-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
18-Apr-2025
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କୁଲୁତାଯୋର ଗ୍ରାମସ୍ଥିତ ପୂଜାମଣ୍ଡପ ନିକଟସ୍ଥ କୁଞ୍ଜ ମଣ୍ଡପର ରତ୍ନମୁଦ, ପ୍ରତିଷ୍ଠା ଓ ଉଦଘାଟନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ଜିତେନ୍ଦ୍ର ପାଣିଗ୍ରାହୀ ଓ ଗଜେନ୍ଦ୍ର ପାଣିଗ୍ରାହୀଙ୍କ ପୌରାହିତ୍ବରେ ପୂଜାର୍ଚ୍ଚନା ପରେ କୁଞ୍ଜ ମଣ୍ଡପରେ ରତ୍ନମୁଦ ସହ ପ୍ରତିଷ୍ଠା କାର୍ଯ୍ୟ ସମାପନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଉପେନ୍ଦ୍ର ମାଝୀ ଓ ପତ୍ନୀ ପୀର ମାଝୀ କର୍ତ୍ତା କାର୍ଯ୍ୟ ତୁଲାଇଥିଲେ।ପରେ ମୁଖ୍ୟ ଅତିଥିଭାବେ ବୌଦ୍ଧ
ଜିଲ୍ଲାପରିଷଦ ୧ନଂ ଘଣ୍ଟାପଡ଼ା ଜୋନର ସଦସ୍ୟା ସୁମିତ୍ରା ସାହୁ, ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଚୁମୁକି ଭୋଇ, ସମିତି ଉପାଧ୍ୟକ୍ଷ ମହେନ୍ଦ୍ର ରଣା, ପ୍ୟାକ୍ସ ସଭାପତି ହିମାଚଳ ରଣା, ଶମ୍ଭୁ ରଣା ପ୍ରମୁଖ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ରାମଲୀଳା ପୂଜା କମିଟିର ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ ।