-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
18-Apr-2025
ପାଟଣାଗଡ: ପାଟଣାଗଡ ବ୍ଲକ ଅଧିନସ୍ଥ ମୁଣ୍ଡୋମହୁଲ ଗାଁ ରେ ଓଡିଶା ର ବରପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି l ଶତାଧିକ ପୁରୁଷ ମହିଳା ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଯୁଗଜନ୍ମା ପୁରୁଷ, ଅଦମ୍ୟ ସାହସୀ,ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇ ଓଡିଶାର ମହିଳା, କୃଷକ, ଗରିବ, ଯୁବକ ମାନଙ୍କ ବିକାଶ ପାଇଁ ବିଜୁ ପଟ୍ଟନାୟକଙ୍କ ମହାନ ଅବଦାନ, ସ୍ୱାଧୀନତା ପାଇଁ ତ୍ୟାଗ,ନିର୍ଭୀକ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ l ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମକୁ ଆଇନଜୀବୀ ରାଧେଶ୍ୟାମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଲଳିତ ମଲ୍ଲିକ, ଘନ ଭୋଇ ପ୍ରମୁଖ ସଭା ପରିଚାଳନା କରିଥିଲେ l