନ୍ୟବାଦ ଦେଇଥିଲେ ଅର୍ଣ୍ଣପୂର୍ଣ୍ଣା ପଟେଲ l ବିଜୁ ଜନତା ଦଳର ବୟୋଜ୍ୟେଷ୍ଠ ସଭ୍ୟ ବିଶି କେଶନ ପଟେଲ, ପାଲି ଗାଁ ର ଶତାଧିକ ମହିଳା ଓ ପୁରୁଷ ପୁଷ୍ପ ସୁମନ ଅର୍ପଣ କରି ବିଜୁ ବାବୁ ଅମର ରହେ ସ୍ଲୋଗାନ ଦେଇ ସଭା ସାଙ୍ଗ କରିଥିଲେ ।