-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
15-Apr-2025
(ମିହିର ଶଙ୍କର ପାତ୍ର)
ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଁଳାଭଟା ଗାଁ ରେ ରଶ୍ମୀ ରଞ୍ଜନ ସିଦ୍ଧାଶ୍ରମ ଦ୍ବାରା ମହାବିଷୁବ ସଂକ୍ରାନ୍ତି ଅବସରରେ ଏକ ସତସଙ୍ଗ ଅନୁଷ୍ଠିତ ହୋଇ ଯାଇଛି। ରଶ୍ମୀ ରଞ୍ଜନ ସିଦ୍ଧାଶ୍ରମ ର ବର୍ତମାନ ମୁଖ୍ୟ ଡ. ନିଳକଣ୍ଠ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସତସଙ୍ଗ ରେ ମୁଖ୍ୟ ବକ୍ତା ଭାବେ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ମାର୍ଗଦର୍ଶକ ଜଗନ୍ନାଥ ଶତପଥୀ, ଅନ୍ୟତମ ମୁଖ୍ୟ ବକ୍ତା ଭାବେ ହିନ୍ଦୁ ମହାସଂଘ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟନ୍ତ କୁମାର ପାତ୍ର, ସମ୍ମାନିତା ଅତିଥି ଭାବେ ଜେମାମଣି ବିଷୟୀ ଏବଂ ସମ୍ମାନିତା ବକ୍ତା ଭାବେ ଢ. ସଂଯୁକ୍ତା ପଣ୍ଡା ଯୋଗ ଦେଇ କାର୍ଯ୍ୟକ୍ରମ ର ମାନବୃଦ୍ଧି କରିଥିଲେ। ଡ. ନିଳକଣ୍ଠ ପାଢ଼ୀ ଙ୍କ ସହଧର୍ମିଣୀ ଇନ୍ଦୁ ମତୀ ପାଢ଼ୀ ସମସ୍ତ କାର୍ଯ୍ୟକ୍ରମ ର ସୁପରିଚାଳନା ରେ ସହାୟକ ହୋଇଥିଲେ। ଶରତ ଚନ୍ଦ୍ର ବିଷୟୀ , ନିଳାମ୍ବର ମୁଦୁଲି, ଧନୁର୍ଜୟ ଶବର, ପ୍ରିୟମ୍ବଦା ବିଷୟୀ , ବାବୁଲା ପାତ୍ର, ମିନତୀ ପାତ୍ର, ସୌଦାମିନୀ ବିଷୟୀ, ମନଧର ବିଷୟୀ ପ୍ରମୁଖ ସତସଙ୍ଗ ରେ ଉପସ୍ଥିତ ଥିଲେ। ପ୍ରଥମେ ନାମ ସଂକୀର୍ତ୍ତନ ସହ ଗ୍ରାମ ପରିକ୍ରମା କରିବା ପରେ କାର୍ଯ୍ୟସୂଚୀ ଅନୁଯାୟୀ ସତସଙ୍ଗ ସମ୍ପନ୍ନ ହୋଇ ଥିଲା।