-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
18-Apr-2025
(ମନୋରଞ୍ଜନ ତ୍ରିପାଠୀ )
ପତଞ୍ଜଳୀ ଯୋଗ ପୀଠ ହରି ଦ୍ଵାର ତତ୍ୱା ବଧାନ ୨୫ ଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିର ଆଜି ସୋନପୁର ସ୍ମାର୍ଟ୍ ପାର୍କ ଠାରେ ଶୁଭାରମ୍ଭ କରା ଯାଇଛି l ପତଞ୍ଜଳି ଯୋଗ ସମିତି, ପତଞ୍ଜଳି ଭାରତ ସ୍ୱାଭିମାନ, ପତଞ୍ଜଳି ଯୁବ ଭାରତ, ପତଞ୍ଜଳି ମହିଳା ସମିତି, ପତଞ୍ଜଳି କୃଷକ ସମିତି ର ମିଳିତ ସହଯୋଗ ରେ ଅନୁଷ୍ଠିତ ଏହି ଶିବିର କୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞଳିନା ପଧାନ ମା ସୁରେଶ୍ଵରୀ ଙ୍କ ଫଟୋ ଚିତ୍ର ରେ ଦୀପ ପ୍ରଜ୍ଜ୍ୱଳନ କରି ଶୁଭ ଉଦ୍ଘାଟନ କରିଥିଲେ ପତଞ୍ଜଳି ଓଡ଼ିଶା ରାଜ୍ୟ ମହିଳା ପ୍ରଭାରୀ ଜେ ଗିରିଜା ଦେବୀ ଯୋଗ ପ୍ରଶିକ୍ଷଣ ପ୍ରଦାନ୍ କରିଥିବା ବେଳେ ସୋନପୁର ପତଞ୍ଜଳି ଯୋଗ ମହିଳା ସମିତି ମାର୍ଗଦର୍ଶକ ପ୍ରତିମା ରଥ, ସୋନପୁର ମହିଳା ଯୋଗ ସମିତି ପ୍ରଦିକ୍ଷୀକା ପ୍ରଜ୍ଞା ପରମିତା ପୁରୋହିତ ଅତିଥି ଙ୍କ ସହିତ ମଞ୍ଚlସିନ ରହି ଯୋଗୀ ମାନଙ୍କୁ ମାର୍ଗ ଦର୍ଶନ ପ୍ରଦାନ୍ କରିଥିଲେ l ଯୋଗ ଗୁରୁ ମନୋଜ୍ ପଣ୍ଡା , ସଂପାଦକ ଶ୍ରିବନ୍ତ ମିଶ୍ର ଙ୍କ ତତ୍ଵା ବଧାନ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ରବୀନ୍ଦ୍ର ଜେନା, ସୁବାସ ପଣ୍ଡା ପ୍ରମୁଖ ସମସ୍ତ ସଦସ୍ୟ ସହଜୋଗ କରିଥିଲେ l ଏଠାରେ ଶତାଧିକ ପୁରୁଷ ଓ ମହିଳା ଯୋଗୀ ଯୋଗ ଦେଇଥିଲେ l