-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
18-Apr-2025
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଲିଆପାଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗରିବ, ମଧ୍ୟବିତ୍ତ ଓ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ସେବାପାଇଁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ରାଜ୍ୟସରକାରଙ୍କ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ଼ ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି l ଖଲିଆପାଲି ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ
ରେଣୁକା ନାୟକ ଏହି ଯୋଜନାର ଶୁଭାରମ୍ଭ କରିବା ସହ ପଂଚାୟତ ର ହିତାଧିକାରୀଙ୍କୁ ଉକ୍ତ କାର୍ଡ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମକୁ ଆଶା ଦିଦି ମମତା ରାଉତ ପରିଚାଳନା କରିଥିବା ବେଳେ ୱାର୍ଡ ମେମ୍ବର ରମାକାନ୍ତ କର୍ମୀ, ବିଜେପି ସକ୍ରିୟ ସଭ୍ୟ ଠାକୁର ଚରଣ ନାୟକ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ କାର୍ଡ ବଣ୍ଟନ କରିଥିଲେ l ଆଗାମୀ ଦିନରେ ଆଶା ଦିଦି ଘରକୁ ଘର ବୁଲି ସମସ୍ତ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ପାଇଁ କୁହାଯାଇଥିଲା l