-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
15-Apr-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ଠାରେ ବହୁ ଆଡମ୍ବର ସହକାରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଭୁ ହନୁମାନଙ୍କ ପୂଜା ଅର୍ଚ୍ଚନା ପରେ ଏକ ବିଶାଳ ଶୋଭାଯାତ୍ରାରେ ଭବ୍ୟ ଉଲ୍ଲସିତ ଖରମୁଣ୍ଡା ଚଳଚଞ୍ଚଳ ଥିବା ବେଳେ ଘଣ୍ଟ ବାଦ୍ୟ,ବାଜା ଦଳ,ଡିଜେ ବାଦ୍ୟର ତାଳେ ତାଳେ ବସଷ୍ଟାଣ୍ଡ ସ୍ଥିତ ଶ୍ରୀ ହନୁମାନ ଷ୍ଟେଚ୍ୟୁ ଠାରୁ ବାହାରି ସମଗ୍ର ଗ୍ରାମ ପରିକ୍ରମା ହୋଇଥିଲା। ଏହି ଭବ୍ୟ ଶୋଭାଯାତ୍ରାରେ ଡ଼ା.ସୁଶାନ୍ତ ମେହେର ,ଡ଼ା. ସୁଦାମ ସାହୁ, ମନୋଜ ପଧାନ, ତ୍ରିଲୋଚନ ବେହେରା, ଅଚ୍ୟୁତ ତ୍ରିପାଠୀ,ବଜରଙ୍ଗୀ ମହାପାତ୍ର ସମେତ ହନୁମାନ ଜୟନ୍ତୀ କମିଟିର ସଦସ୍ୟ ସର୍ବଶ୍ରୀ -ବିଜୟ ତ୍ରିପାଠୀ, ଆକାଶ ମେହେର, ଅଜିତ ତ୍ରିପାଠୀ, ସୁଧାଂଶୁ ସାହୁ, ସ୍ୱାଧୀନ ଦରୁଆ, ସ୍ୱାଧୀନ ମଲ୍ଲିକ, ରସିକ ମେହେର, ବୃନ୍ଦାବନ ସାହୁ,ଶନିଶ୍ଚର ବେହେରା,ଅଭି ନାଗ,ବୁଧ ଡନସନା,ମାନସ ବେହେରା,ସଲିମ ବେହେରା,ଡିଲେ ସାହୁ,ଲବ ପଧାନ ପ୍ରମୁଖ ଯୋଗଦାନ କରି ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ।